ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ପାଟନା, ୧୯/ ୧୦: କରୋନା କାଳରେ ବିହାର ରାଜ୍ୟରେ ହେଉଛି ଦେଶର ପ୍ରଥମ ନିର୍ବାଚନ। ସେଥିପାଇଁ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ରାଜ୍ୟର ଶାସନ ଭାର ସମ୍ଭାଳିବା ପାଇଁ ବିଭିନ୍ନ ଦଳ ଲାଗି ପଡ଼ିଛନ୍ତି ପ୍ରଚାର ମଇଦାନରେ। ଆଉ ବିଭିନ୍ନ ଦଳର ରଣନୈତିଜ୍ଞ ମାନେ ଦଳକୁ ବିଜୟୀ କରିବା ପାଇଁ ଅଙ୍କକଷା ମଧ୍ୟ ଆରମ୍ଭ କରି ସାରିଲେଣି। ଚଳିତ ବିଧାନସଭା ନିର୍ବାଚନରେ କିଭଳି ଦଳ ବିଜୟୀ ହେବ ଏବଂ ଭୋଟରଙ୍କୁ କିଭଳି ଆକୃଷ୍ଟ କରାଯାଇ ପାରିବ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ। ଭୋଟରଙ୍କ ମନ ଜିଣିବା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଦେଉଛନ୍ତି ଭଳିକି ଭଳି ପ୍ରତିଶୃତି।

ନିର୍ବାଚନରେ ଦଳ ହେଉ ବା ମହାମେଣ୍ଟ ନିଜ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରାକୁ ସାମ୍ନାରେ ରଖି ନିର୍ବାଚନ ମାଇଦାନରେ ପ୍ରଚାର ପ୍ରସାର କରୁଛନ୍ତି। ବହୁ ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏପରିବି ଅଛନ୍ତି ଯିଏକି ନିର୍ବାଚନ ମଇଦାନରେ ମଧ୍ୟ ଯୋଦ୍ଧା ଭାବେ କାର୍ଯ୍ୟକରୁଛନ୍ତି। ବିହାର ବିଧାନସଭାରେ ଚଳିତ ବର୍ଷ ରାଜ୍ୟର ମଙ୍ଗ ଧରିବା ପାଇଁ ବିଭିନ୍ନ ଦଳ ଅଲଗା ଅଲଗା ଗଠବନ୍ଧନ ଗଢ଼ି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ପଦ ପାଇଁ ୬ ଆଶାୟୀ ପ୍ରାର୍ଥୀ ମଧ୍ୟ ଅଛନ୍ତି।

ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣିଥରେ ଏନଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦାବିର ସହ ନିର୍ବାଚନ ମଇଦାନରେ ଲଢ଼ିଛନ୍ତି। ବିଗତ ନିର୍ବାଚନ ପରେ ରାଜ୍ୟ ରାଜନୀତରେ ମଧ୍ୟ ବହୁ ଅଦଳବଦଳ ହୋଇଛି। ୨୦୧୫ ମସିହାରେ ହୋଇଥିବା ବିହାର ବିଧାନସଭାରେ ଜେଡିୟୁ ଓ ଆରଜେଡି ମେଣ୍ଟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଓ ମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ନୀତିଶ କୁମାର। ଅପରପକ୍ଷେ ଏନଡିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚହେରାକୁ ଆଗରେ ରଖି ନିର୍ବାଚନ ଲଢ଼ିଥିଲା ନିର୍ବାଚନ ଫଳାଫଳ ପରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କୁହାଯିବ ବୋଲି ଏନଡିଏ କହିଥିଲା। ୨୦୨୦ ନିର୍ବାଚନରରେ ପୁଣିଥରେ ବିଜେପି ଓ ଜେଡିୟୁ ମିଶି ନିର୍ବାଚନ ଲଢ଼ୁଛନ୍ତି ଓ ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେଉଛନ୍ତି ନୀତିଶ କୁମାର। ହେଲେ ଚଳିତଥର ନୀତିଶ ମୁଖ୍ୟମନ୍ତ୍ରୀ ହେବା ସହଜ ହେବ ନାହିଁ।

ତେଜସ୍ବୀ ଯାଦବ ଓ ନୀତିଶଙ୍କ ବ୍ୟତୀତ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି, ବସପା ସହିତ ୬ ଦଳ ମିଶି ହୋଇଥିବା ଗଠବନ୍ଧନ ଗ୍ରାଣ୍ଡ ଡେମୋକ୍ରାଟିକ ସେକ୍ୟୁଲାର ଫ୍ରଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଉପେନ୍ଦ୍ର କୁଶବାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚେହେରା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ମେଣ୍ଟ। ଅପରପକ୍ଷେ ଲୋକ ଜନଶକ୍ତି ପାର୍ଟି ନିଜ ଦଳର ସୁପ୍ରିମେୋ ଚିରାଗ ପାଶଓ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବି ନିର୍ବାଚନ ଲଢ଼ୁଛି। ହେଲେ ଚିରାଗ ଏଯାଏଁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରି ନାହାନ୍ତି। ଚଳିତ ନିର୍ବାଚନରେ ଏଲଜିପି ଏକାକି ୧୪୩ଟି ଆସନରେ ପ୍ରାର୍ଥୀ ଠିଆ କରି ନିର୍ବାଚନ ଲଢ଼ୁଛି। ପ୍ଲରଲ୍ସ ପାର୍ଟିର ପ୍ରମୁଖ ପୁଷ୍ମମ ପ୍ରିୟା ଚୌଧୁରୀ ମଧ୍ୟ ନିଜକୁ ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମଇଦାନରେ ପ୍ରଚାର କରୁଛନ୍ତି।

ଅକ୍ଟୋବର ୨୮ ତାରିଖରୁ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ ତାରିଖରେ ଶେଷ ହେବ। ଏଥର ମୋଟ ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେଉଛି। ନିର୍ବାଚନ ଫଳାଫଳ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ। ଫଳାଫଳ ପରେ ସ୍ପଷ୍ଟ ଜଣାପଡ଼ିବ ଯେ କେଉଁ ଦଳ ରାଜ୍ୟର ଶାସନ ଭାର ଧରିବ ଆଉ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ।

   ସମ୍ବନ୍ଧିତ ଖବର


କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ