PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

୧୦୦୦ କିଲୋ ଗୋଟିଏ କଖାରୁର ଓଜନ – ଦୁନିଆଁର ସବୁଠାରୁ ବଡ଼ କଖାରୁ

pumpkin

pumpkin

ଗୋଟିଏ କଖାରୁର ଓଜନ ୧୦୦୦(ହଜାରେ) କିଲୋ । ଅନେକ ହୁଏତ ଏହି ଖବରକୁ ବିଶ୍ୱାସ କରୁ ନଥିବେ । ହେଲେ ଫଟୋରେ ଦୁଇ ଜଣ ଚାଷୀଙ୍କ ଦ୍ୱାରା ଉତ୍ପାଦନ କରାଯାଇଥିବା କଖାରୁର ଫଟୋ ଦେଖିଲେ ନିଶ୍ଚୟ ବିଶ୍ୱାସ କରିବେ । ଏହା ଦୁନିଆଁର ସବୁଠାରୁ ବଡ କଖାରୁ । ସାଧାରଣତଃ କଖାରୁ ୨ରୁ ୪, ୫ କିଲୋ ହୋଇଥାଏ । ଗୋଟିଏ ଗୋଟିଏ ବଡ଼ କଖାରୁ ୧୫ କିଲୋ ପର୍ଯ୍ୟନ୍ତ ହୁଏ ।

ମାତ୍ର ଆମେରିକାର ଓହିଓ ଅଞ୍ଚଳରେ ଦୁଇଜଣ ଚାଷୀ ନିଜ ଚାଷ ଜମିରେ ବିଶାଳ କଖାରୁ ଉତ୍ପାଦନ କରିଥିଲେ । ଏହି ଚାଷୀ ଦୁଇ ଜଣଙ୍କର ନାମ ଦନ୍ ଟାଂଡ ଏବଂ ଡୋନା । ବିଶ୍ୱର ସବୁଠାରୁ ବଡ଼ କଖାରୁ ଉତ୍ପାଦନ କରିବା ରେକର୍ଡ ଏବେ ଏମାନଙ୍କ ନାନରେ ହୋଇଛି ।

ବିଶାଳ କଖାରୁ ଉତ୍ପାଦନ କରିବା ପାଇଁ ଏହି ଦୁଇ ଜଣ ବହୁ ଦିନ ଧରି ଆଶା କରିଥିଲେ । ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରିଥିଲେ । ଆମେରିକାରେ ପାଉଣ୍ଡ ହିସାବରେ ଓଜନ ହେଉଥିବାରୁ ଏହା ୨୧୬୪ ପାଉଣ୍ଡ ବା ପ୍ରାୟ ୧୦୦୦ କିଲୋଗ୍ରାମ ।ଏହାକୁ ସେମାନଏ ଆମେରିକାରେ ଚାଲିଥିବ ଏକ ପନିପରିବା ପ୍ରଦର୍ଶନୀରେ ରଖିଥିଲେ

ଏହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ସମ୍ବନ୍ଧିତ ଖବର