ସରକାରୀ କର୍ମଚାରୀ ଜିନ୍ସ୍ ଓ ଟି-ସାର୍ଟ ପିନ୍ଧିପାରିବେ ନାହିଁ, ଏଭଳି ଆଦେଶ ଦେଲେ ସରକାର

ପାଟନା ୩୦।୮: ବିହାର ସରକାର ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ସବୁ ସ୍ତରର କର୍ମଚାରୀଙ୍କୁ ଜିନ୍‌ସ୍‌ ଓ ଟି-ସାର୍ଟ ପିନ୍ଧି ନ ଆସିବାକୁ ଆଦେଶ ଦେଇଛନ୍ତି। ଆଦେଶନାମାରେ ଉଲ୍ଲେଖ ଅଛି ଯେ ଅନେକ କର୍ମଚାରୀ ଅନୁପଯୁକ୍ତ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସୁଛନ୍ତି। ତେଣୁ ଏବେ  କର୍ମଚାରୀମାନେ ଗାମ୍ଭିର୍ଯ୍ୟ ରଙ୍ଗର ମର୍ଯ୍ୟାଦାଯୁକ୍ତ, ଆରାମଦାୟକ, ସମାଜରେ ଗ୍ରହଣୀୟ ଏବଂ ଋତୁକାଳୀନ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବା ପାଇଁ ଆଦେଶ କରାଯାଇଛି ।

ରାଜ୍ୟ ସରକାରଙ୍କର ଜିଏଡିର ଅତିରକ୍ତ ସଚିବ ଶିବ ମହାଦେବ ପ୍ରସାଦ ଏହି ଆଦେଶନାମା ଜାରି କରିଛନ୍ତି। ଆଦେଶରେ କୁହାଯାଇଛି ଯେ, ଅଫିସ ସଂସ୍କୃତି ପାଇଁ ଅନୁପଯୁକ୍ତ ପୋଷାକ ପିନ୍ଧି କର୍ମଚାରୀମାନେ ଆସୁଥିବା ଦେଖା ଯାଉଛି। ଏହା ଅଫିସ ପରମ୍ପରାର ବିରୁଦ୍ଧାଚରଣ କରୁଛି।

ରାଜ୍ୟ ରାଜଧାନୀ ପାଟନାରେ ନିଯୁକ୍ତ ସାଧାରଣ ପ୍ରଶାସନ ବିଭାଗର କର୍ମଚାରୀମାନେ ଜିନ୍‌ସ୍‌ ଏବଂ ଟି-ସାର୍ଟ ନ ପିନ୍ଧନ୍ତୁ। ଅଫିସ୍‌କୁ ଆସିବା ବେଳେ ସେମାନେ ଶାଳୀନ ଓ ପାରମ୍ପରିକ ତଥା ଆରାମଦାୟକ ପୋଷାକ ପିନ୍ଧି ଆସିବା ଉଚିତ। ଅର୍ଥାତ୍‌ ପୋଷାକ ସୁନ୍ଦର, ସାବଲୀଳ, ସରଳ, ସମ୍ଭ୍ରମ ପୋଷାକ ପିନ୍ଧିବା ଉଚିତ ବୋଲି ଆଦେଶନାମାରେ କୁହାଯାଇଛି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର