PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର ଠିକ୍ ପୂର୍ବରୁ ଭାଙ୍ଗିଲା ବ୍ରିଜର ଆପ୍ରୋଚ ରୋଡ୍, ୧୨ ଦିନରେ ଦ୍ବିତୀୟ ଘଟଣା

https://hindi.asianetnews.com/

ଗୋପାଳଗଞ୍ଜ, ୧୨।୮: ବିହାରରେ ପୁଣିଥରେ ଏକ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା (ଆପ୍ରୋଚ ରୋଡ୍) ଉଦଘାଟନ ପୂର୍ବରୁ ଭାଙ୍ଗିଗଲା। ଏହି ଘଟଣା ଗୋପାଳଗଞ୍ଜର ବୋଲି ଜଣାପଡିଛି, ଯେଉଁଠି ବଙ୍ଗରା ଘାଟ ମହାସେତୁକୁ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥାନ୍ତେ। ଏହି ମହାସେତୁର ୫୦ ମିଟର ଅପ୍ରୋଚ ରୋଡ୍ ଭାଙ୍ଗିଯାଇଛି। ଧ୍ବଂସ ପାଇଯାଇଥିବା ଏହି ଆପ୍ରୋଚ ରୋଡ ଉଦଘାଟନ ପୂର୍ବରୁ ପୁଣିଥରେ ଠିକ୍ କରିବା ନେଇ ଚେଷ୍ଟା ଚାଲିଛି।

ଏହି ଘଟଣା ନୂଆ ନୁହେଁ ୧୨ ଦିନ ପୂର୍ବରୁ ମଧ୍ୟ ଏଭଳି ଆପ୍ରୋଚ ରୋଡ୍ ଭାଙ୍ଗି ଯାଇଥିଲା। ଗୋପାଳଗଞ୍ଚର ସତରଘାଟ ବ୍ରିଜର ଆପ୍ରୋଚ ରୋଡ୍ ଗତ ମାସ ଜୁଲାଇ ୧୫ରେ ଭାଙ୍ଗିଯାଇଥିଲା। କେବଳ ପ୍ରାର୍ଥକ୍ୟ ଏତିକି ଯେ, ସେହି ବ୍ରିଜର ଆପ୍ରୋଚ ରୋଡ୍ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ଭାଙ୍ଗିଯାଇଥିଲା। ଏହି ବ୍ରିଜ ନିର୍ମାଣରେ ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ ମେଗା ବ୍ରିଜ ଆପ୍ରୋଚ ସଡକ ଭାଙ୍ଗିଯାଇଛି। ବିହାର ରାଜ୍ୟ ପୋଲ ନିର୍ମାଣ ନିଗମର ପଦାଧିକାରୀ ଘଟଣା ସ୍ଥଳରେ ଅଛନ୍ତି। ଦୁଇରୁ ଅଧିକ ଜେସିବି ମେସିନ୍ ଓ ଶତାଧିକ ଶ୍ରମିକଙ୍କୁ ମରାପତି କାମରେ ଲଗାଯାଇଛି। ଏହି ବ୍ରିଜ ତିଆରି କରିବା ପାଇଁ ୫୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ପୁଣିଥିରେ ଏହି ବ୍ରିଜକାମ ଆରମ୍ଭ ହୋଇଯାଇଛି। ଏହି ମାମଲାରେ ଯେତେବେଳେ ବିହାର ରାଜ୍ୟ ପୋଲ ନିର୍ମାଣ ନିଗମର ଡେପୁଟି ଚିଫ୍ ଇଞ୍ଜିନିୟର ଶାକିର ଅଲ୍ଲୀଙ୍କୁ ପଚରାଯାଇଥିଲା ସେ ଏହାକୁ ସାଧାରଣ ଘଟଣା ବୋଲି କହିଥିଲେ। ବ୍ରିଜ କାମରେ କୌଣସି ପ୍ରକାର ଖରାପ କାମ ହୋଇନି। ସମସ୍ତ କାର୍ଯ୍ୟ ଗୁଣବତ୍ତାର ମାନକ ଅନୁରୂପ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ସମାରୋହ ପୂର୍ବରୁ ଏହାକୁ ଠିକ୍ କରିଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର