ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପାଟନା – ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା ହୋଇଛି। ଚଳିତ ଥର ରାଜ୍ୟରେ ୩ ପର୍ଯ୍ୟାୟରେ ମତଦାନ ହେବ ଏବଂ ୧୦ ନଭେମ୍ୱରରେ ବାହାରିବ ଫଳାଫଳ । ପ୍ରଥମ ପର୍ଯ୍ୟାୟର ମତଦାନ ୨୮ ଅକ୍ଟୋବରରେ ହେବ ।  ବିହାରରେ  ତତ୍କାଳ  ପ୍ରଭାବରେ ନିର୍ବାଚନ  ଆଚାରସଂହିତା  ଲାଗୁ ହୋଇଯାଇଛି ।  ଆପଣଙ୍କୁ  କହି ରଖୁଛି କି  ଏହି ଥର  ପୁରା ଦେଶରେ କରୋନା  ସଂକ୍ରମଣର ପ୍ରକୋପ ରହିଛି ।  କରୋନା ସମୟରେ  ପ୍ରଥମ ଥର  ଏହା କୌଣସି ରାଜ୍ୟରେ   ନିର୍ବାଚନ ହେବାକୁ ଯାଉଛି ।

 ଶେଷ  ୧ଘଣ୍ଟାରେ କରୋନା ସଂକ୍ରମିତ ବ୍ୟକ୍ତିମାନେ ଭୋଟ ଦେଇପାରିବେ –

ନିର୍ବାଚନ  ଆୟୋଗ କହିଛି କି , ବିହାରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ  ମତଦାନ ହେବ ।  ବିହାରରେ  ୨୦୨୦ ନିର୍ବାଚନରେ  ୭କୋଟିରୁ  ଅଧିକ  ଭୋଟର ମତଦାନ  କରିବେ । ଏହି ଥର  ଗୋଟିଏ ବୁଥ୍‌ରେ କେବଳ  ଏକ ହଜାର  ମତଦାନ ହେବ ।  କରୋନ ସଂକ୍ରମିତ ରେଗୀ ଶେଷ ୧ଘଣ୍ଟାର ସମୟ ମତଦାନ କରିପାରିବେ ।

ଆଶାୟୀ ପ୍ରାର୍ଥୀ ଅନଲାଇନ୍‌ ଆବେଦନ କରିପାରିବେ –

  ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍‌ ଅରୋଡ଼ା କହିଛନ୍ତି କି ,  ଚଳିତ ଥର  ସଂକ୍ରମଣର ଆଶଙ୍କାକୁ ଦେଖି  ପ୍ରାର୍ଥୀଙ୍କପାଇଁ ଅନ୍‌ଲାଇନ୍‌ ନାମାଙ୍କନ ପତ୍ର ଦାଖଲ କରିବାର  ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି ,   କରୋନା ଭାଇରସ୍‌ର ସଂକ୍ରମଣକୁ ଦେଖି  ସାରା ବିଶ୍ୱରେ  ପାଖାପାଖି ୭ଟି ଦେଶରେ  ନିର୍ବାଚନ ସ୍ଥଗିତ  କରି ଦିଆଯାଇଛି ।  ବିହାର ନିର୍ବାଚନରେ ଆଶାୟୀ  ଅନ୍‌ଲାଇନ୍‌ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିପାରିବେ । କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଏହି ଥର  ବିଧାନସଭା  ନିର୍ବାଚନ  ସମୟରେ  ନିର୍ବାଚନ ଆୟୋଗ  ୬ ଲକ୍ଷ ପିପଇ  କିଟ୍‌ର ବ୍ୟବସ୍ଥା କରିବ ।

ଉଲ୍ଲେଖନୀୟ ଯେ,  ବିହାର  ନିର୍ବାଚନରେ ଡୋର୍‌ ଟୁ ଡୋର କ୍ୟାମ୍ପେନ୍‌ରେ କେବଳ ୫ଜଣ ଲୋକ ହିଁ ଯାଇ ପାରିବେ । ଏହି ଥର ନାମାଙ୍କନ ଓ ଆଫିଡେଭିଟି ଅନ୍‌ଲାଇନ୍‌ ମଧ୍ୟ କରାଯିବ । ଡିପୋଜିଟ୍‌କୁ ମଧ୍ୟ  ଅନଲାଇନ୍‌ ଦାଖଲ  କରାଯାଇପାରିବ । ନାମାଙ୍କନ ସମୟରେ  ପ୍ରାର୍ଥୀଙ୍କ ସହ କେବଳ ୨ ଜଣ ଲୋକ  ଉପସ୍ଥିତ ରହିବେ । ପ୍ରଚାର ସମୟରେ  କାହା ସହ ହାତ ମିଳାଇବାର ଅନୁମତି ଦିଆଯିବ ନାହିଁ ।

ଗୋଟିଏ ପୁଲିସ୍‌ ବୁଥ୍‌ରେ କେବଳ ୧ହଜାର  ମତଦାନ ହେବ –

 ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଛାଡ଼ି  ଅନ୍ୟ ଅଞ୍ଚଳରେ  ସକାଳ  ୭ରୁ ସନ୍ଧ୍ୟା ୫ ପରିବର୍ତ୍ତେ ସକାଳ  ୭ଟାରୁ  ସନ୍ଧ୍ୟା ୬ଟା ଯାଏ ଭୋଟିଂ ହେବ ।  ଗୋଟିଏ ପୁଲିସ୍‌ ବୁଥ୍‌ରେ  ୧୫୦୦ ସ୍ଥାନରେ  ୧୦୦୦ ଭୋଟର ଆସିବେ । ଏହି ସମୟରେ  ପ୍ରାର୍ଥୀ  ୫ଟି ବଦଳରେ ୨ଟି ଗାଡ଼ି  ସାଥିରେ ନେଇ ଯାଇ ପାରିବେ ।  

   ସମ୍ବନ୍ଧିତ ଖବର


ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର