ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତା ମୂଳକ ଅବସର- ଆସିଥିଲା ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର – ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ତାଙ୍କ ବାଧ୍ୟତା ମୂଳକ ଅବସର ଦେଇଛନ୍ତି । ବିଭୂ ଷଡ଼ଙ୍ଗୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ତାଙ୍କୁ ସରାକାର କାର୍ଯ୍ୟରୁ ନିଲମ୍ବନ କରିଥିଲେ ।

ସୂଚନାଯୋଗ୍ୟ ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଭିଡିଓ ପଠାଇ ବିବାଦରେ ଛନ୍ଦି ହୋଇଥିବା ରସିକିଆ ଓଏସଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ତାଙ୍କ ପଦବିରୁ ନିଲମ୍ବିତ କରିଥିଲେ ଏବେ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ରାଜ୍ୟ ସାଧାରଣ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶରେ ତାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଥିଲା। ସୂଚନା ମୁତାବକ, ବିଭାଗର ସର୍ବୋଚ୍ଚ ପଦବିରେ ଥିବା ଶ୍ରୀ ଷଡ଼ଙ୍ଗୀ ତାଙ୍କ କ୍ଷମତାର ଅପବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଆୟୁଷ ବିଭାଗରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ହଇରାଣ କରୁଥିଲେ । ବିଭାଗରେ କାର୍ଯ୍ୟରତ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ଉପରେ ତାଙ୍କ ଲୋଲୁପ ନଜର ପଡ଼ିଥିଲା ବୋଲି ଅଭିଯୋଗ ହୋଇଥିଲା। ଅନେକ ସମୟରେ ଯୁବତୀଙ୍କୁ ହ୍ୱାଟସ୍‌ଅପ୍‌ ଯୋଗେ ଅଶ୍ଲୀଳ ମେସେଜ ଓ ଭିଡିଓ ପଠାଇବା ସହ ବାରମ୍ବାର ଫୋନ୍‌ରେ କଥା ହେଉଥିଲେ । ଯୁବତୀଜଣକ ମନା କରିବା ସତ୍ତେ୍ୱ ଶ୍ରୀ ଷଡ଼ଙ୍ଗୀଙ୍କ ଏହି ରସିକିଆ ପଣ ଛାଡ଼ୁ ନଥିଲେ ବୋଲି ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅତିଷ୍ଠ ହୋଇ ଯୁବତୀଜଣକ ମହିଳା ଥାନାର ଆଶ୍ରୟ ନେଇଥିଲେ । ଗତମାସ ୮ ତାରିଖରେ ମହିଳା ଥାନା ପୁଲିସ ଶ୍ରୀ ଷଡ଼ଙ୍ଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତାଙ୍କ ବିରୋଧରେ ପୁଲିସ୍‌ ଆଇପିସି ୫୦୯/୫୦୬/୫୦୭/ ୩୫୪(ଡି) ଦଫା ଓ ଆଇଟି ଆକ୍ଟ ୬୭ ଓ ୬୭(ଏ)ରେ ମାମଲା ରୁଜୁ କରିଥିଲା ।

   ସମ୍ବନ୍ଧିତ ଖବର


ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ