ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ନୂଆଦିଲ୍ଲୀ, ୨୪/ ୧୦: ଆଜିର ସମୟରେ ପ୍ରାୟତଃ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି। ବିଶେଷ କରି ବହୁ ଜଣ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାର କରିଥାନ୍ତି। ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ପ୍ଲେ ଷ୍ଟୋରରେ ଲକ୍ଷାଧିକ ଆପ୍ପ ରହିଛି। ଯେଉଁଥିରୁ ଆପଣ ଆପଣଙ୍କ ମନ ମୁତାବିକ ଆପ୍‌ ଡାଉନଲୋଡ କରି ବ୍ୟବହାର କରି ପାରିବେ। ଏସବୁ ମଧ୍ୟରେ ଆଣ୍ଡ୍ରଏଡ ବ୍ୟବହାରକାରୀ ମାନଙ୍କୁ ଏକ ଓ୍ବାର୍ଣ୍ଣିଂଙ୍ଗ ମିଳିବା ସହ ପ୍ଲେ ଷ୍ଟୋରରୁ କିଛି ଆପ୍ସ ଡାଉନଲୋଡ କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଇଛି।

ଆଣ୍ଟି ଭାଇରସ୍‌ କମ୍ପାନୀ Avastର ସିକ୍ୟୁରିଟି ଟିମ୍‌ ପକ୍ଷରୁ ଓ୍ବାର୍ଣ୍ଣିଙ୍ଗ୍‌ ଦିଆଯିବ ସହ କୁହାଯାଇଛି ଯେ, ଗୁଗୁଲର ଅଫିସିଆଲ ପ୍ଲେ ଷ୍ଟୋରରୁ ଏଭଳି କିଛି ଆପ୍ସ ମିଳିଛି ଯାହା ଫୋନ୍‌କୁ ଡ୍ୟାମେଜ କରି ଦେଇଥାଏ। ଆଣ୍ଡ୍ରାଏଡ୍‌ ୟୁଜର୍ସଙ୍କୁ ଟାର୍ଗେଟରେ ରଖି ୨୧ଟି ଏଡେଓୟାର ପେକ୍ଡ ଆପ୍ସର ସୂଚନା ମିଳିଛି ଯେଉଁଥିରୁକି ୩ଟି ଆପ୍ପକୁ ଗୁଗୁଲ ହଟାଇ ଦେଇଛି। ହେଲେ Avast ଟିମ୍‌ର ସୂଚନା ମୁତାବିକ ଏବେବି ୧୯ଟି ଆପ୍ପ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି। ଏହି ୧୯ଟି ଆପ୍ସ ମୋବାଇଲରେ ଇନଷ୍ଟଲ କରିବା ଦ୍ବାରା ଫୋନରେ ମନ ଇଚ୍ଛା ଆଡ୍‌ ସବୁ ଦେଖାଇ ଥାଏ। ବେଳେ ବେଳେ ଫୋନର ଆଇକନ୍‌ ମଧ୍ୟ ଦେଖା ଯାଇନଥାଏ। ଏଭଳି ବହୁ ଅସୁବିଧା ହୋଇଥାଏ ମୋବାଇଲ ବ୍ୟବହାରକାରୀଙ୍କୁ ବୋଲି କୁହାଯାଇଛି।

Avast ଦ୍ବାରା ସୂଚନା ଦିଆଯାଇଥିବା ଆପ୍‌ ଗୁଡ଼ିକ ହେଲା..

  • Shoot Them
  • Crush Car
  • Rolling Scroll
  • Helicopter Attack
  • Assassin Legend
  • 2020 NEW
  • Helicopter Shoot
  • Rugby Pass
  • Flying Skateboard
  • Iron it
  • Shooting Run
  • Plant Monster
  • Find Hidden
  • Find 5 Differences
  • 2020 NEW
  • Rotate Shape
  • Jump Jump
  • Find the Differences
  • Puzzle Game
  • Sway Man
  • Desert Against