
ପାଟନା- ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ୍ ( ଜେଡିୟୁ) ର ପ୍ରଦେଶ କାର୍ଯ୍ୟକାରିଣୀର ବୈଠକ ସମୟରେ ଏକ ବଡ଼ ଖୁଲାସା କରିଛନ୍ତି । ନୀତୀଶ କୁମାର ୨ଦିନ ଯାଏ ଚାଲିବାକୁ ଥିବା ପ୍ରଦେଶ କାର୍ଯ୍ୟକାରିଣୀର ପ୍ରଥମ ଦିନ ବୈଠକକୁ ସମ୍ୱୋଧିତ କରି କହିଛନ୍ତି ନିର୍ବାଚନ ବେଳେ ଜଣାପଡ଼ିଲା ନାହିଁ ତାଙ୍କର ବନ୍ଧୁ କିଏ ଏବଂ ଶତ୍ରୁ କିଏ ?
ରାଜନୀତିକ ମହଲରେ ଏହି କଥାକୁ ନେଇ ଅଟକଳ ଲଗାଯାଉଛି । ନୀତୀଶ କୁମାରଙ୍କର ଏହି ବୟାନ ମହଯୋଗୀ ଦଳ ବିଜେପିକୁ ନେଇ ଦିଆଯାଇଛି । କାରଣ ବୈଠକରେ ନିର୍ବାଚନ ହାରିଥିବା ଅନେକ ଜେଡିୟୁ ପ୍ରାର୍ଥୀ ଏହି କଥାର ଅବତାରଣ କରିଥିଲେ କି , ସେମାନଙ୍କର ହାରିବା ଲୋକ ଜନଶକ୍ତି ପାର୍ଟି ଯୋଗୁଁ ନୁହେଁ , ବରଂ ବିଜେପି ଯୋଗୁ ହୋଇଛି ।
ସୂତ୍ର ମୁତାବିକ୍ , ବୈଠକରେ ଯେଉଁ ଜେଡିୟୁ ନେତାମାନେ ତାଙ୍କୁ ନିର୍ବାଚନରେ ହାରିବା ନେଇ ବିଜେପିର ଭୂମିକାକୁ ପ୍ରଶ୍ନ ଉଠାଇଛନ୍ତି, ସେଥିରେ ଚନ୍ଦ୍ରିକା ରାୟ , ବୋଗୋ ସିଂହ , ଜୟ କୁମାର ସିଂହ , ଲଲନ ପାସୱାନ , ଅରୁଣ ମାଞ୍ଝି ଓ ଆସମା ମର୍ବିନ୍ ସାମିଲ ଥିଲେ । ଏହି ନେତାମାନେ ସ୍ପଷ୍ଟ କହିଛନ୍ତି କି ନିର୍ବାଚନରେ ତାଙ୍କର ହାରିବା ଲୋକ ଜନଶକ୍ତି ପାର୍ଟିର କାରଣରୁ ନୁହେଁ , ବିଜେପି କାରଣରୁ ହୋଇଛି ।