ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ବିନା ସୁରକ୍ଷା ଯାଞ୍ଚରେ ସେଲଫି ନେବାକୁ ଘରକୁ ପଶିଲେ ୫ ଜଣ ବ୍ୟକ୍ତି

ନୂଆଦିଳ୍ଳୀ,୨।୧୨: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ଘଟିଛି। କୁହାଯାଉଛି ଯେ, ପ୍ରିୟଙ୍କାଙ୍କ ଘର ଭିତରେ  ୫ ଜଣ ଲୋକ ପଶିଯାଇଥିଲେ। ଏମାନେ ସମସ୍ତେ ଦଳର କର୍ମୀ ବୋଲି କହୁଥିବା ବେଳେ ସେମାନେ ପ୍ରିୟଙ୍କାଙ୍କ ସହିତ ସେଲଫି ନେବାକୁ ଆସିଥିଲେ। ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ପୋଲିସ ସୁରକ୍ଷା ୟୁନିଟ୍ ସ୍ପଷ୍ଟ ଭାବରେ କହିଦେଇଛି ଯେ, ଏହି ଘଟଣାର ସୂଚନା ମିଳିନାହିଁ, କିମ୍ବା ଦିଆଯାଇ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଲୋଧୀ ଷ୍ଟେଟରେ ପ୍ରିୟଙ୍କା ଗାନ୍ଧିଙ୍କ ବାସଭବନରେ ୨୫ ତାରିଖରେ ୫ଜଣ ଲୋକ ଫଟୋ ଉଠାଇବାକୁ ପଶିଥିଲେ। ଏହି ମାମଲାରେ ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟର କହିବା ଅନୁସାରେ, ସିଆରପିଏଫର ସୁରକ୍ଷାକର୍ମୀ ନିଜ କାମରେ ଅବହେଳା କରୁଛନ୍ତି। କୁହାଯାଇଛି ଯେ, ଏହି ମାମଲାରେ ସିଆରପିଏଫ୍ ଡିଜିଙ୍କ ପାଖରେ  ରହିଛି ଓ ଏହାର ଯାଞ୍ଚ ଚାଲୁଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ପଠାଯାଇଥିଲା, ଯିଏକି ପ୍ରିୟଙ୍କାଙ୍କ ସହିତ ଏ ସମ୍ପର୍କରେ କଥା ହେବେ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ଲାକ ସ୍କର୍ପିଓରେ ଥିବା ୩ ଜଣ ମହିଳା ଓ ଦୁଇ ଯୁବକ ବଳପୂର୍ବକ ପ୍ରିୟଙ୍କାଙ୍କ ବାସଭବନ ଭିତରକୁ ପଶି ଆସିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ସମସ୍ତେ ପ୍ରିୟଙ୍କାଙ୍କ ସହିତ ସେଲଫି ନେବା ପାଇଁ ଘରକୁ ପଶିଥିଲେ। ଏହି ମାମଲାକୁ ନେଇ ପ୍ରିୟଙ୍କାଙ୍କ କାର୍ଯ୍ୟାଳୟ ଚିଠି ଲେଖିଛନ୍ତି। ଉଲ୍ଲେଖନୀୟ ଯେ, ନଭେମ୍ବର ମାସରେ ଗାନ୍ଧି ପରିବାରକୁ ଜେଡ୍-ପ୍ଳସ ସିକୁରିଟି ପ୍ରଦାନ କରାଯାଇଥିଲା, ଯେଉଁଥିରେ ସିଆରପିଏଫ୍ ଯବାନ ରୁହନ୍ତି। ଏହା ପୂର୍ବରୁ ତାଙ୍କୁ ଏସିପିଜି ସୁରକ୍ଷା ମିଳୁଥିଲା।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା