ରାଜଧାନୀରେ କମୁଛି ସଂକ୍ରମଣ: ଦିନକରେ ୨୧୬ କରୋନା ପଜିଟିଭ ଚିହ୍ନଟ, ୩୦୭ ସୁସ୍ଥ

ଭୁବନେଶ୍ବର,୧୭/ ୧୦: ରାଜଧାନୀବାସୀଙ୍କ ପାଇଁ ଭଲ ଖବର। ପୂର୍ବ ଅପେକ୍ଷା ରାଜଧାନୀରେ କମୁଛି କରୋନା ସଂକ୍ରମଣ। ୨୪ରେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୨୧୬ ଜଣ କରୋନା ପଜିଟିଭ୍। ଫଳରେ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୯୯୫ରେ ପହଁଞ୍ଚିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଶନିବାର ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୫୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୬୧ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୦୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୮୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୩୩ ଜଣଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ କରୋନା

ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା