PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସେପ୍ଟେମ୍ବରରୁ ବିଗ୍‌ ବସ୍‌ -୧୪ ! ଏଥର ଜଙ୍ଗଲ ଥିମ୍‌ରେ ବିଗ୍‌ବସ୍‌ ହାଉସ୍ ‌

ମୁମ୍ବାଇ ୦୪/୦୮: ଲୋକପ୍ରିୟ ରିୟଲିଟି ସୋ’ ବିଗ୍‌ ବସ୍‌ର ୧୪ତମ ସିଜନ ଆସନ୍ତା ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ । କରୋନା ନିମନ୍ତେ ଚଳିତଥର କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ କରିବାକୁ ଚିନ୍ତା କରାଯାଇଛି ।

ସୂଚନା ମୁତାବକ, କାର୍ଯ୍ୟକ୍ରମର ଟ୍ୟାଗଲାଇନ ‘ବିଗ୍‌ବସ୍‌ ୧୪ ହୋଗା ରକିଂ’ ରଖାଯିବ। ଚଳିତଥରର ବିଗ୍‌ବସ୍‌ ହାଉସ ଜଙ୍ଗଲ ଥିମ୍‌ରେ ରହିବ । ଟ୍ରାଭେଲ ହିଷ୍ଟ୍ରି ଥିବା ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପାରିବେନି । ସମସ୍ତ ପ୍ରତିଯୋଗୀ ଏବଂ ଟିମ୍‌ ମେମ୍ବର ଆଇସୋଲେଟ ହୋଇରହିବେ । ସମସ୍ତଙ୍କର କରୋନା ଟେଷ୍ଟ କରାଯିବ । ଏଥର ବିଗ୍‌ବସ୍‌ରେ ନିୟା ଶର୍ମା, ବିବିୟନ ଡିସେନା, ସୁଗନ୍ଧା ମିଶ୍ରା, ଅବିନାଶ ମୁଖର୍ଜୀ, ଶିରୀନ ମିର୍ଜାଙ୍କ ଭଳି ସେଲିବ୍ରିଟୀ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର