ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଯେଉଁମାନଙ୍କ ବ୍ୟାଙ୍କ ଖାତାକୁ ଆସୁନି ଗ୍ୟାସ୍ ସବସିଡି ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୩।୮: ମୋଦି ସରକାର ଦିନକୁ ଦିନ ନୂଆ ନୂଆ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ସାଧାରଣ ଲୋକଙ୍କ ପାଇଁ ସବସିଡି ଗ୍ୟାସ ଯୋଗୁଁ ଲକ୍ଷାଧିକ ପରିବାର ଗ୍ୟାସ ଯୋଗେ ରୋଷେଇ କରିବାରେ ସକ୍ଷମ ହୋଇପାରିଛନ୍ତି। ଏବେ ଯେଉଁମାନଙ୍କ ବ୍ୟାଙ୍କ ଖାତାରେ ଗ୍ୟାସ ସବସିଡି ଆସୁଛି ତାଙ୍କ ପାଇଁ ଖୁସି ଖବର। ତାହା ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗ୍ୟାସ ସବସିଡି ଆସୁଛି କି ନାହିଁ ତାହାର ସୂଚନା ଖୁବ୍ ସହଜ ଉପାୟରେ ପାଇପାରିବେ।

ଆପଣ ଇଣ୍ଟରନେଟ୍ ଓ୍ବେବସାଇଟ୍କୁ ଯାଇ ଆପଣ ନିଜର ଏଲପିଜି ଗ୍ୟାସର କପି  ସମ୍ପର୍କରେ ସୂଚନା ପାଇପାରିବେ। ଯଦି ଆପଣଙ୍କୁ ଜଣାନାହିଁ ତେବେ ସମସ୍ତ ଗ୍ୟାସ ସିଲିଣ୍ଡର ନେଉଥିବା ଲୋକଙ୍କ ପାଇଁ ଏଲପିଜେ ଓ୍ବେବସାଇଟରେ ଏଲପିଜି ଆଇଡି ରହିଥାଏ, ଯାହାକି ମୋବାଇଲ ନମ୍ବର ଓ ଗ୍ୟାସ ଏଜେନ୍ସିରୁ ରେଜିଷ୍ଟର୍ଡ ହୋଇଥାଏ ​‌।ଆପଣ ଏହି ଆଇଡିକୁ ଓପନ କରିକି ଦେଖିପାରିବେ ଓ ଏଥିରେ ଆପଣଙ୍କୁ ଆପଣଙ୍କର ଗ୍ୟାସ କନେକସନ୍ ସମ୍ପର୍କିତ ସମସ୍ତ ସୂଚନା ମିଳିଯିବ। ଆପଣଙ୍କୁ ମାଇ ଏଲପିଜି ଓ୍ବେବସାଇଟରେ ଯାଇ ନିଜର ଫୋନ୍ ନମ୍ବର ଓ ଏଲପିଜି କନେକସନ୍ ରେଜିଷ୍ଟେ୍ରସନ୍ ନମ୍ବରରୁ ଲଗିନ୍ କରିବାକୁ ହେବ। ଏହାପରେ ଆପଣ ନିଜର କନେକସନକୁ ସବସିଡି ଆସିଛି କି ନାହିଁ ସେ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

ଯଦି ଆପଣଙ୍କ ମୋବାଇଲ ନମ୍ବର ନିଜର ଗ୍ୟାସ ଏଜେନ୍ସିରେ ରେଜିଷ୍ଟର୍ଡ ନାହିଁ ତେବେ ଏଥିପାଇଁ ଆପଣଙ୍କୁ ନିଜର ମୋବାଇଲ ନମ୍ବରକୁ ରେଜିଷ୍ଟର୍ଡ କରିବାକୁ ହେବ, ଏହାପରେ ନିଜର ସବସିଡି ଷ୍ଟାଟସ୍ ଚେକ୍ କରିପାରିବେ। ଉଲ୍ଲେଖନୀୟ ଯେ, ମୋଦି ସରକାର ସବସିଡି ଗ୍ୟାସ୍ ସିଲିଣ୍ଡର ଚଳନ ଲାଗୁ କରିଥିଲେ। ଏହାପରେ ଲକ୍ଷାଧିକ ଲୋକ ସବସିଡି ଗ୍ୟାସ୍ ସିଲିଣ୍ଡରର ଲାଭ ଉଠାଇ ପାରିଥିଲେ। କିନ୍ତୁ ଭାରତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସବସିଡି ଥିବା ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି। କିନ୍ତୁ ସେମାନଙ୍କୁ ଜଣାନାହିଁ ତାଙ୍କର ବ୍ୟାଙ୍କ ଖାତାକୁ ସବସିଡି ଆସୁଛି କି ନାହିଁ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…