ଅଷ୍ଟ୍ରେଲିଆର ପାହାଡରେ ନଜର ଆସିଲା ବିଶାଳ କୀଟ, ଦେଖିବା ପରେ ସମସ୍ତେ ହେଲେ ଭୟଭୀତ

https://navbharattimes.indiatimes.com/
ବ୍ରିସବେନ୍ ୨୫/୨: ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ଏକ ବିରାଟ କୀଟ ନଜର ଆସିଛି । କୀଟଟି ଜଣେ ସାଧାରଣ ମଣିଷର ହାତ ପାପୁଲି ଆକାର ସହ ପ୍ରାୟ ସମାନ । ବ୍ରିସବେନ ସହରର କ୍ୟାମ୍ପ ମାଉଣ୍ଟେନ୍ ଅଞ୍ଚଳକୁ ଏକ ପରିବାର ବୁଲିବାକୁ ଯାଇଥିବାବେଳେ ଏହି କୀଟକୁ ଦେଖିବାକୁ ପାଇଥିଲେ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଏହି କୀଟକୁ ଦେଖିବା ପରେ ବୁଲିବାକୁ ଯାଇଥିବା ପରିବାରଲୋକେ ଭୟଭୀତ ହୋଇଯାଇଥିଲେ । ତାକୁ ମାପିବା ପାଇଁ ହାତ ପାପୁଲି ସହ ତାର ଫଟୋ ଉଠାଇଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସେହି ପରିବାର । ତେବେ ସୋସିଆଲ ମିଡିଆରେ ଏହି କୀଟକୁ ଅତି ସୁନ୍ଦର ବୋଲି କିଛି କମେଣ୍ଟ ଦେବା ସହ ଆଉ କିଛି ତାକୁ ମାରିଦେବା ପାଇଁ ମଧ୍ୟ କହିଛନ୍ତି । ଏବଂ କିଛି ୟୁଜର୍ସ କହିଛନ୍ତି ଯେ ତା ଉପରେ ନଜର ରଖିବା ଉଚିତ୍ ।
ତେବେ ଏଭଳି ଏକ ବିରଳ କୀଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ନିଜ ଡେଣା ସହିତ ୨୫ ସେଣ୍ଟିମିଟର ଏବଂ ଲମ୍ବା ୧୫ ସେଣ୍ଟିମିଟର ପର୍ଯ୍ଯନ୍ତ ହୋଇପାରେ । ଏହା ଧୁସର ରଙ୍ଗର ଦେଖାଯାଉଛି । ତେବେ ଏହାର ଓଜନ ପ୍ରାୟ ୩୦ ଗ୍ରାମ ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆର ପୂର୍ବତଟରେ ଏମିତି ବିରାଟ କୀଟ ଦେଖିବାକୁ ମିଳନ୍ତି ।