PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ଦୁର୍ଗାପୂଜା ପାଇଁ ବିଏମ୍‌ସିର ପ୍ରସ୍ତୁତି ବୈଠକ: ମୀନା ବଜାରରୁ ଆଦାୟ ହେବ ଟିକସ

ଭୁବନେଶ୍ୱର୧୦/୯ : ପୂଜା ମଣ୍ଡପ ଉପରେ ଟିକସ କଷି ଆୟ କରିବାକୁ ବିଏମ୍‌ସି ଯୋଜନା କରିଛି । ଏଥିପାଇଁ ଆଗାମୀ ଦୁର୍ଗାପୂଜାରେ ପଡୁଥିବା ମୀନା ବଜାରରୁ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି । ପୂଜା ମଣ୍ଡପ ଆଖପାଖରେ ପ୍ରଦର୍ଶିତ ହେଉଥିବା ବିଜ୍ଞାପନରୁ ମଧ୍ୟ ଟିକସ ଆଦାୟ ହେବ । ବିଏମ୍‌ସି ଏହି ନିଷ୍ପତ୍ତି ଲାଗୁ ପୂର୍ବରୁ ଏହାର ଜୋର୍‌ଦାର ବିରୋଧ ହୋଇଛି ।

ଆଗକୁ ଆସୁଛି ଦୁର୍ଗାପୂଜା । ଏହାର ଅବ୍ୟବହିତ ପୂର୍ବରୁ ବିଏମ୍‌ସି ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରସ୍ତୁତି ବୈଠକ ବସିଛି । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୫୦ରୁ ଅଧିକ ପୂଜା କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ । ପୁଲିସ ଓ ସାଧାରଣ ପ୍ରଶାସନଠାରୁ ପୂଜା କମିଟିଗୁଡିକ ଯେଭଳି ଅନୁମତି ନେଉଛନ୍ତି ସେହି ଢାଞ୍ଚାରେ ପ୍ରଥମେ ବିଏମ୍‌ସିଠାରୁ ଏନ୍‌ଓସି ନେବାକୁ ପଡ଼ିବ ବୋଲି କୁହାଯାଇଥିଲା । କିନ୍ତୁ ପୂଜା କମିଟିମାନେ ଏଥିରେ ସହମତ ହୋଇନଥିଲେ । ପୂଜା ପାଇଁ ଅନୁମତି ନେବାକୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଅଛି । ପୁଣି ବିଏମ୍‌ସିଠାରୁ ଅଲଗା ଏନ୍‌ଓସି ନେବାର ଆବଶ୍ୟକତା କ’ଣ ବୋଲି କିଛି ପୂଜା କମିଟିର ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ । ସଫେଇ ଓ ପରିମଳ ସମେତ ଅନ୍ୟ ଭିତ୍ତିଭୂମି ପୂଜା ଆୟୋଜନ ସହ ଜଡ଼ିତ ହୋଇ ରହିଛି । ଏଥିପାଇଁ ଏନ୍‌ଓସି ଆବେଦନର ଆବଶ୍ୟକତା ଅଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା । କିନ୍ତୁ ପୂଜା କମିଟିଗୁଡିକ ଏହାକୁ ବିରୋଧ କରିଥିଲେ ।

ଏଥର ପ୍ରଥମଥର ପାଇଁ ପୂଜାରୁ ଟିକସ ଆଦାୟ ପାଇଁ ବିଏମ୍‌ସି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ପୂଜାରେ ପଡୁଥିବା ମୀନା ବଜାରକୁ ଟାର୍ଗେଟ୍‌ କରିଛି । ପୂଜାରେ ପଡୁଥିବା ଦୋକାନ ଓ ମୀନା ବଜାରରେ ପଡୁଥିବା ଷ୍ଟଲ୍‌ ପାଇଁ ବିଏମ୍‌ସି ସ୍ଥାନ ଆବଣ୍ଟନ କରିବ । ବିଏମ୍‌ସିର ଜୋନାଲ ଡେପୁଟି କମିଶନର ମୀନା ବଜାରରୁ ପବ୍ଲିକ ରିସର୍ଟସ୍‌ ଏଣ୍ଟଟର୍ନମେଣ୍ଟ ଟ୍ୟାକ୍ସ(ପିଆର୍‌ଇଟି) ଆଦାୟ କରିବେ ।

ପୂଜା ସମୟରେ ମଣ୍ଡପ ଆଖପାଖରେ ଖୋଲୁଥିବା ଦୋକାନ ପାଇଁ ବିଏମ୍‌ସିଠାରୁ ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ନେବାକୁ ପଡ଼ିବ ବୋଲି କମିଶନର ଶ୍ରୀଚୌଧୁରୀ କହିଥିଲେ । ପୂଜା ମଣ୍ଡପ ଆଖପାଖରେ ପ୍ରଦର୍ଶିତ ହେଉଥିବା ବିଜ୍ଞାପନରୁ ମଧ୍ୟ ଟିକସ ଆଦାୟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା । ଏହାକୁ ବୈଠକରେ ଉପସ୍ଥିତ ପୂଜା କମିଟିଗୁଡିକ ମିଳିତ ଭାବେ ବିରୋଧ କରିଥିଲେ । ପୂଜାକୁ ଆସୁଥିବା ଲୋକଙ୍କ ପାଇଁ ମୀନା ବଜାର ଏକ ଆକର୍ଷଣ । କେବଳ ସୀମିତ ସମୟ ପାଇଁ ପୂଜାରେ ମୀନାବଜାର ଓ ଅନ୍ୟ ଦୋକାନ ଖୋଲେ । ସେମାନଙ୍କ ପାଇଁ ଲାଇସେନ୍ସ ଓ ଅନ୍ୟ ନିୟମ କଲେ ସେମାନେ ଆସିବେନି ।

ମୀନା ବଜାର ଓ ମଣ୍ଡପ ଆଖପାଖରେ ଲାଗୁଥିବା ବିଜ୍ଞାପନରୁ ମଣ୍ଡପ କିଛି ଆୟ କରେ । ଏହାକୁ ପୂଜା ଆୟୋଜନରେ ଖର୍ଚ୍ଚ କରାଯାଏ । ଏହା ବନ୍ଦ ହେଲେ ମଣ୍ଡପଗୁଡିକ ଆର୍ଥିକ କ୍ଷତି ସହିବେ ବୋଲି ଅନେକ ମତ ଦେଇଥିଲେ । ମାତ୍ର ସୀମିତ ସମୟ ପାଇଁ ମୀନା ବଜାର ଓ ଦୋକାନ ଖୋଲୁଥିବାରୁ ଏହା ଉପରେ ଏତେ ସବୁ ନିୟମ ନ ଲଦାଯାଉ ବୋଲି କର୍ମକର୍ତ୍ତାମାନେ ଦାବି କରିଥିଲେ । ବିଏମ୍‌ସିର ଏହି ନୂଆ ନିଷ୍ପତ୍ତିକୁ ନେଇ ପୂଜାମଣ୍ଡପଗୁଡିକ ପ୍ରବଳ ବିରୋଧ କରିବା ପରେ ଏହାକୁ ଆଉ ଥରେ ବିଚାର କରାଯିବ ବୋଲି କମିଶନର ଶ୍ରୀ ଚୌଧୁରୀ କହିଥିଲେ । ବିଏମ୍‌ସିର ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଦୁର୍ଗାପୂଜା ଭସାଣି କମିଟି ସଭାପତି ଜଗନ୍ନାଥ ମହାପାତ୍ର, ୩ ଜୋନାଲ ଡେପୁଟି କମିଶନରଙ୍କ ସହ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ରାସ୍ତା, ଷ୍ଟ୍ରିଟ୍‌ଲାଇଟର ହେବ ତତ୍କାଳ ମରାମତି: ପୂଜା ପୂର୍ବରୁ ମଣ୍ଡପ ଆଖପାଖରେ ଥିବା ଖାଲଖମା ଓ ରାସ୍ତାକୁ ତତ୍କାଳ ମରାମତି କରାଯିବ । ଖାଲି ପୂଜା ମଣ୍ଡପ ନୁହେଁ, ମଣ୍ଡପକୁ ଯୋଡୁଥିବା ସବୁ ରାସ୍ତାକୁ ମଧ୍ୟ ଅନୁଧ୍ୟାନ ପରେ ମରାମତି ହେବ । ବିଏମ୍‌ସିର ସିଟି ଇଞ୍ଜିନିୟର ସବୁ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ରାସ୍ତା ମରାମତି ପାଇଁ ପ୍ରସ୍ତାବ ଦେବେ । ଏହା ପରେ ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି । ମଣ୍ଡପ ଆଖପାଖରେ ଷ୍ଟ୍ରିଟଲାଇଟ୍‌ ଅଚଳ ଅଛି କି ନା ଓ କେଉଁ ଷ୍ଟ୍ରିଟଲାଇଟ୍‌ ଖୁଣ୍ଟକୁ ସ୍ଥାନାନ୍ତର କରିବା ଆବଶ୍ୟକ ପଡୁଛି ତାକୁ ତଦାରଖ କରିବା ଦାୟିତ୍ୱ ବିଏମ୍‌ସିର ସହକାରୀ ନିର୍ବାହୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ)ଙ୍କୁ ଦିଆଯାଇଛି । ସମସ୍ୟା ଦେଖି ତତ୍କାଳ ପଦକ୍ଷେପ ନେବାକୁ କମିଶନର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଡ୍ରେନ ଯେପରି ଉଛୁଳି ମଣ୍ଡପରେ ପାଣି ନ ପଶିବ ସେଥିପାଇଁ ଡ୍ରେନେଜ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ସଫେଇ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌
ପୂଜା ସମୟରେ ମଣ୍ଡପ ପରିସର ଓ ଏହାର ଆଖପାଖ ଅଞ୍ଚଳର ସଫେଇ ଓ ପରିମଳ ସ୍ଥିତି ତଦାରଖ କରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଢ଼ାଯିବ । ଏହି ଟିମ୍‌ ପ୍ରତିଦିନ ସେଠାକୁ ଯାଇ ଦୈନିକ ସଫେଇ କାମକୁ ଯାଞ୍ଚ କରିବେ । ମଣ୍ଡପ ପରିସରରେ ବିଏମ୍‌ସି ଏକ ବଡ଼ ଡଷ୍ଟବିନ୍‌ ରଖିବ । ମଣ୍ଡପ ପାଖ ସମସ୍ତ ରାସ୍ତାକୁ ମଧ୍ୟ ଦୈନିକ ସଫେଇ କରାଯିବ । ସୁବିଧା ଯାତାୟତ ପାଇଁ ମଣ୍ଡପକୁ ଯୋଡୁଥିବା ସବୁ ରାସ୍ତାକଡ଼ରେ ଥିବା ଗଛ ଡାଳକୁ ଆବଶ୍ୟକତା ଅନୁସାରେ କଟାଯିବ । ପୂଜା ସମୟରେ ମଣ୍ଡପ ପରିସରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । ପୂଜା କମିଟିଗୁଡିକୁ ଏହାକୁ ପାଳନ କରିବା ଦାୟିତ୍ୱ ନେବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ପୂଜା ପରେ ସମସ୍ତ ମୂର୍ତ୍ତିର ବିସର୍ଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।