PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଡିସେମ୍ବର ପହିଲାରୁ ୫ ବଡ଼ ପରିବର୍ତ୍ତନ: ଜାଣନ୍ତୁ ଜନତାଙ୍କ ପକେଟ୍ ଓ ଜୀବନ ଉପରେ କ’ଣ ପଡ଼ିବ ପ୍ରଭାବ…


ନୂଆଦିଲ୍ଲୀ,୨୯/୧୧: ନଭେମ୍ବର ଶେଷ ହେବାକୁ ଆଉ ମାତ୍ର ଦିନଟିଏ ବାକି ରହିଛି । ଆସନ୍ତା ମାସ ବା ଡିସେମ୍ବର ୧ରୁ କିଛି ନିୟମ ବଦଳିବାକୁ ଯାଉଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ ।

ପିଏଫ୍‌ ଟଙ୍କା ଉଠାଣ ପାଇଁ ୟୁଏଏନ୍‌-ଆଧାର ଲିଙ୍କ୍‌ ଜରୁରି

ନୂଆ ନିୟମ ମୁତାବକ ନଭେମ୍ବର ଶେଷ ସୁଦ୍ଧା ଯଦି ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର (ୟୁଏଏନ୍‌)କୁ ଆଧାର ସହ ଲିଙ୍କ୍‌ କରା ନ ଯାଏ, ତେବେ ଡିସେମ୍ବର ୧ରୁ ଉପଭୋକ୍ତାଙ୍କ ଖାତାକୁ କମ୍ପାନି ତରଫରୁ ଆସୁଥିବା ଅର୍ଥ ଯୋଗଦାନ ରୋକି ଦିଆଯିବ । ଏହାସହ ଆଧାର କାର୍ଡ ସହ ଲିଙ୍କ୍‌ କରା ନ ଗଲେ ଇପିଏଫ୍‌ ଖାତାରୁ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିବ ।

ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଉପଭୋକ୍ତା ଗଣିବେ ୯୯ ଟଙ୍କା

ଆସନ୍ତା ମାସରୁ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଉପଭୋକ୍ତାଙ୍କୁ କାର୍ଡ ଜରିଆରେ ପ୍ରତ୍ୟେକ କ୍ରୟ ଉପରେ ୯୯ ଟଙ୍କା ଓ ପୃଥକ୍‌ ଭାବେ ଟିକସ ଦେବାକୁ ପଡ଼ିବ । ଏସ୍‌ବିଆଇ ମୁତାବକ ଡିସେମ୍ବର ୧ରୁ ସମସ୍ତ ମର୍ଚ୍ଚାଣ୍ଟ ଇଏମ୍‌ଆଇ ଦେଣନେଣ ଉପରେ ୯୯ ଟଙ୍କାର ପ୍ରୋସେସିଂ ଚାର୍ଜ ଓ ଟିକସ ଦେବାକୁ ହେବ । ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ସର୍ବପ୍ରଥମେ ଏହା ଆରମ୍ଭ କରିଛି ।

ପିଏନ୍‌ବି ସୁଧ ହାରରେ ହ୍ରାସ

ଦେଶର ଦ୍ୱିତୀୟ ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ସେଭିଙ୍ଗ୍‌ସ ଆକାଉଣ୍ଟ ସୁଧ ହାରରେ ହ୍ରାସ ନିଷ୍ପତ୍ତି ନେଇଛି । ସେଭିଙ୍ଗ୍‌ସ ଆକାଉଣ୍ଟ ସୁଧ ହାର ବାର୍ଷିକ ୨.୯୦%ରୁ କମି ୨.୮୦% ହେବ । ଡିସେମ୍ବର ୧ରୁ ନୂଆ ଦର ଲାଗୁ ହେବ ।

ଦିଆସିଲି ଦାମ ଦୁଇଗୁଣା

୧୪ ବର୍ଷ ପରେ ଦିଆସିଲି ଦାମ ଦୁଇଗୁଣା ହେବାକୁ ଯାଉଛି । ଡିସେମ୍ବର ୧ରୁ ଗୋଟିଏ ଦିଆସିଲି ପ୍ୟାକେଟ୍‌ ଦାମ ୧ ଟଙ୍କା ପରିବର୍ତ୍ତେ ୨ ଟଙ୍କା ହୋଇଯିବ । ଶେଷ ଥର ପାଇଁ ୨୦୦୭ରେ ଏହାର ଦାମ ୫୦ ପଇସାରୁ ବଢ଼ି ୧ ଟଙ୍କା ହୋଇଥିଲା ।

କମିପାରେ ଏଲ୍‌ପିଜି ଦର

ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ମାସର ପ୍ରଥମ ତାରିଖରେ ଏଲ୍‌ପିଜି ସିଲିଣ୍ଡର ଦାମ ସମୀକ୍ଷା କରିଥାନ୍ତି । ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଦେଖାଦେବା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଏହି ଦୃଷ୍ଟିରୁ ଏଲ୍‌ପିଜି ସିଲିଣ୍ଡର ଦାମ କମିବା ନେଇ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର