PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଲାଲୁ ପରିବାରରେ ଜାରି ରହିଛି ହାଇ ଭୋଲଟେଜ୍ ଡ୍ରାମା: ବୋହୂର ଯୌତୁକ ଜିନିଷ ସବୁ ଫେରାଇ ଦେଲେ ରାବିଡି ଦେବୀ, ନେବାକୁ ମନା କଲେ ସମୁଦି

ପାଟନା,୨୭।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜାରି ରହିଛି ହାଇଭୋଲଟେଜ ଡ୍ରାମା। ଏଥର ଲାଲୁଙ୍କ ବଡ ପୁଅ ତେଜପ୍ରତାବ ଯାଦବଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟଙ୍କ ସହ ଛାଡପତ୍ର ମାମଲାରେ ନୂଆ ମୋଡ ଆସିଛି। ତେଜପ୍ରତାପ ଯାଦବଙ୍କ ମା’ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ବୋହୂ ଐଶ୍ବର୍ଯ୍ୟା ରାୟଙ୍କ ଜିନିଷ ପତ୍ର ତାଙ୍କର ବାପା ଚନ୍ଦ୍ରିକା ରାୟଙ୍କ ଘରକୁ ପଠାଇ ଦେଇଛନ୍ତି।

ତେବେ ଏହି ସବୁ ଜିନିଷ ଯେତେବେଳେ ତେଜପ୍ରତାପଙ୍କ ଶ୍ବଶୁର ଘରେ ପହଁଞ୍ଚିଥିଲା ଚନ୍ଦ୍ରିକା ରାୟ ଏସବୁ ନେବାକୁ ମନା କରିଦେଇଛି। ଦୁଇଟି ପିକଅପ୍ ଭ୍ୟାନରେ କପଡା ଓ ଇଲୋଟ୍ରୋନିକ୍ସ ଜିନିଷ ରହିଥିଲା। ଚନ୍ଦ୍ରିକା ରାୟ ପୋଲିସକୁ ଡକାଇଥିଲେ ଓ  ପୋଲିସକୁ ଜିନିଷ ଜବତ କରିବାକୁ ଅନୁରୋଧ କରିଥିଲେ। ଏହା ସହିତ ଚନ୍ଦ୍ରିକା ରାୟଙ୍କ ଘରର ସୁରକ୍ଷା ବଢାଇ ଦିଆଯାଇଛି।

ଏହି ମାମଲାରେ ଲାଲୁ ପରିବାର ପକ୍ଷରୁ ସଫେଇ ଦିଆଯାଇଛି। କୁହାଯାଉଛି ଯେ, ଐଶ୍ବର୍ଯ୍ୟାଙ୍କ ମା’ ପୂର୍ଣ୍ଣିମା ରାୟଙ୍କ ଦାବି ଉପରେ ଐଶ୍ବର୍ଯ୍ୟାଙ୍କ ଜିନିଷ ପଠାଯାଇଛି। ଏହାକୁ ନେଇ ତେଜପ୍ରତାପ ଯାଦବଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ପୂର୍ଣ୍ଣିମା ରାୟ ମହିଳା ହେଲପଲାଇନ୍ ଜରିଆରେ ଐଶ୍ବର୍ଯ୍ୟାଙ୍କୁ ଜିନିଷ ରାବିଡି ଦେବୀଙ୍କୁ ମାଗିଥିଲେ।

ନିକଟରେ ଐଶ୍ବର୍ଯ୍ୟା ରାୟ ପାଟନା ପୋଲିସ ନିକଟରେ ଅଭିଯୋଗ କରି କହିଥିଲେ, ଶାଶୁଘର ଲୋକଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ଐଶ୍ବର୍ଯ୍ୟା ଅଭିଯୋଗ କରିଥିଲେ ଯେ, ଜୁନ୍ ମାସରୁ ଶାଶୁଘର ଲୋକ ତାଙ୍କୁ ଖାଇବାକୁ ଦିଆଯାଉ ନାହିଁ। ପୋଲିସ ନିକଟରେ ଐଶ୍ବର୍ଯ୍ୟାଙ୍କ ପରିବାର ଲୋକ ଯୌତୁକ ପାଇଁ ନିର୍ଯ୍ୟାତନା ଦେବାର ଅଭିଯୋଗ କରିଥିଲେ।

ଏହା ସହିତ କିଛି ଦିନ ପୂର୍ବରୁ ଐଶ୍ବର୍ଯ୍ୟା ରାୟ ନିଜର ସ୍ବାମୀ ତେଜପ୍ରତାପ, ଶାଶୁ ରାବିଡି ଦେବୀ, ନଣନ୍ଦ ମିସା ଭାରତୀଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରାଯାଇଥିଲା। ନିଜର ଅଭିଯୋଗରେ ଐଶ୍ବର୍ଯ୍ୟା ରାୟ ଶାଶୁ ରାବିଡି ଦେବିଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଦେବା ସହିତ ଚୁଟି ଟାଣି ମାଡ ମାରି ଘରୁ ବାହାର କରିଦେଇଥିବାର ଅଭିଯୋଗ କରିଥିଲେ।