୯ ମାସର ଗର୍ଭବତୀ ହୋଇ ବି ବିହାର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଏହି ମହିଳା…

ପାଟନା: ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ଓ କର୍ମୀ ମାନେ ଚଳ ଚଞ୍ଚଳ ହୋଇ ଉଠନ୍ତି । ଖାସ୍‌କରି ନିର୍ବାଚନରେ ଅବତିର୍ଣ୍ଣ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଏହା ହୋଇଥାଏ ବହୁତ ଗୁରୁତ୍ବପୂ୍ର୍ଣ୍ଣ । ଏଥିପାଇଁ ଦିନରାତି ଏକ କରି ଦିଅନ୍ତି ପ୍ରାର୍ଥୀ । ଆମେ ଏଥିରେ ଜଣେ ମହିଳା ପ୍ରାର୍ଥୀଙ୍କ କଥା କହିବାକୁ ଯାଉଛୁ । ଯିଏ ବର୍ତ୍ତମାନ ୯ ମାସର ଗର୍ଭବତୀ ଥାଇ ବି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସେ ହେଉଛନ୍ତି ଭୋଜପୁର ଜିଲ୍ଲାର ଜଗଦୀଶପୁର ଆସନ ପାଇଁ ଲଢୁଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବା ।

ସୁଷମଲତା କୁଶଓ୍ବା ୯ ମାସର ଗର୍ଭବତୀ ଅଛନ୍ତି । ଯେ କୌଣସି ସମୟରେ ତାଙ୍କର ସନ୍ତାନ ପ୍ରସବ ମଧ୍ୟ ହୋଇପାରେ । ତେବେ ଏହାରି ଭିତରେ ସୁଷମା ନିର୍ବାଚନ ପାଇଁ ତାଙ୍କର ପ୍ରଚାର ଜାରି ରଖିଛନ୍ତି । ସୁଷମାଲତା ବର୍ତ୍ତମାନ ଏକ ପଞ୍ଚାୟତର ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି । ଏହି କାରଣରୁ ସାଧାରଣ ପ୍ରାର୍ଥୀଙ୍କ ତୁଳନାରେ ତାଙ୍କର କମ ପ୍ରଚାରରେ ଚଳିଯାଉଛି । 

ଗର୍ଭାବସ୍ଥାର ଅନ୍ତିମ ସମୟରେ କାହିଁକି ତାଙ୍କୁ ନିର୍ବାଚନ ଲଢିବାକୁ ପଡିଲା ବୋଲି ପ୍ରଶ୍ନ କରାଯିବାରୁ ସୁଷମାଲତା କୁବେର ସିଂ ଏବଂ ରାଣୀ ଲକ୍ଷ୍ମୀବାଇଙ୍କ ଉଦାହରଣ ଦେଇଥିଲେ । ଆଉ କହିଥିଲେ ଏମାନେ ହେଉଛନ୍ତି ମୋର ଆଦର୍ଶ ଏବଂ ‘ମୁଁ ମୋର କାମ କରୁଛି’ । ଏଥିସହ ସେ କହିଛନ୍ତି ଯେ ଲୋକଙ୍କ ସାହାଯ୍ୟରେ କଠିନ ପରିସ୍ଥିତି ମଧ୍ୟ ସହଜ ହୋଇଥାଏ । ଏହା ମୋର ଭାଗ୍ୟ ।

ତେବେ ଏହି ଆସନରେ ଜେଡିୟୁ ଜିତିବା ସହଜ ହେବନି । ଗତ ୨ ଥର ଏଠାରୁ ଆରଜେଡି ଜିତି ଆସିଛି । ବଡକଥା ହେଉଛି ୨୦୧୦ରେ ଯେତେବେଳେ ଜେଡିୟୁ-ବିଜେପିର ବଡ ପ୍ରଭାବ ଥିଲା ସେତେବେଳ ମଧ୍ୟ ଆରଜେଡି ଏହି ଆସରେ ଜିତାପଟ କରିଥିଲା । ଏଥର ମଧ୍ୟ ବିଧାୟକ ରାମ ବିଷ୍ଣୁ ସିଂଙ୍କୁ ପ୍ରାର୍ଥୀ କରିଛି ଆରଜେଡି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’