ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ସିଂହଦ୍ବାରରେ ଅନନ୍ୟ ଭକ୍ତ, ଅନର୍ଗଳ ଭାଗବତ ଗାଉଛନ୍ତି ବିହାର ଯୁବତୀ

ପୁରୀ, ୧୨/ ୧୦: କୋଭିଡ କଟକଣା ଯୋଗୁଁ ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିଛି। ଏଥିପାଇଁ ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି। ଯାହାଫଳରେ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି ଭକ୍ତ। ଜଗନ୍ନାଥଙ୍କ ଡୋରୀ ତାଙ୍କ ଭକ୍ତଙ୍କୁ ଟାଣି ଆଣିଛି ପୁରୀ। ଶ୍ରୀମନ୍ଦିର ସିଂହଦ୍ବାରା ସମ୍ମୁଖରେ ଜଣେ ଯୁବତୀ ମହାପ୍ରଭୁଙ୍କ ନାମ ଜପିବା ସହ ଭାଗବତ ପାଠ କରୁଛନ୍ତି। ଯୁବତୀ ଜଣକ ହେଉଛନ୍ତି ବିହାର ପାଟନା ଅଞ୍ଚଳର ଜୟା କୁମାରୀ। ଯାହା ଏବେ ଚର୍ଚ୍ଚାର ବିଷୟ।

ବିହାରର ଜୟା କୁମାରି ମେଡ଼ିକାଲ ଏଣ୍ଟ୍ରାନ୍ସ ନିଟ୍ ପାଇଁ ପ୍ରସ୍ତୁତ ଚଳାଇଛନ୍ତି। ତେବେ ଏଥିପାଇଁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଏକୁଟିଆ ସୁଦୁର ବିହାରରୁ ଟ୍ରେନରେ ଆସି ପୁରୀରେ ପହଞ୍ଚିଛନ୍ତି। ଏଠାରେ ସେ କିଛି ଦିନ ରହି ଶ୍ରୀମନ୍ଦିର ସାମ୍ନାରେ ମହାପ୍ରଭୁଙ୍କ ସ୍ମରଣ ସମେତ ଭାଗବତ ପାଠ କରିବେ। ତେବେ କୋଭିଡ଼ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ଦରକାର କି ନାହିଁ ସେ ନେଇ ଅତି ସୁନ୍ଦର ଭାବେ ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ଭଗବାନ ଆମ ସମସ୍ତଙ୍କ ହୃଦୟ ଓ ମନ ଭିତରେ ରହିବା ଉଚିତ୍। କେବଳ ଯେ ମହାପ୍ରଭୁଙ୍କ ଦର୍ଶନ କଲେ ହିଁ କୃପା ଓ ଶାନ୍ତି ମିଳିବ ତାହାର କୌଣସି ମାନେ ନାହିଁ। ହୃଦୟରେ ସବୁବେଳେ ମହାପ୍ରଭୁଙ୍କୁ ସ୍ମରଣ କରିବା ଉଚିତ। ବର୍ତ୍ତମାନ କୋଭିଡ଼ କଟକଣାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ନେଇ କୌଣସି ସମସ୍ୟା ନାହିଁ। ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରି ବେଶ ଆନନ୍ଦ ଅନୁଭବ କରୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଜୟା କୁମାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.