ଖୋର୍ଦ୍ଧା ପୁବୁସାହିରେ ଯାତ୍ରୀବାହୀ ବସ୍ ଓଲଟି ୨ ମୃତ, ୨୦ରୁ ଅଧିକ ଆହତ

ଖୋର୍ଦ୍ଧା,୩୦।୮: ଏକ ଯାତ୍ରୀବାହୀ ବସ୍ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୁବୁ ସାହି ନିକଟରେ ବସ ଓଲଟି ପଡିଛି।   ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତାହତ ଯାତ୍ରୀଙ୍କୁ ଲୋକେ ଉଦ୍ଧାର କରି ରାସ୍ତାରେ ଆସୁଥିବା ମାଲବୁହା ଟାଟା ଏସ୍ ଗାଡିରେ ଲଦି ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଛନ୍ତି।

ମିଳିଥିବା ଖବର ଅନୁସାରେ, ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଯାଉଥିବା ବସ୍ ଟି ପୁବୁ ସାହି ନିକଟରେ ପହଞ୍ଚିବା ବେଳେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ରାସ୍ତାରେ ଯାଉଥିବା ପଥଚାରୀଙ୍କ ସମେତ ସ୍ଥାନୀୟ ଲୋକେ ମିଶି ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। କିଛି ବସ୍ ଯାତ୍ରୀଙ୍କ ଅବସ୍ଥା ଖୁବ୍ ଗୁରୁତର ରହିଛି।

   ସମ୍ବନ୍ଧିତ ଖବର


‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ରାଜ୍ୟ ସରକାରଙ୍କ ଅନଲକ୍‌ ୬.୦‌ ଗାଇଡଲାଇନ୍ : କ’ଣ ରହିବ ବନ୍ଦ ଓ କ’ଣ ଖୋଲା, ପଢନ୍ତୁ…

ପୁଣି କରୋନା ନେଲା ୧୨ ମୁଣ୍ଡ: ମୃତ୍ୟୁସଂଖ୍ୟା ୧୩୨୦କୁ ଛୁଇଁଲା

ରାଜ୍ୟ ସରକାରଙ୍କ ଅନ୍‌ଲକ୍‌-୬ ଗାଇଡଲାଇନ୍‌ ଜାରି : ନଭେମ୍ବର ୧୬ ତାରିଖରୁ ଖୋଲିବ ସ୍କୁଲ