PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପଦ୍ମ ଧରିଲେ ହଟ୍ ଗର୍ଲ ବିଦୁସ୍ମିତା

ଭୁବନେଶ୍ୱର ୨୮/୩: ଦିନକୁ ଦିନ ରାଜନୀତିରେ କଳାକାରଙ୍କ ସଂଖ୍ଯା ବଢିବାରେ ଲାଗିଛି । ଅଭିନେତା, ଅଭିନେତ୍ରୀମାନେ ରାଜନୀତି ମୁହାଁ ହେଉଛନ୍ତି । ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ଗୁରୁବାର ବିଜେପି ରାଜ୍ଯ କାର୍ଯ୍ୟାଳୟରେ ବିଦୁସ୍ମିତା ପଦ୍ମ ଧରିଛନ୍ତି ।

ଜଣେ ହଟ୍ ଆଇଟମ୍ ଗର୍ଲ ଭାବେ ବିଦୁସ୍ମିତା ବେଶ୍ ଜଣାଶୁଣା । ଓଡିଆ ସିନେମା ଓ ଟେଲି ଜଗତରେ ମଧ୍ଯ ସେ ଭଲ ପ୍ରସିଦ୍ଧି ଲାଭ କରିଛନ୍ତି । କହିରଖୁଛୁ ବିଦୁଙ୍କ ସ୍ୱାମୀ ଅନନ୍ତ ଦାଶ ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିଲା ମିଶ୍ରଣ ପର୍ବ । ବିଜେପିର ମିଶ୍ରଣ ପର୍ବରେ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ ଓ ସିନେ ଅଭିନେତା ଅଖିଳ ପଟ୍ଟନାୟକ ମଧ୍ଯ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ ।

ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଂପାଦକ ସମୀର ମହାନ୍ତି, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଦାମୋଦର ରାଉତ ଓ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମିଶ୍ରଣ ଦ୍ୱାରା ଦଳଆହୁରି ମଜବୁତ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

କହିରଖୁଛୁ ଏବେ ସିର୍ଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦ, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ଅପରାଜିତା ମହାନ୍ତି ଭଳି କଳାକାରମାନେ ରାଜନୀତିରେ ବେଶ୍ ସକ୍ରିୟ ଅଛନ୍ତି ।

ସମ୍ବନ୍ଧିତ ଖବର