ହାଇପ୍ରୋଫାଇଲ ମୁଙ୍ଗେର ଡବଲ ମର୍ଡର ମାମଲା: ବିଧାୟକଙ୍କ ଭାଣେଜୀକୁ ସାଙ୍ଗମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ବେଳେ ବିରୋଧ କରିଥିଲେ ବୟଫ୍ରେଣ୍ଡ

ମୁଙ୍ଗେର,୨୨।୯: ବିହାରର ମୁଙ୍ଗେରରେ ହୋଇଥିବା  ହାଇପ୍ରୋଫାଇଲ ଡବଲ ମର୍ଡର ଘଟଣାର ପର୍ଦାଫାଶ ହୋଇଛି। ହତ୍ୟାକାଣ୍ଡ ଉପରୁ ପରଦା ହଟାଇ ପୋଲିସ କହିଛି, ଆରଜେଡି ବିଧାୟକ ବିଜୟ କୁମାରଙ୍କ ଭାଣେଜୀ ରିୟା ଓରଫ ଟ୍ବିଙ୍କିଲ ଓ ତାଙ୍କର ବୟଫ୍ରେଣ୍ଡ ଆସିଫ୍ ଆତ୍ମହତ୍ୟା କରିନଥିଲେ ବଂର ତାଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ହେଉଛି ଆସିଫଙ୍କ ସାଙ୍ଗମାନେ ରିୟାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସମୟରେ ଆସିଫ ତାଙ୍କୁ ବାଧା ଦେଇଥିଲେ। ତେଣୁ ସେମାନେ ପ୍ରଥମେ ରିୟାଙ୍କୁ ଗୁଳି କରି ହତ୍ୟା କରିବା ପରେ ସମାନ ଭାବରେ ଆସିଫଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଶୁକ୍ରବାର ବିଳମ୍ବିତ ରାତିରେ ଦୁହିଁଙ୍କର ଶବ ମିଳିଥିଲା। ପୋଲିସର କହିବା ଅନୁସାରେ ରିୟାଙ୍କ ସହିତ ଦୁଷ୍କର୍ମ କରିବାରେ ବିଫଳ ହେବାପରେ ଆସିଫଙ୍କ ବନ୍ଧୁ ଦାନିଶ ଓ ତାଙ୍କୁ ଅନ୍ୟ ସାଙ୍ଗମାନେ ଏକାଠି ମିଶି ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ। ପୋଲିସ ଗତ ଶୁକ୍ରବାରେ ଜଣେ ଯୁବକଙ୍କୁ ପଚରାଉଚରା ପାଇଁ ଡକାଇଥିବା ବେଳେ ଶନିବାର ତାକୁ ଗିରଫ କରିଥିଲା।

ଡିଆଇଜି ମନୁ ମହାରାଜ ଶନିବାର ସୂଚନା ଦେଇଥିଲେ, ମୁଙ୍ଗେର ବିଧାୟକ ବିଜୟ କୁମାର ବିଜୟଙ୍କ ଭାଣେଜୀ ରିୟା ଓରଫ ଟ୍ବିଙ୍କିଲ ଓ ସୁଜାଓ୍ବଲପୁର ନିବାସୀ ମହମ୍ମଦ ଆସିଫଙ୍କୁ ଦାନିଶ ଏବଂ ତା’ର ସାଙ୍ଗମାନେ ଗୁଳିକରି ହତ୍ୟା କରିଛନ୍ତି। ଏହି ମାମଲାରେ ଦାନିଶ ନିଜର ସମସ୍ତ ଦୋଷ ସ୍ବୀକାର କରିଛି।  ପଚରାଉଚରା ବେଳେ ଦାନିଶ କହିଥିଲା ପିସ୍ତଲ ଦେବ ବୋଲି ସେ ରିୟା ଏବଂ ଆସିଫଙ୍କୁ ଡକାଇଥିଲା।ଏହାପରେ ବିହାର ରାଜ୍ୟ ଖାଦ୍ୟ ଗୋଦାମ ସ୍ଥିତ ଏକ ଶୂନଶାନ୍ ବଗିଚା ପଛକୁ ଡାକିଥିଲା। ରିୟାଙ୍କୁ ଦୁଷ୍କର୍ମ କରିବାକୁ ଦାନିଶ ଏବଂ ଅନ୍ୟ ୩ ଜଣ ଯୁବକ ଚେଷ୍ଟା କରିଥିଲେ।

ତେବେ ଆସିଫ ଏହାକୁ ବିରୋଧ କରିବାକୁ ଟ୍ବିଙ୍କିଲଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ। କାଳେ ଆସିଫ୍ କାହାକୁ ଘଟଣା ସମ୍ପର୍କରେ କହିଦେବେ ଓ ସମସ୍ତେ ଧରାପଡିଯିବେ ତେଣୁ ଦାନିଶ ତାଙ୍କୁ ମଧ୍ୟ ସମାନ ଭାବରେ କାନମୁଣ୍ଡକୁ ଗୁଳିକରି ହତ୍ୟା କରିଥିଲା। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲା। ପୋଲିସର କହିବା ଅନୁସାରେ, ରିୟା ପିସ୍ତଲ ଚଲାଇବା ଶିଖିବାକୁ ଚାହୁଁଥିଲେ ତେଣୁ ଆସିଫ୍ ତାଙ୍କୁ ଏକ ପିସ୍ତଲ ଦେଖା ପାଇଁ ଦାନିଶଙ୍କୁ କହିଥିଲେ। ତେବେ ଦାନିଶ ଦୁହିଁଙ୍କୁ ପିସ୍ତଲ ଦେବା ବାହାନାରେ ଡକାଇଥିଲେ,ଏହାପରେ ନିଜର ୩ ଜଣ ସାଙ୍ଗଙ୍କ ସହିତ ରିୟାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ଏଭଳି ଏକ ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲେ।

   ସମ୍ବନ୍ଧିତ ଖବର


ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ