ବାଟା ପରେ ୧୧,୫୧୮ ଟଙ୍କା ତଣ୍ଡ ଗଣିଲା ବିଗ୍ ବଜାର, ଗ୍ରାହକଙ୍କ ଠାରୁ ନେଉଥିଲା…

ନୂଆଦିଲ୍ଲୀ ୯।୯: ବାଟା କମ୍ପାନି ପରେ ଏବେ ଚଣ୍ଡିଗଡ ଉପଭୋକ୍ତା ମଞ୍ଚ ପକ୍ଷରୁ ଫ୍ୟୁଚର ଗ୍ରୁପର ‘ବିଗ ବଜାର’କୁ ଜୋରିମାନା ଦେବାକୁ ପଡ଼ିଛି। ଜଣେ ଗ୍ରାହକଙ୍କୁ ସାମଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍ ପାଇଁ ୧୮ ଟଙ୍କା ଦାବି କରିବା ନେଇ କମ୍ପାନି ନାଁରେ ଅଭିଯୋଗ ହୋଇଥିଲା।

ଏହି ମାମଲାର ତଦନ୍ତ କରି ଉପଭୋକ୍ତା ମଞ୍ଚ ବିଗ୍ ବଜାର ଉପରେ ୧୧, ୫୧୮ ଟଙ୍କାର ଜୋରିମାନା ଲାଗୁ କରିଛି । ରିପୋର୍ଟ ଅନୁଯାୟୀ, ପଞ୍ଚକୁଲାର ବାସିନ୍ଦା ସୌରଭ କୁମାରଙ୍କୁ ‘ବିଗ୍‌ ବଜାର’ ଜିନିଷ କିଣିବା ପରେ ବ୍ୟାଗ୍‌ ପାଇଁ ତାଙ୍କୁ ୧୮ ଟଙ୍କା ମାଗିଥିଲେ। ଏନେଇ ସେ ଉପଭୋକ୍ତା ମଞ୍ଚରେ ଅଭିଯୋଗ ଆଣିଥିଲେ। ସୌରଭଙ୍କ କହିବାନୁସାରେ, ଫେବ୍ରୁଆରି ୨୧ ତାରିଖରେ ସେ ଜିନିଷ କିଣିବା ପାଇଁ ‘ବିଗ୍‌ ବଜାର’କୁ ଯାଇଥିଲେ। କ୍ୟାସ୍‌ କାଉଣ୍ଟରରେ ତାଙ୍କୁ କ୍ୟାରି ବ୍ୟାଗ୍‌ ପାଇଁ ଅତିରିକ୍ତ ୧୮ ଟଙ୍କା ଦେବାକୁ କୁହାଯାଇଥିଲା। ସେ ମନା କରିଥିଲେ ବି ତାଙ୍କୁ ୧୮ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ଥିଲା।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କମ୍ପାନି ‘ବାଟା ଇଣ୍ଡିଆ ଲିମିଟେଡ୍’ ଉପରେ ଲାଗିଥିଲା ୯ହଜାର ଟଙ୍କାର ଜରିମାନା। ଗ୍ରାହକଙ୍କଠାରୁ ବ୍ୟାଗ ବାବଦରେ ୩ଟଙ୍କା ନେଉଥିଲା ବୋଲି କମ୍ପାନି ବିରୁଧରେ ଗ୍ରାହକ ଅଭିଯୋଗ କରିଥିଲେ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ