“Bigg Boss” star ସେହନାଜ୍‌ଙ୍କ ପିତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଅମୃତସର,୨୨/୫: ପ୍ରଖ୍ୟାତ ପଞ୍ଜାବୀ ଗାୟିକା ତଥା ବିଗ୍‌ ବସ୍‌ ୧୩ ଫାଇନାଲିଷ୍ଟ ସେହନାଜ୍‌ ଗିଲ୍‌ଙ୍କ ପିତା ସନ୍ତୋକ ସିଂହ ସୁଖଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ବନ୍ଧୁକ ଦେଖାଇ ପଞ୍ଜାବର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କ ଅଭିଯୋଗ ମୁତାବକ ଅମୃତସରର ବିସ୍‌ ସିଟିଠାରେ ଏହି ଘଟଣା ଘଟିଛି । ଏକୁଟିଆ ପାଇ ସନ୍ତୋକ ସିଂହ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ ପୀଡ଼ିତାଙ୍କ ବୟସ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କ ବୟସ ୨୦ ବର୍ଷ ବୋଲି ଆଉ କେତେକ ରିପୋର୍ଟରୁ ଜାଣିବାକୁ ମିଳିଛି ।

ପଞ୍ଜାବ ପୁଲିସ ନିକଟରେ ହୋଇଥିବା ଅଭିଯୋଗ ମୁତାବକ ପୀଡ଼ିତା ମହିଳା ମେ ୧୪ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ସନ୍ତୋକଙ୍କ ଘରକୁ ଯାଉଥିଲେ । ତାଙ୍କ ବନ୍ଧୁ ସନ୍ତୋକଙ୍କ ଘରେ ରହୁଥିଲେ । ଏହାପରେ ବାଟରେ ସନ୍ତୋକ ତାଙ୍କୁ ଲିଫ୍ଟ ଦେଇଥିଲେ । କିନ୍ତୁ କାର୍‌ ମଧ୍ୟରେ ତାଙ୍କୁ ବନ୍ଧୁକ ଦେଖାଇ ବଳତ୍କାର କରିଥିଲେ । ଜଳନ୍ଧରରେ ରହୁଥିବା ପୀଡ଼ିତା ଜଣକ ମେ ୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ସନ୍ତୋକ ହତ୍ୟା ଧମକ ଦେଇଥିବାରୁ ସେ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ ସାହସ କରି ନ ଥିବା ଦର୍ଶାଇଛନ୍ତି ।

ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ହରପ୍ରୀତ କୌର କହିଛନ୍ତି, ଅଭିଯୋଗ ପାଇବା ପରେ ଆମେ ସନ୍ତୋକଙ୍କ ଘରକୁ ଯାଇଥିଲୁ । କିନ୍ତୁ ସେ ଫେରାର ଅଛନ୍ତି । ଅନ୍ୟପକ୍ଷରେ ସେହନାଜ୍‌ ଏ ବିଷୟରେ ଆଦୌ ଜାଣି ନ ଥିବା ଦର୍ଶାଇଥିବା ବେଳେ ତାଙ୍କ ଭାଇ ସେହବାଜ୍‌ ଏହି ଘଟଣାକୁ ଖଣ୍ଡନ କରିଛନ୍ତି । ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ମହିଳା ଜଣକ ତାଙ୍କ ପିତାଙ୍କୁ ବଦନାମ କରିବା ପାଇଁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ।

ଆମେ ଏହାକୁ ନେଇ ଅତ୍ୟନ୍ତ ମର୍ମାହତ । ଘଟଣା ଯେଉଁଠି ଘଟିଛି ବୋଲି କୁହାଯାଉଛି, ସେଠାରେ ସିସିଟିଭି କ୍ୟାମେରା ଲଗାଯାଇଛି । ତାହାକୁ ଯାଞ୍ଚ କଲେ ସବୁ ସତ ଜଣାପଡ଼ିଯିବ ବୋଲି ସେ ଦାବି କରିଛନ୍ତି । ଅଭିଯୋଗକାରୀ ମହିଳାଙ୍କୁ ଆମେ ଜାଣିନାହୁଁ । କାରଣ ସେହନାଜ୍‌ ଓ ମୁଁ ମୁମ୍ବାଇ ପଳାଇ ଆସିଛୁ । ଅନେକ ଦିନ ହେଲା ଆମେ ଏଠାରେ ରହୁଛୁ । ଆମ ପିତା କୌଣସି ଭୁଲ କରିନାହାନ୍ତି । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେହବାଜ୍‌ କହିଛନ୍ତି ।

   ସମ୍ବନ୍ଧିତ ଖବର


କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର୍ ଦମ୍ପତିଙ୍କୁ ଧରି ପୁଲିସ ଜିମା ଦେଲେ

ଲକ୍‌ଡାଉନ୍‌ରେ ମାତିଛନ୍ତି ଲୁଟେରା: ଘର ସାମ୍ନାରୁ ଗାୟବ କରିଦେଲେ କାର୍‌

ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ, ଗୁଜରାଟ: ସତର୍କ କଲା ଗୁଇନ୍ଦା ବିଭାଗ

କରୋନା ନେଲା ବଲିଉଡ୍‌ର ପ୍ରଥମ ମୁଣ୍ଡ- ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ କରୋନା ଓ କିଡ୍‌ନୀ ଫେଲୁଅର୍‌ ଯୋଗୁଁ ମୃତ୍ୟୁ

ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି ମୌନି