ଫେଲ୍ ଟ୍ରାଞ୍ଜାକସନ୍ ଉପରେ ଆରବିଆଇର କଡା ନିୟମ:ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କୁ ଟଙ୍କା ନଫେରାଇଲେ ବ୍ୟାଙ୍କ ଦେବ କ୍ଷତିପୂରଣ

ନୂଆଦିଲ୍ଲୀ,୨୧।୯: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ମୋବାଇଲ ବ୍ୟାଙ୍କିଙ୍ଗ ଆପ୍, ପିଓଏସ୍, ୟୁପିଆଇ, ଏଟିଏମ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ବସ୍ତି ଦେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଆରବିଆଇ ପେମେଣ୍ଟ ଫେଲ୍ ହେବା ମାମଲାରେ ନୂତନ ନିର୍ଦେଶ ଜାରି କରିଛି। ଆରବିଆଇର ନୂତନ ଘୋଷଣା ଅନୁସାରେ ଏବେ ଟ୍ରାଞ୍ଜାକସନ୍ ଫେଲ୍ ହେବାପରେ ନିର୍ଦ୍ଧାରିତ ସମୟ ସୀମାରେ ଗ୍ରାହକଙ୍କୁ ଟଙ୍କା ଫେରାଇବା ଜରୁରୀ କରିଦେଇଛି। ଏହି ସହିତ ଆରବିଆଇ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଯଦି ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ଦିଆଯାଏ ନାହିଁ ତେବେ ବ୍ୟାଙ୍କକୁ ଗ୍ରାହକଙ୍କୁ ପ୍ରତିଦିନ କ୍ଷତିପୂରଣ ଦେବାକୁ ହେବ।

ସୂଚନା ଅନୁସାରେ, ଟଙ୍କା ଫେରସ୍ତରେ ବ୍ୟାଙ୍କ ଦ୍ବାରା ଯଦି ଅଧିକ ସମୟ ଯଦି ଲାଗିଥାଏ ତେବେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟଙ୍କା କ୍ଷତିପୂରଣ ଦେବାକୁ ହେବ। ଆରବିଆଇ ଏହି ବାବଦରେ ବ୍ୟାଙ୍କକୁ ନିର୍ଦେଶ ଜାରି କରିଛନ୍ତି। କୁହାଯାଉଛି ଯେ, ଆରବିଆଇ ଦ୍ବାରା ଅଭିଯୋଗ ବିନା ଟଙ୍କା ଫେରାଇବା ଓ କ୍ଷତିପୂରଣ ଦେବାର ନିର୍ଦେଶ ଦିଆଯାଇଛି।  

ଏଟିଏମ ଟ୍ରାଞ୍ଜାକସନ୍:

ଏଟିଏମ ଟ୍ରାଞ୍ଜାକସନରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଛି କିନ୍ତୁ ଟଙ୍କା ବାହାରିନି ତେବେ ଟ୍ରାଞ୍ଜାକସନର ୫ ଦିନ ଭିତରେ ଆକାଉଣ୍ଟକୁ ଟଙ୍କା ଫେରାଇବାକୁ ହେବ। ୫ ଦିନ ପରେ (ଟି-୫)ରୁ ଅଧିକ ଯଦି ସମୟ ଲାଗେ ତେବେ ଗ୍ରାହକଙ୍କୁ କ୍ଷତିପୂରଣ ମିଳିବ। ପ୍ରତିଦିନ ୧୦୦ ଟଙ୍କା ହିସାବରେ ଗ୍ରାହକଙ୍କୁ ଉକ୍ତ ବ୍ୟାଙ୍କ କ୍ଷତିପୂରଣ ହେବ।

ୟୁପିଆଇ ଟ୍ରାଞ୍ଜାକସନ:

ଆକାଉଣ୍ଟରୁ ଟଙ୍କା କଟିଛି କିନ୍ତୁ ଯାହାକୁ ପଠାଇଥିଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନଥିଲେ, ଏଭଳି ପରିସ୍ଥିତିରେ ଟ୍ରାଞ୍ଜାକସନର ୧ ଦିନ(ଟି+୧) ଦିନ ଭିତରେ ଟଙ୍କା ଫେରାଇବା ଜରୁରୀ। ବ୍ୟାଙ୍କ ଏଭଳି ଯଦି କରିନପାରେ ତେବେ ଦ୍ବିତୀୟ ଦିନରୁ ୧୦୦ ଟଙ୍କା ପ୍ରତିଦିନ କ୍ଷତିପୂରଣ ମିଳିବ।

ୟୁପିଆଇରୁ ମର୍ଚେଣ୍ଟ ପେମେଣ୍ଟ

ଆକାଉଣ୍ଟରୁ ଟଙ୍କା କଟିଛି ଓ ମର୍ଚେଣ୍ଟଙ୍କ ପାଖରେ ଯଦି ପହଁଞ୍ଚି ନାହିଁ ଓ   ଟି+୫ ଦିନରେ ରିଭର୍ସଲ ହୋଇନି ତେବେ ବ୍ୟାଙ୍କ ୧୦୦ ଟଙ୍କା ପ୍ରତିଦିନ କ୍ଷତିପୂରଣ ଦେବ।

କାର୍ଡ ଟୁ ଟ୍ରାନ୍ସଫର;

ଗୋଟିଏ କାର୍ଡରୁ ଡେବିଟ୍ ହୋଇଛି କିନ୍ତୁ ଅନ୍ୟ କାର୍ଡରେ ଟଙ୍କା ଟ୍ରାନ୍ସଫର ହୋଇନାହିଁ। ଏଭଳି ସ୍ଥିତିରେ ଟ୍ରାଞ୍ଜାକସନ୍ ପରେ ଅଧିକାଂଶ ଦିନ ୧ ଦିନ(ଟି+୧)ରେ ରିଭର୍ସଲ ଟ୍ରାଞ୍ଜାକସନ୍ ପରେ ଦ୍ବିତୀୟ ଦିନରୁ ୧୦୦ ଟଙ୍କା ପ୍ରତିଦିନ କ୍ଷତିପୂରଣ ମିଳିବ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ