ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ପାଟନା,୧୧।୧୨: ଦେଶରେ ଦୁଷ୍କର୍ମ ମାମଲାରେ କୌଣସି ହ୍ରାସ ଘଟୁନାହିଁ। ମହିଳାଙ୍କୁ ଦୁଷ୍କର୍ମ ଓ ତାଙ୍କୁ ଜୀଅନ୍ତା ଜାଳି ଦେବା ଭଳି ଏକ ଘଟଣା ବିହାରର ବୋତିୟା ଜିଲ୍ଲା ଅନ୍ତର୍ଗତ ଶିକାରପୁରରେ ମଙ୍ଗଳବାର ସକାଳେ ଘଟିଛି। ଦୁଷ୍କର୍ମକାରୀମାନେ ପୀଡିତାଙ୍କ ଘର ଭିତରେ ପଶି ତାଙ୍କ ଉପରେ କିରୋସିନ ପକାଇ  ନିଆଁ ଲଗାଇ ଦେଇଥିଲେ। ଏହାପରେ ଚିକିତ୍ସା ପାଇଁ ପାଟନା ନେବା ସମୟରେ ରାସ୍ତାରେ ପୀଡିତାଙ୍କ ମୃତ୍ୟୁ ହୋଇଯାଇଥିଲା। ନିଆଁରେ ପୀଡିତା ୭୦ ପ୍ରତିଶତ ପୋଡି ଯାଇଥିଲେ।

ପୀଡିତାଙ୍କ ଭାଇ ପୋଲିସକୁ କହିଛନ୍ତି, ଦେଢ ମାସ ପୂର୍ବେ ଅଭିଯୁକ୍ତ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ତାଙ୍କ ବିରୋଧରେ ଅଭିଯୋଗ କଲେ ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଥିଲେ। ଭୟରେ ସେମାନେ ପୋଲିସ ନିକଟରେ ଅଭିଯୋଗ ନକରିବାରୁ ଏହାଦ୍ବାରା ଅଭିଯୁକ୍ତଙ୍କ ସାହାସ ଆହୁରି ବଢିଯାଇଥିଲା। ସେ   ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ଭଉଣୀକୁ ଯୌନ ଶୋଷଣ କରୁଥିଲା ପରିବାର ଲୋକଙ୍କୁ ୩-୪ ଦିନ ପୂର୍ବେ ଜଣାପଡିଥିଲା ଯେ, ପୀଡିତା ଗର୍ଭବତୀ ଅଛନ୍ତି। ଏହାପରେ ଆମେ ଅଭିଯୁକ୍ତର ଘରେ ପହଁଞ୍ଚି ବିବାହ କରିବାକୁ ଚାପ ପକାଇଥିଲୁ। କିନ୍ତୁ ତା’ର ପରିବାର ଲୋକ ସଫା ସଫା ମନା କରିଦେଲେ ବୋଲି ପୀଡିତାଙ୍କ ଭାଇ କହିଛନ୍ତି।

ମଙ୍ଗଳବାର ସକାଳ ୭ଟା ବେଳେ ପୀଡିତା ଘରେ ଶୋଇଥିବା ବେଳେ ଅଭିଯୁକ୍ତ ଘର ଘର ଭିତରକୁ ହଠାତ ପଶି ଆସିଥିଲା। ଏହାପରେ ସେ ପୀଡିତାଙ୍କ ଉପରେ କିରୋସିନି ପକାଇ ନିଆଁ ଲଗାଇ ଦେଇଥିଲା। ପୀଡିତାଙ୍କ ଚିତ୍କାର ଶୁଣି ପରିବାର ଲୋକ ବାହାରକୁ ଚାଲିଆସିଥିଲେ। ସେମା​‌ନେ ଅଭିଯୁକ୍ତକୁ ଦୌଡି ପଳାଉଥିବାର ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଭୟରେ ଅଭିଯୁକ୍ତ ପଡୋଶୀ ଘରେ ଲୁଚି ଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ତାକୁ ପଚରାଉଚରା ଜାରି ରଖିଛି।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ଭାଇର ଫି ଛାଡ଼ ପାଇଁ ଡାକି ବଡ ଭଉଣୀକୁ ସ୍କୁଲ ମାଲିକ କଲେ ଦୁଷ୍କର୍ମ: ଅଭିଯୁକ୍ତ ଅଟକ

ବାଙ୍କୀ ଡବଲ୍‌ ମର୍ଡର୍‌ ଘଟଣା: ଆଉ ଜଣେ ଅଭିଯୁକ୍ତ ଗଲା ଜେଲ୍‌

ନିର୍ଭୟା ମାମଲା: ପୃଥକ୍‌ ପୃଥକ୍‌ ଭାବେ ଫାଶୀ ଦେବା ପାଇଁ କେନ୍ଦ୍ରର ଆବେଦନ, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ଶୁଣାଣି