PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ରାଜଧାନୀରେ ଗର୍ଜିଲା ବନ୍ଧୁକ:ପୂଜାମଣ୍ଡପରେ ତୀବ୍ର ଉତ୍ତେଜନା ,୩୦ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ୱର ୧/୯ : ରାଜଧାନୀର ବରମୁଣ୍ଡା ଗାଁରେ କାଲି ସନ୍ଧ୍ୟାରେ ବନ୍ଧୁକ ଗର୍ଜିଛି । ବରମୁଣ୍ଡା ଗାଁର ପ୍ରଧାନ ସାହିରେ ୩୦ରୁ ଅଧିକ ଦୁର୍ବୃତ୍ତ ପଶି ଆତଙ୍କ ଖେଳାଇଛନ୍ତି । ଫାଙ୍କା ଗୁଳିଚାଳନା ସହ ସେଠାରେ ଥିବା ଗଣେଶ ପୂଜା ମଣ୍ଡପରେ ଭଙ୍ଗାରୁଜା କରିବା ସହ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ପ୍ରଧାନ ସାହିର ଜଗନ ରାଉତରାୟ (ଗୁଡୁ), ବିଜୟ ମହାପାତ୍ର (ବିଜୁ) ଓ ସିଲୁ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଗୁଡୁଙ୍କ ପେଟରେ ଭୁଜାଲି ଭୁସିଛନ୍ତି । ଏନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସମୟ ପ୍ରାୟ ସନ୍ଧ୍ୟା ୮ଟା ହେବ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପଟୁ ମହିମା ମିଶ୍ର ଆବାସ ରାସ୍ତା ଦେଇ ବରମୁଣ୍ଡା ଗାଁ ଭିତରକୁ ୧୫-୨୦ ବାଇକ୍‌ ପଶିଥିଲା । ଏଥିରେ ପାଖାପାଖି ୩୦ ଜଣ ଦୁର୍ବୃତ୍ତ ବସିଥିଲେ । ସମସ୍ତେ ମୁହଁରେ ମୁଖା ପିନ୍ଧି ହାତରେ ବନ୍ଧୁକ, ଭୁଲାଜି, ଖଣ୍ଡା ଓ ପ୍ଲାଷ୍ଟିକ୍‌ ପାଇପ୍‌ ଧରିଥିଲେ । ସେମାନେ ପୂଜା ମଣ୍ଡପ ସାମ୍ନାରେ ଅଟକି ହଙ୍ଗାମା କରିଥିଲେ । ରାସ୍ତା ଉପରେ ବନ୍ଧୁକରୁ ଫାଙ୍କା ଫାୟାରିଂ କରିଥିଲେ । ମଣ୍ଡପରେ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ଗୁଡୁ, ବିଜୁ ଓ ସିଲୁ ବିରୋଧ କରିଥିଲେ । ଦୁର୍ବୃତ୍ତମାନେ ମିଳିତ ଭାବେ ଏମାନଙ୍କ ଉପରେ ଝାମ୍ପି ପଡି଼ ପ୍ରବଳ ମାଡ଼ ମାରିଥିଲେ । ପିଲାମାନଙ୍କୁ ଆକ୍ରମଣ ହେଉଥିବା ଦେଖି ଗାଁ ଲୋକ ଏକାଠି ହୋଇ ମଣ୍ଡପ ଆଡ଼କୁ ମାଡି଼ ଆସିଥିଲେ । ଏହାଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।

ଗାଁ ଲୋକ ଆହତମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁ ଲୋକ ରାସ୍ତା ଅବରୋଧ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଥମିଥିଲା । ଖଣ୍ଡଗିରି ଥାନାରେ ଏନେଇ ଏକ ଅଭିଯୋଗ ହୋଇଛି । ପୁଲିସ କହିଛି, ଅଭିିଯୁକ୍ତମାନେ ସମସ୍ତେ ହାଉସିଂ ବୋର୍ଡ କଲୋନିର । ଏମାନେ ବରମୁଣ୍ଡା ଶିଶୁମନ୍ଦିର ପାଖରେ ଖଟି କରନ୍ତି । ଗତକାଲି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ମଦ କାଉଣ୍ଟର ନିକଟରେ କୌଣସି କାରଣରୁ ପ୍ରଧାନ ସାହିର କିଛି ଯୁବକଙ୍କ ସହ ଅଭିଯୁକ୍ତମାନଙ୍କର ଝଗଡ଼ା ହୋଇଥିଲା । ସେଇଠୁ ବିବାଦ ଆରମ୍ଭ ହୋଇଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ।