PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଭୁବନେଶ୍ୱରରେ ଟେଷ୍ଟିଂ ଲକ୍ଷେ ଛୁଇଁବ, ଦିନକରେ ରେକର୍ଡ ୩ହଜାର ଟେଷ୍ଟିଂ

ଭୁବନେଶ୍ୱର,୧୯।୮: ଭୁବନେଶ୍ୱରରେ ନମୁନା ପରୀକ୍ଷା ଦିନକୁ ଦିନ ବଢ଼ିଚାଲିଛି । ଗତକାଲି ୨୫୦୦ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ରେକର୍ଡ ୩୦୦୦ ପରୀକ୍ଷା ହୋଇଛି । ଦିନକରେ ଏହା ସର୍ବାଧିକ ଟେଷ୍ଟିଂ । ଏଥିରୁ ୨୨୦ ନମୁନା ପଜିଟିଭ୍‌ ଆସିଛି । ପଜିଟିଭ୍‌ ହାର ୭.୩ ପ୍ରତିଶତ ।   ମାର୍ଚ୍ଚ ୧୫ ତାରିଖରେ ରାଜଧାନୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେବେଠାରୁ ଆଜିସୁଦ୍ଧା ୯୭ହଜାର ୭୭୯ ନମୁନା ପରୀକ୍ଷା ହୋଇଛି । ଏତିକି ସଂଖ୍ୟକ ନମୁନା ପରୀକ୍ଷାରୁ ମୋଟ ୫ହଜାର ୭୦୭ ନମୁନା ପଜିଟିଭ୍‌ ଆସିଛି । ଅର୍ଥାତ୍‌ ପଜିଟିଭ୍‌ ବା ସଂକ୍ରମଣ ହାର ମାତ୍ର ୫.୮ ପ୍ରତିଶତ ରହିଛି । ଶହେ ନମୁନା ପରୀକ୍ଷାରୁ ୫ଜଣ ପଜିଟିଭ୍‌ ବାହାରୁଛନ୍ତି ।

ସେହିଭଳି ଗତ ୬ ଦିନରେ ୧୪ହଜାର ୨୨୩ଟି ନମୁନା ପରୀକ୍ଷା ହୋଇଛି । ଏହି ୬ ଦିନରେ ୧୩୪୯ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ପଜିଟିଭ୍‌ ହାର ୯.୪ ପ୍ରତିଶତ ରହିଛି । ଅଗଷ୍ଟ ମାସରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସଂକ୍ରମଣ ହାର ଉପରମୁହାଁ ହୋଇଚାଲିଛି ।   ପୂର୍ବରୁ ଅଗଷ୍ଟ ୧ ତାରିଖରୁ ୧୧ ତାରିଖ ସୁଦ୍ଧା ମୋଟ ୧୯ହଜାର ୧୧୨ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୧୪୩୬ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ପଜିଟିଭ୍‌ ହାର ୭.୫ ପ୍ରତିଶତ ଥିଲା । ଅଗଷ୍ଟ ୧ ତାରିଖରେ ଭୁବନେଶ୍ୱରରୁ ୧୬୯୮ଟି ନମୁନା, ୨ ତାରିଖରେ ୧୫୧୮ଟି ନମୁନା, ୩ ରେ ୧୫୬୦ ନମୁନା, ୪ ତାରିଖରେ ୧୬୧୯ ନମୁନା, ୫ ତାରିଖରେ ୧୫୩୯ଟି ନମୁନା, ୬ ତାରିଖରେ ୨୦୧୦, ୭ ତାରିଖରେ ୨୨୮୫ ନମୁନା, ୮ ତାରିଖରେ ୧୯୧୫, ୯ ତାରିଖରେ ୨୪୭୫, ୧୦ ତାରିଖରେ ୧୫୯୯ ଓ ୧୧ ତାରିଖରେ ୧୮୯୪ ନମୁନା ପରୀକ୍ଷା ହୋଇଥିଲା । ଗତ କିଛି ଦିନ ଧରି ଦୈନିକ ୨୫୦୦ରୁ ୨୬୦୦ ପର୍ଯ୍ୟନ୍ତ ନମୁନା ପରୀକ୍ଷା ହେଉଥିଲା । କିନ୍ତୁ ମଙ୍ଗଳବାର ନମୁନା ପରୀକ୍ଷା ୩ହଜାର ଟପିଥିବା ବିଏମ୍‌ସି ଟ୍ୱିଟ୍‌ କରି ସୂଚନା ଦେଇଛି ।

ସମ୍ବନ୍ଧିତ ଖବର