PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ସମ୍ଭାବ୍ୟ ‘ଫନି’ ପ୍ରଭାବିତ ଅଞ୍ଚଳର ୮ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତରଣ, ପ୍ରାୟ ୧ ଲକ୍ଷ ଲୋକଙ୍କୁ ପଠାଯାଇଛି ଏସଏମଏସ୍

ଭୁବନେଶ୍ବର ୨।୫: ଫନି ଆସନ୍ତାକାଲି ଅପରାହ୍ଣରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳରୁ ଆଜି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ କରିବେ। ଏ ନେଇ ଗତକାଲି ଠାରୁ ବ୍ୟବସ୍ଥା ଆରମ୍ଭ ହୋଇଛି ଓ ଆଜି ବିଧିବଦ୍ଧ ସ୍ଥାନାନ୍ତର କରାଯିବ। ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ଓ ଏହାକୁ ବଞ୍ଚାଇବାକୁ ହେବ ବୋଲି କହିବା ପରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ଏକା ବେଳେକେ ୮ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ହେବ ଏଯାବତ୍ ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ । ପୂବର୍ରୁ ହୁଡହୁଡ୍ ଓ ଫାଇଲିନ ବାତ୍ୟା ସମୟରେ ରାଜ୍ୟ ସରକାର ବଡ଼ ଧରଣର ସ୍ଥାନାନ୍ତରଣ କରିଥିଲେ। ବର୍ତ୍ତମାନ ଏହି ଅଭିଜ୍ଞତା ବଳରେ ଏହି ବିରାଟ  ସ୍ଥାନାନ୍ତରଣ ସଫଳ ହେବ ବୋଲି ପ୍ରଶାସନ ଆଶାବାଦୀ। ବ୍ୟବସ୍ଥା ମୁତାବକ ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଓ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହାଛଡା ଆଜି ଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି।।

ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳର ବାସିନ୍ଦାଙ୍କୁ ସଚେତନ କରିବାକୁ ୯୭.୪୦ ଲକ୍ଷ ଏସଏମଏସ୍ ପଠାଯାଇଛି।

୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫନି । ବାତ୍ୟା ଫନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର