ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ,୧୮।୯: ଗୁଗୁଲର ପ୍ଲୋ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍। ଏହା ଉପରେ ଗୁଗୁଲ କହିଛି ଯେ, ସେ କାହାକୁ ବି ଗ୍ୟାମ୍ଭଲିଂ(ଜୁଆ ଖେଳୁଥିବା) ଆପର ସମର୍ଥନ କରିବ ନାହିଁ। ପେଟିଏମ୍ ଓ ୟୁପିଆଇ ଆପ୍ One97 Communication Ltd. ଦ୍ବାରା ଡେଭଲପ୍ କରାଯାଇଛି। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବାରେ ଦେଖିପାରିବେ ନାହିଁ। ଫଳରେ ପୂର୍ବରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଇନଷ୍ଟଲଡ୍ ହୋଇଥିବା ଆପ୍ କାମ କରୁଛି।

ପେଟିଏମ୍ ପେମେଣ୍ଟ ଆପ୍ ବ୍ୟତୀତ କମ୍ପାନୀର ଅନ୍ୟ ଆପ୍ସ- Paytm for business, Paytm money, Paytm mall ଆଦି Google Play Store ରେ ଏବେ ବି ଉପଲବ୍ଧ ରହିଛି। ତେବେ ଏବେ Paytm  ପକ୍ଷରୁ ଏହି ଆପର Google Play Store ରୁ ରିମୁଭ କରାଯିବା ସମ୍ପର୍କରେ କୌଣସି ବୟାନ ଆସିନାହିଁ। ଗୁଗୁଲର Suzanne Frey ର ଉପାଧ୍ୟକ୍ଷ ଲେଖିଛନ୍ତି, ଆମେ ଅନଲାଇନ୍ କ୍ୟାସିନୋର ଅନୁମତି ଦେଇପାରିବା ନାହିଁ କିମ୍ବା କୌଣସି ମଧ୍ୟ ଏଭଳି ଅନିୟମିତତା ଜୁଆ ଆପ୍ସର ସମର୍ଥନ କରେନି, ଯାହା ଖେଳ ବେଟିଂର ସୁବିଧାକୁ ପ୍ରଦାନ କରୁଛି।

   ସମ୍ବନ୍ଧିତ ଖବର


ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…