PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ରାଜଧାନୀରେ ୫ ନୂଆ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ସରକାର: ୨ଟି ରିଙ୍ଗ୍‌ରୋଡ୍‌ ପାଇଁ ଜମି ଅଧିଗ୍ରହଣ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର ୧୮/୧୨: ରାଜଧାନୀରେ ଟ୍ରାଫିକ ଭିଡ଼ କମାଇବା ପାଇଁ ନିର୍ମାଣ ହେବ ୫ ନୂଆ ରାସ୍ତା । ଏଥିମଧ୍ୟରେ ଦୁଇଟି ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ ମଧ୍ୟ ରହିଛି । ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ଅଣ୍ଟା ଭିଡ଼ିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ଲାଗି ପାଣ୍ଠି ରଖାଯିବ ।
  

ପୂର୍ବ ଘୋଷଣା ଅନୁଯାୟୀ ଭୁବନେଶ୍ୱର-କଟକ ଏନ୍‌ଏଚ୍‌ରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ଭୁବନେଶ୍ୱର ଓ କଟକ ସହର କଡ଼େ କଡ଼େ ୬୪ କିଲୋମିଟର ବାଇପାସ୍‌ ନିର୍ମାଣ ହେବ। ଏହି ପ୍ରକଳ୍ପର ନାଁ ଦିଆଯାଇଛି ‘କ୍ୟାପିଟାଲ ରିଜନ ରିଙ୍ଗ୍‌ରୋଡ୍‌’ । ରିଙ୍ଗ୍‌ରୋଡ୍‌ ଭଳି ଏହା ଏନଏଚ୍‌ ୫୫ ଓ ଏନଏଚ୍‌ ୧୬କୁ ସଂଯୋଗ କରିବ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବାବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହିି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଲାଗି ୨୦୨୦-୨୧ ଆର୍ଥିକ ବର୍ଷରେ ପାଣ୍ଠି ବ୍ୟବସ୍ଥା ହେବ ।
  

ସେହିପରି ବିଡିଏ ପ୍ରସ୍ତାବିତ ଭୁବନେଶ୍ୱର ରିଙ୍ଗରୋଡ୍‌ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ କରାଯିବ । ଆବଶ୍ୟକ ଜମି ଅଭାବରୁ ଏହି ପ୍ରକଳ୍ପ ଆରମ୍ଭ ହୋଇପାରୁନି । ପ୍ରସ୍ତାବିତ ରିଙ୍ଗରୋଡ୍‌ ରାଜଧାନୀ ଚାରିପାଖ ଉପକଣ୍ଠ ଅଞ୍ଚଳ ଦେଇ ଯିବ। ତମାଣ୍ଡୋ, ନନ୍ଦନକାନନ, ପାହାଳ, ଧଉଳିକୁ ଯୋଡ଼ିବ । ପ୍ରସ୍ତାବିତ ୬୪ କିମି ରିଙ୍ଗରୋଡ ନିର୍ମାଣ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇବ । ଏହି ବହୁ ପ୍ରତୀକ୍ଷିତ ଯୋଜନା ଗତ ୨/୩ ବର୍ଷ ଆଗେଇ ପାରୁନି । ଏଥିପାଇଁ ପ୍ରାୟ ୭୦୦ ଏକରରୁ ଅଧିକ ଜମି ଆବଶ୍ୟକ । ଏହି ପ୍ରକଳ୍ପକୁ ଆଗେଇବା ପାଇଁ ପୂର୍ତ୍ତ ବିଭାଗ ଜମି ଅଧିଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏ ବାବଦରେ ପାଣ୍ଠି ରଖାଯିବ ବଜେଟରେ ।
  

ସେହିପରି ଦୟା ୱେଷ୍ଟ କେନାଲର ଦୁଇ ପାଶ୍ୱର୍ରେ ପ୍ରଶସ୍ତ ରାସ୍ତା ନିର୍ମାଣ ହେବ । ଏଥିପାଇଁ ସରକାର ଯୋଜନା କରିଛନ୍ତି । ପଳାଶୁଣିରୁ ବଡ଼ଗଡ଼ ପର୍ଯ୍ୟନ୍ତ କେନାଲ ଦୁଇ ପାଶ୍ୱର୍ ବନ୍ଧକୁ ଚଉଡ଼ା କରି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିଥିବାବେଳେ ବାକି ସ୍ଥାନରେ ପ୍ରଶସ୍ତ ରାସ୍ତା ନାହିଁ । ରାସ୍ତାର ଅବସ୍ଥା ମଧ୍ୟ ଭଲ ନୁହେଁ । ଏହା ଜଳସେଚନ ବିଭାଗ ଅଧୀନରେ ରହିଛି । ପ୍ରସ୍ତାବିତ ଯୋଜନା ଅନୁଯାୟୀ ବାରଙ୍ଗ ପଟେ ପାଖାପାଖି ୧୩ କିମି କେନାଲ ବନ୍ଧ ରାସ୍ତାର ଉନ୍ନତିକରଣ କରାଯିବ । ବଡ଼ଗଡ଼ ପରେ ଆହୁରି ୨୦ କିମି ରାସ୍ତାର ଉନ୍ନତିକରଣ କରାଯିବା ଯୋଜନା ଅଛି । ଏଥିପାଇଁ ଜମି ଅଧିଗ୍ରହଣ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ଜମି ଅଧିଗ୍ରହଣ ବାବଦରେ ବ୍ୟୟବରାଦ କରିବାକୁ ଯୋଜନା ରହିଛି । ଏହି ରାସ୍ତା ନିର୍ମାଣ ହେଲେ ରାଜଧାନୀ ଭିତରେ ଟ୍ରାଫିକ ଭିଡ଼ କମିବ ।
  

ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଲା, ଜୟଦେବବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ଓ ଏହାର ଉଭୟ ପାଶ୍ୱର୍ରେ ସମାନ୍ତରାଳ ରାସ୍ତା ନିର୍ମାଣ । ଜୟଦେବବିହାରର ବାମ ପାଶ୍ୱର୍ରେ ସମାନ୍ତରାଳ ରାସ୍ତା ନନ୍ଦନକାନନ ପର୍ଯ୍ୟନ୍ତ ଯିବ । ସିଆରପି ଛକ ପାଖ ଏକାମ୍ରକାନନ ପାର୍କ କଡ଼ ଦେଇ ନୀଳାଦ୍ରିବିହାର ଉତ୍କଳ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ହସ୍ପିଟାଲ ପଛ ପଟେ ଯିବ ପ୍ରସ୍ତାବିତ ରାସ୍ତା । ଶୈଳଶ୍ରୀବିହାରସ୍ଥିତ ଓଇଆରସି ଅଫିସ୍‌ ବିଲ୍ଡିଂ ପାଶ୍ୱର୍ ଦେଇ ଆଗକୁ ବଢ଼ିବ । ଚୂନକାଳି ବସ୍ତି, ଇନ୍‌ଫୋସିଟି, ଗଲ୍ଫ କ୍ଲବ ଓ ମାଇଣ୍ଡ୍‌ ଟ୍ରି’ ଅଫିସ୍‌ ପଛ ପାଖ ଦେଇ ଏହି ରାସ୍ତା ଶିଖରଚଣ୍ଡି ପଛପାଖ ଥିବା ପଥରଗାଡ଼ିଆ ପର୍ଯ୍ୟନ୍ତ ଯିବ । ଏହି ବିକଳ୍ପ ରାସ୍ତା ଦେଇ ଲୋକେ ଆରାମରେ ନନ୍ଦନକାନନ ଓ ପଟିଆ ରାସ୍ତାରେ ବାହାରି ପାରିବେ । ଏହି ସମାନ୍ତରାଳ ରାସ୍ତା ପଥରଗାଡ଼ିଆରେ ଅଟକିଯିବ ନାହିଁ । ଏହା ଚନ୍ଦକା ରାସ୍ତା ପାଶ୍ୱର୍ରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିକ୍ସ ପାଖ ରାସ୍ତାକୁ ଛୁଇଁବ । ସେହିପରି ଜୟଦେବବିହାର-ନନ୍ଦନକାନନ ରାସ୍ତାର ଡାହାଣ ପାଶ୍ୱର୍ରେ ଆଉ ଏକ ସାମନ୍ତରାଳ ରାସ୍ତା ନିର୍ମାଣ ହେବ । ବାମ ପାଶ୍ୱର୍ ସାମନ୍ତରାଳ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଆବଶ୍ୟକ ଜମି ଅଧିଗ୍ରହଣ କରିବାକୁ ଯୋଜନା କରିଛି । ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ ଆବଶ୍ୟକ ପାଣ୍ଠି ବ୍ୟବସ୍ଥା କରାଯିବ ।
  

ଭୁବନେଶ୍ୱରରେ ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ହୋଇଥିବାବେଳେ ଗାଡ଼ିମୋଟର ସଂଖ୍ୟା ବହୁଳ ମାତ୍ରାରେ ବଢ଼ି ଚାଲିଛି। ତେଣୁ ରାସ୍ତାଘାଟରେ ପ୍ରବଳ ଭିଡ଼ ଜମି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏଥିପାଇଁ ସରକାର ଏହି ୫ ବିକଳ୍ପ ରାସ୍ତା ନିର୍ମାଣ ଲାଗି ଅଣ୍ଟା ଭିଡ଼ିଛନ୍ତି ।