PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଟଳିଗଲା ବଡ଼ ବିପଦ: ଲାଇନ୍ କ୍ଲିଅର ସିଗନାଲ ଦେଖାଇ ଶୋଇ ପଡିଥିଲେ ଗେଟମ୍ୟାନ୍, ରାତି ସାରା ଚାଲିଥିଲା ଅନେକ ଟ୍ରେନ୍

https://up.punjabkesari.in

ଫତେହପୁର,୨୫।୭: ଉତ୍ତର ପ୍ରଦେଶର ଫତେହପୁରର ରମଭା ରେଲଓ୍ବେ କ୍ରସିଂରେ ମୁତୟନ ଗେଟମ୍ୟାନ୍‌ଙ୍କର ବଡ ଧରଣର ଅବହେଳା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଟର୍ଚ(ଇଲେକ୍ଟ୍ରିକ୍ ଲ୍ୟାମ୍ପ)ରୁ ଲାଇନ୍ କ୍ଲିୟର ସିଗନାଲ ଦେଇ ଗେଟମ୍ୟାନ୍ ଶୋଇପଡିଥିଲେ। ବହୁ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ଟର୍ଚ ଲାଇଟକୁ ସିଗନାଲ ଭାବି ଯିବାଆସିବା କରୁଥିଲେ। ରେଲଓ୍ବେ ଫାଟକ ବନ୍ଦ ହେବା ଫଳ​‌ରେ ବାହନର ଲମ୍ବା ଲାଇନ୍ ଲାଗିଯାଇଥିଲା। ଜାମ୍ ବଢିବାର ଦେଖି ସକାଳ ୬ଟାରେ ପିଆରଭି ଟିମ୍ ପହଁଞ୍ଚିବା ପରେ ଗେଟମ୍ୟାନ୍‌ ଶୋଇବା ଅବସ୍ଥାରେ ମିଳିଥିଲା। ଗେଟମ୍ୟାନ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭାଗୀୟ ଅଧିକାରୀ ଚିନ୍ତାରେ ପଡିଯାଇଥିଲେ। ଡିଆରଏମ ପ୍ରୟାଗରାଜ ମୋତି ଚନ୍ଦାଙ୍କ ନିର୍ଦେଶ ପରେ ଅବେହଳା କରିଥିବା କାରଣରୁ ଗେଟମ୍ୟାନ୍ ଆରକେ ଶର୍ମାଙ୍କୁ ନିଲମ୍ବିତ କରି ତାଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦିଆଯାଇଛି।

ଉଲ୍ଲେଖନୀୟ ଯେ, ଫତେହପୁର ଜିଲ୍ଲାରେ ଦିଲ୍ଲୀ-ହାଓଡା ରୁଟ୍‌ର ରମଓ୍ବା ଗେଟ୍ ନମ୍ବର-୪୭ ରେ ଗୁରୁବାର ରାତିରେ ଗେଟମ୍ୟାନ୍ ଆରକେ ଶର୍ମା ଡ୍ୟୁଟିରେ ଥିଲେ। ରାତି ପ୍ରାୟ ୧୨ଟା ବେଳେ ସେ ଫାଟକ ବନ୍ଦ କରିଦେଇଥିଲେ। ଏହାପରେ ଟର୍ଚ ଜଳାଇ ବାହରେ ରଖି ରଖିଦେଇଥିଲେ ଓ ରୁମ୍‌ରେ ଯାଇ ଶୋଇ ପଡିଥିଲେ। ଲାଇନ୍ କ୍ଲିୟର ସିଗନାଲ ପାଇବା ପରେ ବହୁ ଟ୍ରେନ୍ ମଧ୍ୟ ସେହି ବାଟ ଦେଇଯାିଥିଲା। ରେଲଓ୍ବେ କ୍ରସିଂ ନଖୋଲିବା କାରଣରୁ ବାହନର ଲମ୍ବା ଲାଇନ୍ ଲାଗିଯାଇଥିଲା। ସକାଳ ପ୍ରାୟ ୬ଟା  ବେଳେ ପିଆରଭି ଟିମ୍ ପହଁଞ୍ଚିଥିବା ପରେ ଗେଟ୍‌ମ୍ୟାନ୍ କ୍ୟାବିନରେ ଶୋଇଥିବା ଅବସ୍ଥାନରେ ମିଳିଥିଲେ। ପୋଲିସ ତାକୁ ଉଠାଇ ଫାଟକ ଖୋଲିଥିଲା। ପ୍ରାୟ ୬ ଘଣ୍ଟା ପରେ ଯିବା ସବୁ କିଛି ସ୍ବାଭାବିକ ହୋଇଥିଲା।

ଲାଇନ୍ କ୍ଲିଅର ସିଗନାଲ ପାଇ ରାତି ୧୨ଟାରୁ ସକାଳ ୬ଟା ଭିତରେ ପ୍ରୟାଗରାଜ ଏକ୍ସପ୍ରେସ୍, ରିଭା ଏକ୍ସପ୍ରେସ୍, ଶିବଗଙ୍ଗା ଏକ୍ସପ୍ରେସ୍, ପୁରୁଷତ୍ତୋମ ଏକ୍ସପ୍ରେସ୍, ଲିଛାଭି, ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସ୍ ଆଦି ଟ୍ରେନ୍ ସେହି ରୁଟ୍ ଦେଇଯାଇଥିଲା। ସବୁଠାରୁ ବଡ କଥା ହେଲା ଏଭଳି ଘଟଣା ପରେ କୌଣସି ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି। ସେକ୍ସନ୍ ଇଞ୍ଜିନିୟର ଅନୂପ ସିଂ କହିଛନ୍ତି, ଗେଟମ୍ୟାନ୍ ଆରକେ ଶର୍ମା ପଚରାଉଚରା ବେଳେ କହିଥିଲେ, ଦୁଇଦିନ ପରେ ତାଙ୍କର ଦେହ ଖରାପ ଥିଲା। ଭୋର ୩ଟାରୁ ୪ଟା ଭିତରେ ସେ ଔଷଧ ଖାଇ ଶୋଇ ପଡିଥିବା କଥାକୁ ମଧ୍ୟ ସ୍ବୀକାର କରିଛନ୍ତି। ଡ୍ୟୁଟିରେ ଅବହେଳା କାରଣରୁ ଏବେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି।