ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ କାହିଁକି ହେଉଛି ଡେରି ? ବିଜେପିକୁ ଦାୟୀ କଲେ ନୀତିଶ କୁମାର…

ପାଟନା: ବିହାର ରାଜନୀତିରେ ଜେଡିୟୁ ଓ ବିଜେପି ମଧ୍ୟରେ ଏକପ୍ରକାର ଶୀତ ଯୁଦ୍ଧ ଲାଗିଥିବା ନେଇ ବିରୋଧି ବଭିନ୍ନ ସମୟରେ ଦାବି କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବୟାନ ଏବେ ରାଜନୀତିକୁ ଆଉ ଟିକେ ସରଗରମ କରିଛି । ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପାଇଁ ହେଉଥିବା ଡେରିପାଇଁ ବିଜେପିକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ସେ କହିଛନ୍ତି କି ଗତ ଗୁରୁବାର ବିହାରର  ବିଜେପି ପ୍ରଭାରୀ ଭୁପେନ୍ଦ୍ର ଯାଦବ ଓ ପ୍ରଦେଶ ଅଧ୍ୟକ୍ଷ ସଂଜୟ ଜୟସବାଲଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ହେଲେ ଏହି ଆଲୋଚନାରେ ମନ୍ତ୍ରୀମଣ୍ଡଳ ବିସ୍ତାର ଉପରେ କୌଣସି ପ୍ରକାର ଚର୍ଚ୍ଚା ହୋଇନାହିଁ ।

ନୀତୀଶ କୁମାର କହିଛନ୍ତି, କେବଳ ନେତାଙ୍କ ସହ ଗପସପ ହୋଇଥିଲା । କୌଣସି ପ୍ରକାରର ରାଜନୈତିକ କଥାବାର୍ତ୍ତା ହୋଇନଥିଲା । ମନ୍ତ୍ରିମଣ୍ଡଳ ବିସ୍ତାରରେ ଏତେ ଡେରି ପୂର୍ବରୁ କେବେ ହୋଇନଥିଲା ।  ଆରମ୍ଭରେ ଆମେ କ୍ୟାବିନେଟକୁ ବିସ୍ତାର କରିଥାନ୍ତୁ । ଯେପର୍ଯ୍ୟନ୍ତ ବିଜେପିର ମତ କ୍ୟାବିନେଟ୍ ବିସ୍ତାର ବିଷୟରେ ଆସିବ ନାହିଁ, ସେ ଯାଏ ଏହାକୁ ଅପେକ୍ଷା କରିବାକୁ ପଡିବ । ବିଜେପିର ରିପୋର୍ଟ ଆସିବା ପରେ ଏହା ସମ୍ପ୍ରସାରିତ ହେବ, ବର୍ତ୍ତମାନ କ୍ୟାବିନେଟରେ ମୋଟ ୧୪ ଜଣ ଅଛନ୍ତି ” ।

ଏଠାରେ ସୂଚନା ଥାଉକି ବିହାର ସରକାରରେ ଅନେକ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କ ପାଖରେ କି ୫ ରୁ ୬ ବିଭାଗର ଦାୟିତ୍ୱ ଅଛି, । ଏହାକୁ ନେଇ ବିଭିନ୍ନ ସମୟରେ ଲଗାତାର ପ୍ରଶ୍ନ ଉଠିଛି ଯେ ନୀତୀଶ କୁମାର କାହିଁକି ତାଙ୍କ କ୍ୟାବିନେଟକୁ ବିସ୍ତାର କରୁନାହାଁନ୍ତି ?

ଆଉ ଯେତେବେଳେ ନୀତୀଶ କୁମାରଙ୍କୁ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ପ୍ରଶ୍ନ ପଚରାଯାଇଥିଲା, ସେ ବିଳମ୍ବ ପାଇଁ ବିଜେପିକୁ ଦାୟୀ କରିଥିଲେ ଏବଂ କହିଥିଲେ ଯେ ପର୍ଯ୍ୟନ୍ତ ବିଜେପିରୁ କ୍ୟାବିନେଟର ସମ୍ପ୍ରସାରଣ ପାଇଁ କୌଣସି ପଦକ୍ଷେପ ନାହିଁ, ସେ ପର୍ଯ୍ୟନ୍ତ କ୍ୟାବିନେଟ୍ ବିସ୍ତାର ସମ୍ଭବ ନୁହେଁ ।