PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଇଚ୍ଛା ଓ ଆଗ୍ରହରୁ ଦିଶିଲା ନୂଆ ବାଟ, ପାଉଁଶ ପ୍ରକଳ୍ପରୁ ଲକ୍ଷ ଲକ୍ଷ ଟଙ୍କା

ମ.ରାମପୁର,୧୭/୦୮(ହେମନ୍ତ ସାହୁ): ଏକଦା ଭୋକର ଭୂଗୋଳ ଏବଂ ପିଲାବିକ୍ରି ପାଇଁ ଅପଯଶ ମୁଣ୍ଡାଇଥିବା କଳାହାଣ୍ଡି ଆଜି ବିଶ୍ୱ ଦରବାରରେ ବିକାଶର ପ୍ରତୀକ ଭାବେ ଉଭା ହେବାକୁ ବସିଲାଣି । ଧଳାସୁନା ଭାବେ ପରିଚିତ କପା ଉତ୍ପାଦନରେ କଳାହାଣ୍ଡି ସମଗ୍ର ଓଡିଶାରେ ପ୍ରଥମ । ସେହିଭଳି ଧାନ ଉତ୍ପାଦନରେ କଳାହାଣ୍ଡି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କଳାହାଣ୍ଡିର ଏହି ବିକାଶରେ ଏବେ ଯୋଡ଼ି ହୋଇଛନ୍ତି କେତେକ ନବଉଦ୍ୟୋଗୀ । ସେଭଳି ଜଣେ ଯୁବକ ହେଉଛନ୍ତି ମଦନପୁର ରାମପୁର ବ୍ଲକ ବିଭୁପ୍ରସାଦ ସାହୁ । ଶ୍ରୀ ସାହୁ ପାଉଁଶ ବିକି ସମସ୍ତଙ୍କୁ କିମିଆଁ କରିଦେଇଛନ୍ତି।

ନିଜ ଧାନକଳରୁ ବାହାରୁଥିବା ପାଉଁଶ, ଯାହାକି ଅଲୋଡ଼ା ଭାବେ ଫିଙ୍ଗି ଦିଆଯାଇଥାଏ ତାହାକୁ ଆଲୁମିନିୟମ ଶିଳ୍ପର କଞ୍ଚାମାଳ ଭାବେ ପ୍ରସ୍ତୁତ କରି ବିଦେଶକୁ ପଠାଉଛନ୍ତି। ଅଲୋଡ଼ା ପାଉଁଶ ବିକି ନିଜେ ବାର୍ଷିକ ପ୍ରାୟ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଥିସହିତ ଅନ୍ୟ ସତୁରି ପରିବାରକୁ ଜୀବିକା ଯୋଗାଇଛନ୍ତି ।

ବିଭୁପ୍ରସାଦ ପୂର୍ବରୁ ଶିକ୍ଷକତା କରୁଥିଲେ। ହେଲେ ଉଦ୍ୟମୀ ମନ ସବୁବେଳେ କିଛି ଅଲଗା କରିବାର ବାଟ ଖୋଜୁଥାଏ। ଆକସ୍ମିକ ଭାବରେ ଦିନେ ଶିକ୍ଷକତା ଛାଡ଼ି ସେ ବ୍ୟବସାୟ ଆରମ୍ଭ କଲେ। ୨୦୦୭ ମସିହାରୁ ଚାଉଳ ବ୍ୟବସାୟ କରି ୨୦୧୬ରେ ନିଜ ଗାଁ ନିକଟରେ ଏକ ରାଇସ ମିଲ ଆରମ୍ଭ କଲେ। ମିଲ ଠିକଠାକ ଚାଲିଲା ହେଲେ ସେଠାରୁ ବାହାରୁଥିବା ପାଉଁଶର ଉଚିତ ପରିଚାଳନା ପାଇଁ ତାଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ପାଉଁଶକୁ ବାହାରେ ପିଙ୍ଗାଯାଉଥିବାରୁ କିଛି ଲୋକେ ଏହାକୁ ବିରୋଧ କରୁଥିଲେ । ଯେଉଁଠି ପାଉଁଶ ପଡ଼ୁଥିଲା ତା ଆଖପାଖ ଜମିର ଗୁଣବତ୍ତା କ୍ରମଶ ଲୋପ ପାଇଯାଉଥିବା ଅଭିଯୋଗ ହେଲା।

ଲୋକଙ୍କ ଅଭିଯୋଗକୁ ସମ୍ମାନ ଜଣାଇ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବାରେ ଲାଗିଲେ ବିଭୁପ୍ରସାଦ । ପାଉଁଶକୁ କଣ କରାଯାଇପାରିବ ତାହାର ଗବେଷଣା କରୁକରୁ ଷ୍ଟିଲ୍‌ କମ୍ପାନିଗୁଡ଼ିକରେ ତାହାର ବ୍ୟବହାର ସଂପର୍କରେ ସେ ଜାଣିବାକୁ ପାଇଥିଲେ । ଏହାପରେ ପାଉଁଶକୁ ନେଇ ଆରମ୍ଭ ହେଲା ଆଉ ଏକ ନୂଆ ଉଦ୍ୟୋଗ । ହରିପ୍ରିୟା ରିଫ୍ରାକ୍ଟୋରିସ୍‌ ପ୍ରାଇଭେଟ ଲିମିଟେଡ୍‌ ନାମରେ ଏକ କମ୍ପାନି ଗଢିଲେ । ସେଠାରେ କିଛି କର୍ମଚାରୀ ନିୟୋଜିତ କରି ପାଉଁଶର ଛୋଟଛୋଟ ଗୋଳା ତିଆରି କଲେ । ପାଉଁଶ ସହିତ ଆଉ କେତେକ ରସାୟନିକ ଦ୍ରବଣ ମିଶାଇ ପ୍ରସ୍ତୁତ ଉକ୍ତ ପାଉଁଶ ଗୋଳା ପରିବର୍ତ୍ତୀ ସମୟରେ ଷ୍ଟିଲ୍‌ କମ୍ପାନିଗୁଡ଼ିକୁ ବିକ୍ରି କରାଗଲା । ଆଲୁମିନିୟମ ଉତ୍ପାଦନ ସମୟରେ ଉତ୍ତାପ ଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ଏହି ପାଉଁଶ ଗୋଳା ବ୍ୟବହାର କରାଯାଉଥିବା ବିଭୁପ୍ରସାଦ କହିଛନ୍ତି ।

ଏଥିପାଇଁ ପ୍ରଥମେ ସେ ବିଶାଖାପାଟଣାସ୍ଥିତ ଏନ୍‌ଆରଡିସି ସହାୟତାରେ ନିଜ ଉତ୍ପାଦର ପେଟେଣ୍ଟ କରାଇଥିଲେ । ପରେ ୨୦୧୮ମସିହାରେ ପରୀକ୍ଷାମୂଳକ ଭାବରେ ଜର୍ମାନୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଜିପ୍ଟ, ଦକ୍ଷିଣ କୋରିଆ, ଓମାନ, ସାଉଦୀ ଆରବକୁ ପଠାଇଥିଲେ । ସେଠାରୁ ଗ୍ରହଣୀୟତା ପାଇବା ପରେ ଜାନୁଆରୀ ୨୫, ୨୦୧୯ରେ ସାଉଦୀ ଆରବ, ତାଇୱାନ, ଇଜିପ୍ଟକୁ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ମାଲ ରପ୍ତାନୀ କରାଯାଇଥିଲା । ବର୍ତ୍ତମାନ ଏହି ଉଦ୍ୟୋଗରେ ପ୍ରାୟ ୫୦ରୁ ଅଧିକ ଅଣକୁଶଳୀ ଶ୍ରମିକ, ୧୦ଜଣ କୁଶଳୀ ଶ୍ରମିକ ନିଯୁକ୍ତ ହୋଇଥିବା ବେଳେ ପରିଚାଳନା ପାଇଁ ୧୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି ଅନନ୍ୟ ପଦାର୍ଥ ତିଆରି ସହିତ ବାହାର ରାଷ୍ଟ୍ରରେ ବିକ୍ରି କରିବା ଦିଗରେ ବିଭୁପ୍ରସାଦଙ୍କୁ ଷ୍ଟାର୍ଟଅପ୍‌ ଓଡ଼ିଶା, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଏନଆରଡିସି ତଥା ଏମ୍‌ଏସ୍‌ଏମ୍‌ଇ ମଧ୍ୟ ବିଭିନ୍ନ ସମୟରେ ଆର୍ଥିକ ଓ ବୈଷୟିକ ସହାୟତା ମିଳୁଛି । ଚଳିତ ବର୍ଷ ଏହି କମ୍ପାନିର ଏଭଳି ଏକ ପ୍ରକଳ୍ପ ପାଇଁ ଯୁବୋଦ୍ୟୋଗୀ ସମ୍ମାନରେ ଦିଲ୍ଲୀରେ ଓସିଏଫ୍‌ ପକ୍ଷରୁ ସମ୍ମାନୀତ ହୋଇଥିଲେ । ପାଉଁଶରୁ ତିଆରି ଛୋଟଛୋଟ ଗୋଳା ପ୍ରସ୍ତୁତ ଟେକ୍ନୋଲୋଜି ଓଡ଼ିଶାରେ ପ୍ରଥମ ଏବଂ ଏହାକୁ ସରକାରଙ୍କ ଜରିଆରେ ବ୍ୟାପକ କରାଇପାରିଲେ ପାଉଁଶର ଉପଯୋଗ ହୋଇପାରିବା ସହ ଅନେକ ଯୁବକ ଏଥିରେ ସ୍ୱାବଲମ୍ବୀ ହେଇପାରନ୍ତେ ବୋଲି ବିଭୁପ୍ରସାଦ କହିଛନ୍ତି ।