ମୁଁ ମରିବାକୁ ଚାହେଁ… ଆତ୍ମହତ୍ୟାର ୬ ମାସ ପୂର୍ବରୁ କହିଥିଲେ ଏହି ଅଭିନେତ୍ରୀ ! ରହସ୍ୟରେ ମୃତ୍ୟୁ

times of india
ନୂଆଦିଲ୍ଲୀ – ବିଗ୍ ବସ୍ କନ୍ନଡର ସିଜନ-୩ରେ ନଜର ଆସିଥିବା ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କର ମୃତ୍ୟୁ ହୋଇଯାଇଛି। ସୋମବାର, ୨୫ ଜାନୁୟାରୀରେ ଜୟଶ୍ରୀଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ଓଲ୍ଡ ଏଜ୍ ହୋମ୍ ଓ ରିହାବିଲିଟେସନ ସେଣ୍ଟରରେ ମୃତ ଭାବେ ଦେଖିବାକୁ ମିଳିଥିଲା। ଅନୁମାନ କରାଯାଉଛି କି ସେ ଆତ୍ମହତ୍ୟା କରିଥାଇ ପାରନ୍ତି ।
ଏବେ ମୋ ପଛରେ ଆସନ୍ତୁ ନାହିଁ … ପ୍ଲିଜ୍ , ଫଟୋଗ୍ରାଫରଙ୍କୁ ରିୟା ଚକ୍ରବର୍ତ୍ତୀ ହାତଯୋଡ଼ି ଅନୁରୋଧ କଲେ
ଖବର ଅନୁସାରେ , ଜୟଶ୍ରୀ ରମୈୟା ଅନେକ ବର୍ଷରୁ ଡିପ୍ରେସନର ଶିକାର ଥିଲେ ଏବଂ ସୋସିଆଲ ମିଡ଼ିଆରେ ସେ ଏହି କଥାର ସଙ୍କେତ ମଧ୍ୟ ଦେଇଥିଲେ । ସେ ଦୁନିଆ ଛାଡ଼ିବାକୁ କହିଥିଲେ।

ଜୁଲାଇ ୨୦୨୦ରେ ଜୟଶ୍ରୀ ନିଜର ଫେସ୍ବୁକ୍ ପେଜ୍ରୁ ଲାଇଭ୍ ଭିଡ଼ିଓ ସେୟାର କରିଥିଲେ । ସେଥିରେ ମୃତ୍ୟୁର ଭିକ ମାଗିଥିଲେ। ପରେ ତାଙ୍କୁ ବିଗ୍ ବସ୍ କନ୍ନଡ଼ର ହୋଷ୍ଟ କିଚ୍ଚା ସୁଦୀପ୍ ରକ୍ଷା କରିଥିଲେ। ଜୟଶ୍ରୀ ନିଜର ଏହି ଭିଡ଼ିଓରେ କହୁଥିଲେ – ମୁଁ କ୍ୱିଟ୍ କରୁଛି । ଦୁନିଆ ଓ ଡିପ୍ରେସନକୁ ଅଲବିଦା । ସେ ଏହା ମଧ୍ୟ କହିଥିଲେ – ମୁଁ ଏସବୁ ମୋର ପବ୍ଲିସିଟି ପାଇଁ କରୁନାହିଁ । ମୁଁ ସୁଦୀପ୍ ସାର୍ଙ୍କ ଠାରୁ ଆର୍ଥିକ ସାହାଯ୍ୟ ମଧ୍ୟ ଚାହୁଁନାହିଁ। ମୁଁ ମରିବାକୁ ଚାହୁଁଛି , କାରଣ ମୁଁ ନିଜର ଡିପ୍ରେସନ ସହ ଆଉ ଲଢ଼ି ପାରୁନାହିଁ।
ସୁଟିଂ ସେଟ୍ରେ ଅକ୍ଷୟ କୁମାର-ରୋହିତ୍ ସେଟ୍ଟିଙ୍କ ଝଗଡ଼ା ! ଭିଡ଼ିଓ ଭାଇରାଲ

ଜୟଶ୍ରୀ କହିଥିଲେ – ମୁଁ ଆର୍ଥିକ ରୂପେ ଦୃଢ଼ ଅଛି , ହେଲେ ଅବସାଦର ଶିକାର ହୋଇଛି । ମୁଁ ବହୁତ ବ୍ୟକ୍ତିଗତ ବିଷୟକୁ ସାମନା କରୁଛି । ମୋତେ ପିଲାଦିନରୁ ଖାଲି ଧୋକା ମିଳିଛି ଏବଂ ମୁଁ ଏହାଠାରୁ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରୁ ନାହିଁ ।