PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜମାତ୍‌-ଇ-ଇସଲାମୀ ବ୍ୟାନ୍‌

ନୂଆଦିଲ୍ଲୀ,୨୮ ।୨(ଏଜେନ୍ସି): କେନ୍ଦ୍ର ସରକାର ଆଜି କାଶ୍ମୀର ସହ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଜମ୍ମୁ-କାଶ୍ମୀରରେ ସକ୍ରିୟ ମୌଳବାଦୀ ଇସଲାମିକ ସଂଗଠନ ଜମାତ-ଇ-ଇସଲାମୀକୁ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ ଆଇନ, ୧୯୬୭ର ଧାରା ୩ ଅଧୀନରେ ଏଭଳି ପଦକ୍ଷେପ ନିଆଯାଇଛି । ସରକାରଙ୍କ ତରଫରୁ ଆଜି ଏହି ଘୋଷଣା କରାଯାଇଛି ।
କିଛି ଦିନ ତଳେ ଜମ୍ମୁ-କାଶ୍ମୀର ପୁଲିସ ଜମାତ-ଇ-ଇସଲାମୀ ସଂଗଠନର ନେତାମାନଙ୍କ ଉପରେ ଚଢ଼ାଉ କରି ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ନେତାଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ନେତାମାନଙ୍କ ମଧ୍ୟରେ ଉକ୍ତ ସଂଗଠନର ଅଧ୍ୟକ୍ଷ ଏବଂ ଅନେକ ଜିଲା ତଥା ରାଜ୍ୟ ସ୍ତରୀୟ ନେତା ଅନ୍ତର୍ଭୁକ୍ତ ଥିଲେ । ପୁଲିସ ରାତି ଅଧିଆ ଚଢ଼ାଉ କରି କାଶ୍ମୀରର ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଗିରଫ କରିଥିଲା । ଏହା ଅନେକଙ୍କୁ ଚକିତ କରିଥିଲା । କାରଣ ଏହା ପୂର୍ବରୁ ଜମାତ ସଂଗଠନ ବିରୋଧରେ କେବେ ବି ଏଭଳି ପଦକ୍ଷେପ ନିଆଯାଇନଥିଲା । ଅଭିଯୋଗ ହେଉଛି କି କାଶ୍ମୀରରେ ବିଚ୍ଛିନ୍ନତାବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ଜମାତ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର କର୍ମୀମାନେ ଆତଙ୍କବାଦୀମାନଙ୍କ ପାଇଁ ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାମ କରିଥାନ୍ତି । ସେହିପରି ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରୁଥିବା ବିକ୍ଷୋଭକାରୀଙ୍କ ନେତୃତ୍ୱ ବି ଏମାନେ ନେଇଥାନ୍ତି । ହେଲେ ମୋଦି ସରକାର ପ୍ରଥମ ଥର ପାଇଁ ଏହି ସଂଗଠନ ବିରୋଧରେ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି ।
ଜମ୍ମୁ-କାଶ୍ମୀର ପାଇଁ ସଂରକ୍ଷଣ ଅଧ୍ୟାଦେଶ ଜାରି
କେନ୍ଦ୍ର କ୍ୟାବିନେଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଜମ୍ମୁ-କାଶ୍ମୀରରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ସମୁଦାୟଙ୍କୁ ୧୦% ସଂରକ୍ଷଣ ଏବଂ ଏସସି/ଏସଟି ସମୁଦାୟଙ୍କୁ ପଦୋନ୍ନତିରେ ସଂରକ୍ଷଣ ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏଥିପାଇଁ ସମ୍ବିଧାନର ଧାରା ୩୭୦ରେ ସଂଶୋଧନ କରିବାକୁ ଏକ ଅଧ୍ୟାଦେଶ ଜାରି କରାଯାଇଛି । ସେହିପରି ରାଜ୍ୟରେ ଏଲଓସି ସହିତ ଏବେ ଆନ୍ତର୍ଜାତିକ ସୀମା ନିକଟରେ ରହୁଥିବା ଲୋକଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦେବା ପ୍ରସ୍ତାବକୁ ବି ସରକାର ମଂଜୁରୀ ଦେଇଛନ୍ତି ।