PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବିଗ୍‌ ବସ୍‌ ଓଟିଟିର ବିଜେତା ହେଲେ ଦିବ୍ୟା ଅଗ୍ରୱାଲ , ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ ଖାସ୍ କଥା

ମୁମ୍ୱାଇ – ବିଗ୍‌ ବସ୍‌ ଓଟିଟିର ବିଜେତା କିଏ ହେଲେ ଏବେ ଏହା ଜଣାପଡ଼ିଛି । ଦିବ୍ୟା ଅଗ୍ରୱାଲ ବିଗ୍‌ ବସ୍‌ ଓଟିଟିର ଟାଇଟଲ ଜିତିଛନ୍ତି । କହି ରଖୁଛୁ କି ଦିବ୍ୟା ଶମିତା , ରାକେଶ , ନିଶାନ୍ତଙ୍କୁ ହରାଇ ଏହି ଟାଇଟଲ ନିଜ ନାମରେ କରିଛନ୍ତି ।

ଦିବ୍ୟା ଜଣେ ଅଭିନେତ୍ରୀ ହେବା ସହ ଜଣେ ମଡେଲ ଓ ଡ୍ୟାନ୍ସର ମଧ୍ୟ । ସେ ହରର ୱେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ : ରିଟର୍ଣ୍ଣର ସଦସ୍ୟ ରହି ସାରିଛନ୍ତି । ଦିବ୍ୟା ଅଗ୍ରୱାଲ ପୂର୍ବ ବିଗ୍‌ ବସ୍‌ ପ୍ରତିଯୋଗୀ ପ୍ରିୟାଙ୍କ ଶର୍ମାଙ୍କର ଗର୍ଲଫ୍ରେଣ୍ଡ ମଧ୍ୟ ଥିଲେ । ପ୍ରିୟାଙ୍କଙ୍କ ଠାରୁ ତାଙ୍କର ବ୍ରେକ୍‌ଅପ୍‌ ଚର୍ଚ୍ଚାରେ ରହିଥିଲା ।

ସୂଚନା ଯେ, ଦିବ୍ୟା ବର୍ତ୍ତମାନ ବରୁଣ ସୁଦ୍‌ଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି । ଦିବ୍ୟା, ବରୁଣଙ୍କ ସହ ନିଜର ରିଲେସନକୁ ଲୁଚାଇ ନାହାନ୍ତି । ଶୋ’ରେ ବରୁଣ , ଦିବ୍ୟାଙ୍କୁ ଭେଟିବାକୁ ପହଞ୍ଚି ଥିଲେ ଏବଂ ପରସ୍ପରଙ୍କ ପାଇଁ ପ୍ରେମ ପରିପ୍ରକାଶ କରିଥିଲେ ।

ବରୁଣ ଗତ ଦିନରେ ଖତରୋଁ କେ ଖିଲାଡୀ  ସୁଟ୍‌ ପାଇଁ କେପ୍‌ ଟାଉନ୍‌ରେ ଥିଲେ । ସେହି ସମୟରେ ଦିବ୍ୟା ନିଜର ହଟ୍‌ ଫଟୋ ପୋଷ୍ଟ କରୁଥିଲେ ଏବଂ ଏହାର କାରଣ ବି କହିଥିଲେ। ଦିବ୍ୟା କହିଥିଲେ କି ସେ ବରୁଣଙ୍କୁ ଟିଜ୍‌ କରିବାକୁ ହଟ୍‌ ଫଟୋ ପୋଷ୍ଟ କରୁଛନ୍ତି ।

କହି ରଖୁଛୁ କି , ବିଗ୍‌ ବସ୍‌ ଓଟିଟିରେ ମୋଟ୍‌ ୧୩ ଜଣ ପ୍ରତିଯୋଗୀ ନଜର ଆସିଥିଲେ । ଏହି ପ୍ରତିଯୋଗୀଙ୍କ ନାମ ରାକେଶ ବାପଟ , ଜିଶାନ ଖାନ, ମିଳିନ୍ଦ ଗାବା ,ନିଶାନ୍ତ ଭଟ୍ଟ , ପ୍ରତୀକ ସହଜପାଲ , କରଣ ନାଥ , ଶମିତା ସେଟ୍ଟୀ , ଉର୍ଫି ଜାବେଦ , ନେହା ଭସିନ୍‌ , ମୁସ ଜଟାନା , ଅକ୍ଷରା ସିଂହ , ଦିବ୍ୟା ଅଗ୍ରୱାଲ ଓ ରିଦ୍ଧିମା ପଣ୍ଡିତ ।