ହନିମୁନ୍ କିଡନାପିଂ ହଜାଉଛି ପୁଲିସର ନିଦ…

ପାଟଣା ୧।୫: ହନିମୁନ୍ କିଡନାପିଂ ମାମଲା ପୁଲିସର ନିଦ ହଜାଇଦେଲାଣି। ପ୍ରଥମେ ଝିଅଙ୍କୁ କରିଦେଉଛନ୍ତି ଗାଏବ୍ ତାପରେ ଅପହରଣ କରି ନିଆଯାଉଛି କହି ଥାନା​‌ରେ ମାମଲା ରୁଜୁ କରାଯାଉଛି। କିନ୍ତୁ ​‌ଯେତେବେଳେ ପୁଲିସ ଘଟଣାର ଖିଅ ବାହାର କରିବା ଆରମ୍ଭ କରୁଛି ସେତେବେଳେ ଜଣାପଡ଼ୁଛି ଏହି ମାମଲା ବିବାହକୁ ନେଇ ନହେଲେ ପ୍ରେମ ସମ୍ପର୍କକୁ ନେଇ ହୋଇଥିବ। ପ୍ରେମ କରିବା ପରେ ବିବାହ କରିବାକୁ ଅଧିକାଂଶ ଝିଅ ଘରୁ ଲୁଚି ପଳାଇଯାଉଛନ୍ତି। କେବଳ ସେତିକି ନୁହେଁ, ବିବାହ ଓ ପ୍ରେମ ପ୍ରସଙ୍ଗକୁ ନେଇ ପ୍ରତିବର୍ଷ ଅପହରଣ ମାମଲାରେ ୧୦ରୁ ୨୫ ପ୍ରତିଶତ ଲଗାତାର ଭାବେ ବୃଦ୍ଧି ହେଉଛି ବୋଲି ପୁଲିସ ସୁଚନା ଦେଇଛି। ସବୁଠୁ ମୁଖ୍ୟ କଥା ହେଲା କି ପ୍ରେମ ପ୍ରସଙ୍ଗ କିମ୍ବା ଘରୁ ପଳାଇଯାଇ ବିବାହ କରୁଥିବା ଯୁବତୀଙ୍କ ମଧ୍ୟରେ ନାବାଳିକାଙ୍କ ସଂଖ୍ୟା ଅଧିକ।

ପ୍ରେମ ପ୍ରସଙ୍ଗ କିମ୍ବା ଫେରାର ମାମଲାରେ ଅଧିକାଂଶ ଯୁବକ ଯୁବତୀ ବିହାର ରାଜ୍ୟ ବାହାରୁ ମିଳିଥାନ୍ତି। ଏମାନଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ଟିମକୁ ରାଜ୍ୟ ବାହାରକୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିଥାଏ । ଏଥିପାଇଁ ପୋଲିସକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ପୁଲିସ ରିପୋର୍ଟ ଅନୁସାରେ, ୨୦୧୫ ମସିହାରେ ପ୍ରେମ ପ୍ରସଙ୍ଗ ଏବଂ ବିବାହ ପାଇଁ ଅପହରଣ ହୋଇଥିବା ୪୨୧୯ଟି ଘଟଣା ସାମ୍ନାକୁ ଆସିଥିଲା । ୨୦୧୬ ମସିହାରେ ଏହି ସଂଖ୍ୟା ବଢି ୪୬୫୩ ହୋଇଥିଲା। ୨୦୧୭ ମସିହାରେ ୬୨୧୭ ମାମଲା ରୁଜ୍ଜୁ ହୋଇଥିଲା | ୨୦୧୮ ମସିହାରେ ପାଖାପାଖି ୮ ହଜାର ମାମଲା ରୁଜ୍ଜୁ ହୋଇଥିଲା | ଚଳିତବର୍ଷ କେବଳ ଜାନୁଆରୀ ଏବଂ ଫେବୃଆରୀ ମାସରେ ୧୧୫୯ ମାମଲା ରୁଜ୍ଜୁ ହୋଇଛି। ଯଦି ଏହି ଅନୁପାତରେ ମାମଲା ରୁଜ୍ଜୁ ହୁଏ ତାହେଲେ ଚଳିତବର୍ଷ ୧୦ ହଜାରରୁ ଅଧିକ ମାମଲା ରୁଜ୍ଜୁ ହୋଇପାରେ ଏଥିରେ କୈାଣସି ସନ୍ଦେହ ନାହିଁ।

ଥାନାରେ ଯେଉଁସବୁ ମାମଲା ରୁଜ୍ଜୁ ହୋଇଛି, ସେଥିରୁ ୧୫ ରୁ ୨୦ ବର୍ଷ ବୟସ୍କ ଝିଅମାନଙ୍କ ସଂଖ୍ୟା ଅଧିକ | ଅନୁମାନ ଅନୁଯାୟୀ, ୧୫ ରୁ ୨୦ ବର୍ଷ ବୟସର ପୁଅ-ଝିଅମାନଙ୍କ ସଂଖ୍ୟା ୭୦ ପ୍ରତିଶତ | ୩୦ ପ୍ରତିଶତ ୨୦ରୁ ୩୦ ବର୍ଷ ବୟସ୍କ ପୁଅ-ଝିଅ ଅଛନ୍ତି | ୩୦ ବର୍ଷରୁ ବୟସ୍କ ପୁଅ-ଝିଅ ଘରୁ ଫେରାର ହେବା ଘଟଣା କଦବା କ୍ଵଚିତ ଦେଖିବାକୁ ମିଳିଥାଏ |

ପାଟଣା ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ସାଇକୋଲୋଜିକାଲ ରିସର୍ଚ୍ଚ ଆଣ୍ଡ ସର୍ଭିସ ସେଣ୍ଟର ନିର୍ଦେଶକ ପ୍ରଫେସର ଇଫତେଖାର ହୁସେନ କହିଛନ୍ତି ଯେ, ପାଶ୍ଚାତ୍ୟ ଜୀବନଶୈଳୀ, ଇଲେକ୍ଟ୍ରୋନିକ ମିଡ଼ିଆ ଏବଂ ଇଣ୍ଟରନେଟ ଯୋଗୁଁ ନାବାଳକ ନାବାଳିକା ସମୟ ପୂର୍ବରୁ ବୁଦ୍ଧିମାନ ହେଉଯାଉଛନ୍ତି । ଏବେ ଇଣ୍ଟରନେଟ ଯୁଗରେ ୧୫ ବର୍ଷ ନାବାଳକ ନାବାଳିକା ସବୁ କଥା ବୁଝୁଛନ୍ତି। ଆଜି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି | ସ୍ମାର୍ଟ ଫୋନରେ ସବୁ ଜିନିଷ ଉପଲବ୍ଧ | ଇଣ୍ଟରନେଟରେ ପିଲାମାନେ ସବୁ ଖୋଜି ବାହାର କରୁଛନ୍ତି ଏବଂ ସବୁ ଜାଣୁଛନ୍ତି | ଏହାସହ ମାତା ପିତା ମଧ୍ୟ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ପିଲାଙ୍କୁ ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ | ଯେଉଁଥିପାଇଁ ପିଲାମାନେ ବିଗିଡି ଯାଉଛନ୍ତି ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ