ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ନୂଆଦିଲ୍ଲୀ,୧୮।୯: ଭାରତର ସବୁଠାରୁ ବଡ ଡାଟା ଏଜେନ୍ସି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର-  NIC) ଉପରେ ସାଇବର ଆକ୍ରମଣ। ଏହି ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ, ଏହି ସାଇବର ଆକ୍ରମଣ ମାଧ୍ୟମରେ ଏନଆଇସିର ବହୁ କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଛି ଓ ସମ୍ବେଦନଶୀଳ ସୂଚନା ନିଆଯାଇଛି।

ଏନଆଇସିରେ ପ୍ରଧାନମନ୍ତ୍ରୀ, ଏନଏସଏ ସହିତ ରାଷ୍ଟ୍ରୀୟ ହିତ ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଥାଏ। ଏଭଳି  ଭାବରେ ସାଇବର ଆକ୍ରମଣ କରିବା ଘଟଣା ଖୁବ୍ ବିପଦଜନକ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ସାଇବର ଆକ୍ରମଣ ବେଙ୍ଗାଲୁର ଏକ କମ୍ପାନୀ କହିଛି, ଯାହାର ସମ୍ପର୍କ ଆମେରିକା ସହ ରହିଛି। ଏନଆଇସିର ଡାଟା ବେସରେ ଜାତୀୟ ସୁରକ୍ଷା ସମ୍ପର୍କିତ ବହୁ ତଥ୍ୟ ସହିତ ଭାରତର ନାଗରିକ, ଭିଭିଆଇପି ଲୋକଙ୍କ ସମ୍ପର୍କରେ ବହୁ ସୂଚନା ରହିଥାଏ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ମିଳିଥିବା ସୂଚନା ଅନୁସାରେ, ଏନଆଇସିର ସିଷ୍ଟମ ଉପରେ ଇ-ମେଲ୍ ମାଧ୍ୟମରେ ମାଲାଓ୍ବର ପଠାଯାଇଥିଲା। ଏଥିରେ ଏକ ଲିଙ୍କ ଉପରେ କ୍ଳିକ୍ କରିବା ପରେ ବହୁ ସୂଚନା ଗାଏବ୍ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ସୂଚନା ଦିଆଯାଇଥିଲା। ସୂଚନା ମିଳିବା ମାତ୍ରେ ହିଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦାୟିତ୍ବ ଗ୍ରହଣ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ହ୍ୟାକ୍ କରିଥିବା ଉକ୍ତ କମ୍ପାନୀର ଆଇପି ଆଡ୍ରେସ୍ ଟ୍ରେସ୍ କରିଛି।

   ସମ୍ବନ୍ଧିତ ଖବର


ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ