ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ: ପାଇପ୍ରୁ କରେଣ୍ଟ ଲାଗି ଶିଶୁ ମୃତ, ଅନେକ ଆହତ

ବକ୍ସର,୨୬।୧: ସାଧାଣତନ୍ତ୍ର ଦିବସ ଅବସରରେ ବିହାରର ବକ୍ସର ଜିଲ୍ଲାରେ ଥିବା ଏକ ସ୍କୁଲରେ ବଡ ଅଘଟଣ। ପତାକା ଉତ୍ତୋଳନ ବେଳେ କରେଣ୍ଟ ଲାଗିବା କାରଣରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। ସେଭଳି ଅନ୍ୟକିଛି ପିଲା ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବକ୍ସରର ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ସେତେବେଳେ ବଡ ଅଘଟଣ ଘଟିଥିଲା, ଯେବେ ପତାକା ଉତ୍ତୋଳନ ବେଳେ କରେଣ୍ଟ ଲାଗି ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ସେଭଳି ଅନ୍ୟ ୪ ଜଣ ଆହତ ହୋଇଥିଲେ। ତାଙ୍କର ଚିକିତ୍ସା ବକ୍ସର ସଦର ହସ୍ପିଟାଲରେ କରଯାଉଛି।
ମିଳିଥିବା ସୂଚନା ଅନୁସାରେ, ପିଲାମାନେ ସାଧାରଣତନ୍ତ୍ର ଦିବସ ଅବସରରେ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ଥିଲେ। ସେତେବେଳେ ପତକାର ପାଇପ୍ରେ କରେଣ୍ଟ ଲାଗିଯାଇଥିଲା, ଯାହାଫଳରେ ସ୍କୁଲର ପିଲାମାନେ ଏହାର ସଂସ୍ପର୍ଶରେ ଆସିଯାଇଥିଲେ। ସେଭଳି ଡାକ୍ତରଙ୍କ କହିବା ଅନୁସାରେ, ହସ୍ପିଟାଲକୁ ଆସିଥିବା ପିଲାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିଲା, ସେଭଳି ଅନ୍ୟ ଶିଶୁର ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଅନ୍ୟପିଲାଙ୍କର ପରିବାର ଲୋକଙ୍କର କାନ୍ଦି କାନ୍ଦି ସ୍ଥିତି ଖରାପ ହୋଇଯାଇଛି। ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଯାଇଛନ୍ତି ଓ ପିଲାଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଏହାଛଡା ପୁରା ମାମଲାର ତଦନ୍ତ ମଧ୍ୟ କରାଯାଉଛି ଯେ, ପାଇପ୍ରେ କିଭଳି କରେଣ୍ଟ ଲାଗିଲା ?