ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ପାଟଣା, ୨୪/ ୧୦: ଆଉ ଦିନ କେଇଟା ପରେ ବିହାରରେ ହେବ ୨୦୨୦ ବିଧାନସଭା ନିର୍ବାଚନ। ସେଥିପାଇଁ ବିହାରରେ ଜମୁଛି ନିର୍ବାଚନୀ ପ୍ରଚାର। ଏଥିସହିତ ବିହାର ନିର୍ବାଚନରେ ମଧ୍ୟ ଦେଖିବାକୁ ମିିଳିଛି ହିଂସା ରାଜନୀତି।

ବିହାରର ଶିବହର ଜିଲ୍ଲାର ଜଣେ ଆଶାୟୀ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼। ଜନତା ଦଳ ରାଷ୍ଟ୍ରବାଦି ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂହଙ୍କୁ ଗୁଳିମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥା​‌ରେ ତାଙ୍କୁ ଶିବହର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଆହୁରି ବିଗିଡ଼ିବାରୁ ଡାକ୍ତର ଅନ୍ୟ ଡାକ୍ତରଖାନାକୁ ରେଫର କରି ଦେଇଥିଲେ। କିନ୍ତୁ ରାସ୍ତାରେ ହିଁ ମୃତ୍ୟୁବରଣ କରିଛନ୍ତି ଶ୍ରୀନାରାୟଣ।

ମିଳିଥିବା ସୂଚନା ଅନୁସା​‌ରେ ପୁରନାୟିଆ ଥାନା ଅନ୍ତର୍ଗତ ହଥସାର ଗାଁ ନିକଟରେ ଶ୍ରୀନାରାୟଣଙ୍କୁ ଗୁଳିମାଡ଼ ହୋଇଛି। ଶ୍ରୀନାରାୟଣଙ୍କ ଛାତିରେ ଗୁଳି ବାଜିଥିବା ନେଇ ଏସଡିପିଓ ସୂଚନା ଦେଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀନାରାୟଣଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଶ୍ରୀନାରାୟଙ୍କ ନାଁରେ ଦୁଇ ଡଜନ୍‌ରୁ ଅଧିକ ଅପରାଧିକ ମାମଲା ଥିଲା ବୋଲି ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍