ଲକ୍ ଡାଉନ୍ ବେଳେ ଲୋକଙ୍କୁ ଆଶ୍ବସ୍ଥି: ଏବେ ବିଗ୍ ବଜାର ଘରେ ପହଁଞ୍ଚାଇବ ଅତ୍ୟାବଶକୀୟ ଜିନିଷ

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାର କରୋନା ଭାଇରସ୍ ଉପରେ ଲଗାମ ଲଗାଇବା ପାଇଁ ଆଗାମୀ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶକୀୟ ଜିନିଷ କିଭଳି ପାଇବେ ତାହା ନେଇ ଲୋକଙ୍କ ଭିତରେ ଖୁବ୍ ଚିନ୍ତା। ଏପରିକି ବହୁ ଲୋକ ଦରଦାମ ବଢିବା ଓ ଜିନିଷ ନମିଳିବା ଆଶଙ୍କାରେ ଅଧିକ ଜିନିଷ ମଧ୍ୟ କିଣି ନେଉଛନ୍ତି। ତେବେ ଲୋକମାନଙ୍କୁ ଏଭଳି ପରିସ୍ଥିତିରେ ଆଶ୍ବସ୍ଥି ଦେବାକୁ ଯାଉଛି ସୁପରମାର୍କେଟ ଚେନ୍ ବିଗବଜାର। ବିଗ୍ ବଜାର ଏବେ ଘରେ ଘରେ ଜିନିଷର ହୋମ ଡେଲିଭରି ଆରମ୍ଗ କରିବା ନେଇ ପ୍ରସ୍ତାବ ଦେଇଛି। କମ୍ପାନୀ ଏହି ସୁବିଧା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ଗୁରଗାଓଁରେ ପ୍ରଦାନ କରିବ।

ଗତ କିଛି ଦିନ ହେବ ହୋମ ଡେଲିଭରି ପାଇଁ ବିଗବଜାର ପାଖରେ ଅନେକ ଗୁଡିକ କଲ୍ ଆସିବା କାରଣରୁ ବୁଧବାର ଏନେଇ ସୂଚନା ଦେଇଛି। କମ୍ପାନୀର କହିବା ଅନୁସାରେ, ଲକଡାଉନ୍ ସମ୍ପର୍କରେ ନିକଟରେ ଘୋଷଣା କରାଯିବା ପରେ ଆମକୁ ଅଗଣିତ କଲ୍ ଆସିଥିଲା। କଟକଣା କାରଣରୁ ଜିନି​‌ଷ ପହଁଞ୍ଚାଇବାରେ ବିଳମ୍ବ  ହୋଇପାରେ।’

ଆଗକୁ କମ୍ପାନୀ ଫ୍ୟୁଚର ରିଟେଲ ଲିମିଟେଡ୍‌(ଏଫଆରଏଲ) ବିଗ ବଜାର ରାଞ୍ଚି, ନୋଏଡା, ଗାଜିଆବାଦ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ଜମ୍ମୁ, ପଞ୍ଜାବ, ହରିୟାଣା, ଫରିଦାବାଦ, ଗୁଜରାଟ ତଥା ରାଜସ୍ଥାନରେ ଘରେ ଘରେ ଡେଲିଭରି କରିବ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌