PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଭୁବନେଶ୍ୱର କୋର୍ଟରେ ପଶିଲା କରୋନା: ସିଏସ୍‌ଆଇ ଗାର୍ଡ କୋଭିଡ୍‌ ପଜିଟିଭ, ଅନିର୍ଦ୍ଦିଷ୍ଟ କାଳ ପାଇଁ କୋର୍ଟ ବନ୍ଦ

ଭୁବନେଶ୍ୱର,୦୪/୦୮: ଭୁବନେଶ୍ୱର କୋର୍ଟରେ କାର୍ଯ୍ୟରତ ଜଣେ ସିଏମ୍‌ସଆଇ ଗାର୍ଡ କରୋନା ସଂକ୍ରମିତ ବୋଲି ଜଣା ପଡ଼ିବାରେ କୋର୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ଅଧିକ ସଂକ୍ରମଣର ପ୍ରତିଷେଧକ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି । କେବଳ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ଶୁଣାଣି ଭିଡିଓ କନଫରେନ୍ସି ମାଧ୍ୟମରେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ପରିସରରେ ବିଚାରପତିଙ୍କ ସମେତ ଆଇନଜୀବୀ, ମହକିଲ, ପୁଲିସ ଓ ଅନ୍ୟାନ୍ୟ ନିର୍ଭରଶୀଳ ବ୍ୟକ୍ତି ପ୍ରବେଶ କରିବାକୁ ବାରଣ କରାଯାଇଛି । କୋର୍ଟ ପରିସର ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ନ ହେବା ପର୍ଯ୍ୟନ୍ତ କେହି ପ୍ରବେଶ କରିବେ ନାହିଁ। ଏ ସମ୍ପର୍କରେ କୋର୍ଟ ରେଜିଷ୍ଟ୍ରାର ଓ ଇଣ୍ଟରିମ୍‌ ବାର୍‌ ଆସୋସିଏସ୍‌ କମିଟିକୁ ଜିଲ୍ଲା ଜଜ୍‌ଙ୍କ କାର୍ଯ୍ୟାଳୟ ତରଫରୁ ଜଣାଇ ଦିଆଯାଇଛି ।

ଏ ସମ୍ପର୍କରେ ଇଣ୍ଟରିମ ବାର ଆସୋସିଏସନ କମିଟିର ସଦସ୍ୟ ତଥା ପୂର୍ବତନ ସଭାପତି ମଧୁମାଧବ ଜେନା କହିଛନ୍ତି, ସଂପୃକ୍ତ ଗାର୍ଡ ସିଏସ୍‌ଆଇ ବିଭାଗରେ କାମ କରୁଥିଲେ । ସେଠାରୁ ଫାଇଲ କୋର୍ଟକୁ ନେବା ଆଣିବା କରୁଥିଲେ । ତେଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । କୋର୍ଟ ପରିସରକୁ ସଂକ୍ରମଣମୁକ୍ତ କରିବା ଲାଗି ଅଗ୍ନିଶମ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହେବାର ପ୍ରମାଣପତ୍ର ମିଳିବା ପରେ କୋର୍ଟ ଭିତରକୁ ପ୍ରବେଶ ଅନୁମତି ମିଳିବ । ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକ ଭିଡିଓ କନ୍‌ଫରେନ୍ସି ଜରିଆ ଶୁଣାଣି ହେବ । ବିଚାରପତିମାନେ ଘରେ ରହି ଅନଲାଇନ୍‌ରେ ମାମଲା ପରିଚାଳନା କରିବେ ବୋଲି ନିଷ୍ପତ୍ତି ହୋଇଛି । ସଂକ୍ରମଣମୁକ୍ତ ପର୍ଯ୍ୟନ୍ତ ସମସ୍ତ ଓକିଲ, ମହକିଲ, ଅଫିସର ସଚେତନ ରହିବା ଆବଶ୍ୟକ ବୋଲି ଶ୍ରୀ ଜେନା କହିଛନ୍ତି ।

ସମ୍ବନ୍ଧିତ ଖବର