‘ପେଡାଲିଂ ଏଗେନ୍‌ଷ୍ଟ କୋଭିଡ୍‌-୧୯’: ୪୮ ଘଣ୍ଟା ସାଇକେଲ ଚଳାଇ ସଂଗ୍ରହ କଲେ ୧.୭ କୋଟି ଟଙ୍କା, ପୁଲିସକୁ ସହାୟତା କଲେ

ମୁମ୍ବାଇ ୮/୫: କରୋନା ଭାଇରସ୍‌ ସଙ୍କଟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟର ହାତ ବଢ଼ାଉଛନ୍ତି । ଏହି କ୍ରମରେ ଡା. ଅମିତ ସମର୍ଥ ସାଇକେଲ ଚାଳନା ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ଏହାକୁ ପୁଲିସ ସହାୟତା ପାଇଁ ଦାନ କରିଛନ୍ତି । ଅମିତ ଜଣେ ଅଲ୍‌ଟ୍ରା ସାଇକେଲ ଚାଳକ । ସେ ଏହି ଅଭିଯାନର ନାମ ରଖିଛନ୍ତି ‘ପେଡାଲିଂ ଏଗେନ୍‌ଷ୍ଟ କୋଭିଡ୍‌-୧୯’ । ପ୍ରାୟ ୪୮ ଘଣ୍ଟା ସାଇକେଲ ଚାଳନା କରି ଗତ ସୋମବାର ସନ୍ଧ୍ୟା ୫ଟାରେ ଶେଷ କରିଛନ୍ତି। ଏହି ସମୟରେ ସେ ୧୩୦୧ କିଲୋମିଟର ନିରନ୍ତର ଘରେ ସାଇକେଲ ଚଳାଇଛନ୍ତି । ଏହା ମାଧ୍ୟମରେ ଅମିତ ୧.୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଏହି ଅର୍ଥ ତାଙ୍କର ବନ୍ଧୁ ଏବଂ ସୋସିଆଲ ମିଡିଆ ଜରିଆରେ ଲୋକେ ତାଙ୍କୁ ଦେଇଛନ୍ତି ।

କରୋନା ଲଢ଼େଇରେ ନିଜର ଯୋଗଦାନ ଦେବାକୁ ଅମିତ ଏହି ଅର୍ଥ ମହାରାଷ୍ଟ୍ର ପୁଲିସ ବିଭାଗକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଇକେଲ ଚାଳନା ସମୟରେ ଅମିତ ଫେସ୍‌ବୁକରେ ଲାଇଭ୍‌ ଥିଲେ । ଲୋକଙ୍କ ସହ କଥା ହେଉଥିଲେ । ପରିବାର ସଦସ୍ୟ ଓ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଛନ୍ତି । ଏହା ପୂର୍ବରୁ ସେ ଏସୀୟ ଓ ଭାରତୀୟ ସାଇକେଲ ଚାଳକ ରହିଛନ୍ତି, ଯିଏକି ୯୧୦୦ କିମିବିଶିଷ୍ଟ ବିଶ୍ୱର ସବୁଠୁ ଲମ୍ବା ସାଇକେଲ ରେସ୍‌ ପୂରା କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

କରୋନା ଭାଇରସ୍ : ଏହି ସବୁ ଜିନିଷରେ କରୋନା ସଂକ୍ରମଣ ମାତ୍ରା ଅଧିକ – ଅଧ୍ୟୟନରୁ ସ୍ପଷ୍ଟ

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟିକା, ୨୯ ତାରିଖ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌