PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ବିହାର ଉପମୁଖ୍ୟମନ୍ତ୍ରୀ: ପ୍ରତିବର୍ଷ ଶ୍ରାବଣ-ଭାଦ୍ରବ ମାସରେ ଦେଖା ଯାଇଥାଏ ଆର୍ଥିକ ମାନ୍ଦାବସ୍ଥା, କିନ୍ତୁ ଏଥର…

ବିହାର ୨।୯: ଦେଶରେ ପ୍ରତିବର୍ଷ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ରଖିଛନ୍ତି। ଯାହାକି ଏବେ ଚର୍ଚ୍ଚାର କାରଣ ପାଲଟିଛି।

ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, ଶ୍ରାବଣ-ଭାଦ୍ରବ ମାସରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହା କିଛି ନୂଆ କଥା ନୁହେଁ। କିନ୍ତୁ ଏଥର ମାନ୍ଦାବସ୍ଥାନକୁ ନେଇ କିଛି ଲୋକ ଅଧିକ ପ୍ରଚାର କରୁଛନ୍ତି। ଏହାକୁ କେବଳ ରାଜନୀତିକରଣ କରାଯାଉଛି।

ଜିଡିପି ଖୁବ୍‌ ତଳକୁ ଖସି ଆସିଥିବା ବେଳେ ଏହାକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଏପରି ସ୍ଥିତିରେ ସୁଶୀଲଙ୍କ ଏପରି ହାଲକା ମନ୍ତବ୍ୟକୁ ବିଭିନ୍ନ ମହଲରୁ ଖୁବ୍‌ ଆଲୋଚନା କରାଯାଉଛି।

ସୁଶୀଲଙ୍କ ମତରେ, ଶ୍ରାବଣ-ଭାଦ୍ରବ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ୱାଭାବିକ।

ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର ୩୨ ସୂତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ପ୍ରଭାବରେ ଆସନ୍ତା ମାସଗୁଡ଼ିକରେ ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ। ତେଣୁ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତେବେ ବିହାରରେ ମାନ୍ଦାବସ୍ଥାର କୌଣସି ପ୍ରଭାବ ପଡ଼ି ନ ଥିବା ସୁଶୀଲ ମୋଦି କହିଛନ୍ତି।