କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର: ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୦।୨: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର। ଏଥର ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ରାଜ୍ୟ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏମିତି ବଡ଼ ଉପହାର ଘୋଷଣା କରିଛନ୍ତି। ଏଣିକି କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ୧୨ ପ୍ରତିଶତ ମହାଙ୍ଗା ଭତ୍ତା ପାଇବେ।। ଏଥିରେ କେନ୍ଦ୍ର ସରକାରଙ୍କ ୧.୧ କୋଟି କର୍ମଚାରୀ ଏବଂ ପେନସନଭୋଗୀଙ୍କର ଫାଇଦା ରହିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀମଣ୍ଡଳ ବୈଠକ ପରେ ଅରୁଣ ଜେଟଲୀ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ, ମନ୍ତ୍ରୀମଣ୍ଡଳରୁ ସରକାରୀ କର୍ମଚାରୀଙ୍କ ଭତ୍ତା ତିନି ପ୍ରତିଶତ ବଢ଼ାଇବା ପାଇଁ ସ୍ଥିର କରାଯାଇଛି। ଜୁନ୍ ପହିଲାରୁ ଏହା ଲାଗୁ କରାଯିବ ବୋଲି ସୂଚନା ସେ ଦେଇଛନ୍ତି।
ଭତ୍ତା ବଢ଼ିବା ଦ୍ବାରା କେନ୍ଦ୍ର ସରକାର ୪୮.୪୧ ଲକ୍ଷ କର୍ମଚାରୀ ଉପକୃତ ହେବେ। ସେହିଭଳି ୬୨.୦୩ ଲକ୍ଷ ପେନସନଭୋଗୀ ମଧ୍ୟ ଏଥିରୁ ଲାଭ ପାଇବେ।