କରୋନାରୁ ରକ୍ଷା ପାଇଁ ହୋମିଓପାଥିକକୁ ମିଳିଲା ବଡ଼ ସଫଳତା, ମାସରେ ମାତ୍ର ୬ ଦିନ ଖାଇବାକୁ ହେବ ଔଷଧ

ନୂଆଦିଳ୍ଳୀ,୨୫।୫: ସାରା ବିଶ୍ବ ଏବେ କରୋନା ଭାଇରସ ସହ ଲଢିବା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିବାକୁ ଯାଉଛି। ଭାରତ ମଧ୍ୟ ସେହି ଦେଶମାନଙ୍କ ଭିତରେ ରହିଛି, କିନ୍ତୁ ଏହା ସହିତ ଭାରତ ହୋମିଓପାଥିକର ଏହି ଲଢେଇରେ ବ୍ୟବହାର କରାଯାଉଛି। ହୋମିଓପାଥି ସାହାଯ୍ୟରେ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହ ଏହାକୁ ମଜବୁତ କରାଯାଉଛି। ଏହାଦ୍ବାରା କେବଳ କରୋନା ପଜିଟିଭ ରୋଗୀଙ୍କୁ ଠିକ୍ କରାଯାଉଛି ତାହା ନୁହେଁ ବରଂ ନୂଆ ମାମଲା ମଧ୍ୟ ଖୁବ୍ କମ୍ ସାମନାକୁ ଆସିଛି।

ଡକ୍ଟର ଜବାହର ଶାହ ଗତ ୪୦ ବର୍ଷରୁ ଅଧିକ ସମୟ ମୁମ୍ବାଇରେ ହୋମିଓ ପାଥିକ ପ୍ରାକ୍ଟିସ୍  କରୁଛନ୍ତି। ଡକ୍ଟର ଶାହ ସାରା ବିଶ୍ବରେ ବ୍ୟାପିଥିବା ପ୍ରାୟ ୧୦୦ ହୋମିଓପାଥିକ ଡାକ୍ଟରଙ୍କ ସହିତ ମିଶି ଏକ ଖାସ୍ ସେଣ୍ଟ ଅଫ୍ ମେଡିସିନ୍ କିମ୍ବା ଔଷଧ (CK1  ଓ  CK2) ଡେଭଲପ୍ କରିଛନ୍ତି। ଏହି ଔଷଧ ମାନବ ଶରୀରର ଇମ୍ୟୁନିଟି ବଢାଇବାର କାମ କରିଥାଏ, ଯାହାଦ୍ବାରା କୌଣସି ରୋଗ ଆପଣଙ୍କ ଆଖପାଖକୁ ଆସିପାରିବ ନାହିଁ।

ଔଷଧର ଏହି ପୁରା କିଟ୍ ୨୨୦୦୦ ପୋଲିସକର୍ମୀ,  ୪୦୦୦ ଫାୟାର ବ୍ରିଗେଡର ମେମ୍ବର, ଧାରାଭିରେ ରହୁଥିବା ୨୦୦୦ ଲୋକଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ୍ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇ ସାରିଛି। ଏହି ଔଷଧ psycho neuro endocrine ଉପରେ ପ୍ରଭାବ ପକାଇଥାଏ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦେଶ ଅନୁସାରେ ଏହାକୁ ଡେଭଲପ୍ କରାଯାଇଛି।

ଆୟୁଷ ମନ୍ତ୍ରଣାଳୟ ଦ୍ବାରା ପ୍ରମାଣିତ ଆର୍ସେନିକ୍ ଏଲଗମ୍ ଓ କ୍ୟାମ୍ପର M1 ଏହି ଔଷଧରେ ସାମିଲ କରାଯାଇଛି, ଯାହାର ଡିମାଣ୍ଡ ଆଜିକାଲି ବିଦେଶରେ ରହିଛି। ଏହି ଔଷଧର ସବୁଠାରୁ ଖାସ୍ କଥା ଏହା ଯେ, ଏହାକୁ ପ୍ରତି ମାସରେ କେବଳ ଗୋଟେ ଥର ବ୍ୟବହାର କରିହେବ, ଯାହାର କୋର୍ସ ୬ ଦିନର ରହିଛି। ପ୍ରଥମେ CK1 ଔଷଧକୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ନେବାକୁ ପଡିବ। ଏହାକୁ ଦିନରେ ୩ ଥର ନେବାର ଅଛି। ଏହା ପରେ CK2 ର ବ୍ୟବହାର ଲଗାତାର ୩ ଦିନ କରିବାକୁ ହେବ। ଏହାକୁ ମଧ୍ୟ ଦିନରେ ୩ଥର ନେବାକୁ ପଡିବ। ଏଭଳି ଭାବରେ ଏକ ମାସରେ ଏହି ଔଷଧର କୋର୍ସ ୬ ଦିନର ରହିଛି।

ଡକ୍ଟର ଶାହଙ୍କ କହିବା ଅନୁସାରେ, ଯେତେବେଳେ ବହୁ ସଂଖ୍ୟାରେ ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇଥାନ୍ତି ସେତେବେଳେ ଏହି ଔଷଧ ତାଙ୍କୁ ଦିଆଯିବ। ଏହାଦ୍ବାରା କରୋନା ଭାଇରସ୍ ଏହି ଲୋକଙ୍କୁ ବ୍ୟପିବାର ବିପଦ କମ୍ ହୋଇଯିବ। ଏହି ଔଷଧର ଖର୍ଚ୍ଚ ମଧ୍ୟ ୧୫- ୨୦ ଟଙ୍କାଠାରୁ ଅଧିକ ନୁହେଁ। ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ କହିବା ଅନୁସାରେ, ଆୟୁଷ ମନ୍ତ୍ରଣାଳୟର ନିର୍ଦେଶରେ ଆମେ ଆର୍ୟୁବେଦିକ ଓ ହୋମିଓ ପାଥିକ ଡାକ୍ତରଙ୍କୁ ନେଇ ଏକ ପ୍ରାୟ ୧୦ ଜଣିଆ ଡାକ୍ତରଙ୍କ ଏକ ଟାକ୍ସ ଫୋର୍ସ ଗଠନ କରିଛ।  ଡକ୍ଟର ଶାହ ହେଉଛନ୍ତି ଟାକ୍ସ ଫୋର୍ସର ସଦସ୍ୟ।ତାଙ୍କୁ ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସହ ଲଢିବା ପାଇଁ ଆର୍ୟୁବେଦିକ ଓ ହୋମିଓମାଥିକ ଡାକ୍ତରଙ୍କ ଟିମ ଗଠନ କରାଯାଇଛି। ଏହି ଟାକ୍ସ ଫୋର୍ସର କାମ ହେଉଛି ଯେଉଁ ଲୋକଙ୍କ ନିକଟରେ କରୋନାର ଲକ୍ଷର ନାହିଁ କିନ୍ତୁ ସେମାନେ କରୋନା ପଜିଟିଭ ତାଙ୍କୁ ଫୋନ କଲରେ ପ୍ରତିଦିନ ପରାମର୍ଶ ଦ୍ବାରା ଚିକିତ୍ସା କରିଥାନ୍ତି।

   ସମ୍ବନ୍ଧିତ ଖବର


ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ