ମୋତିହାରୀରେ ବିହାର ପୋଲିସର ଅଜବ କାରନାମା, ଚାଲାଣ କାଟିବା ବଦଳରେ କରୁଛି ଏମିତି…

ମୋତିହାରୀ ୧୦/୯: ବିହାର ମୋତିହାରୀ ସହରରେ ବିନା ହେଲମେଟ ଏବଂ ବିନା ଇନସ୍ଯୁରାନ୍ସରେ ଯାତ୍ରା କରୁଥିବା ମୋଟସାଇକଲେ ଆରୋହୀଙ୍କୁ ପୋଲିସର ଭିନ୍ନ ବ୍ୟବହାର ସାମ୍ନାକୁ ଆସିଛି । ବିନା ହେଲମେଟରେ ବାଇକ୍ ଚଳାଉଥିବା କିମ୍ବା ଇନସ୍ୟୁରାନ୍ସ ଶେଷ ହୋଇଯାଇଥିବା ଚାଳକଙ୍କୁ ଚାଲାଣ ନକାଟି ପୋଲିସ ସେମାନଙ୍କୁ ନିଜ ଭୁଲ୍ ସୁଧାରିବା ପାଇଁ ସୁଯୋଗ ଦେଉଛି । ଏଥିପାଇଁ ପୋଲିସ ଛକମାନଙ୍କରେ ସବୁ ବ୍ୟବସ୍ଥା ମଧ୍ଯ କରିଛି, ଯାହା ଫଳରେ ଚାଳକ ତୁରନ୍ତ ହେଲମେଟ୍ କିଣିପାରୁଛି ଏବଂ ଇନଶ୍ୟୁରାନ୍ସ କରାଇପାରୁଛି ।

ଏହି ଅଭିଯାନକୁ ଚମ୍ପାରଣ ଜିଲ୍ଲାର ମୋତିହାରୀରେ ଛତୌନୀ ଥାନାର ଏସଏଚଓ ମୁକେଶ ଚନ୍ଦ୍ର କୁଅଁର ଆରମ୍ଭ କରିଛନ୍ତି । ସେ କୁହନ୍ତି ଯେ ସେ ପ୍ରଥମେ କିଛି ହେଲମେଟ୍ ବିକ୍ରେତା ଏବଂ ବୀମା ଏଜେଣ୍ଟଙ୍କ ସହିତ ଆଲୋଚନା କଲେ ଏବଂ ଏହାପରେ ଯାଞ୍ଚ ହେଉଥିବା ଛକମାନଙ୍କରେ ଏହି ଷ୍ଟଲଗୁଡିକ ଲଗାଇଦେଲେ  । ଚାଳକଙ୍କ ଉପରେ ଜୋରିମାନା ଲଗାଯାଉନି କାରଣ ଏହା ଫଳରେ ସେମାନେ ନିଜକୁ ଅପରାଧୀ ମନେ କରିବେ । ଏହା ବଦଳରେ ଭଲ କ୍ୱାଲିଟିର ହେଲମେଟ୍ ଏବଂ ବୀମା ନବୀକରଣ କରାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଅଧିକାରୀ କହିଛନ୍ତି ଯେ ସେ ଜିଲ୍ଲା ପରିବହନ ବିଭାଗଙ୍କୁ ଜଣେ ଅଧିକାରୀଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରିଛନ୍ତି । ଯିଏ କି ବିନା ଲାଇସେନ୍ସର ଗାଡି ଚାଳକଙ୍କୁ ଘଟଣାସ୍ଥଳରେ ହିଁ ଲର୍ଣ୍ଣର ଲାଇସେନ୍ସ ଜାରିକରିଦେବ ।

ସେ କୁହନ୍ତି ଯେ ଜନତାଙ୍କ ମଧ୍ଯରେ ଏହାକୁ ନେଇ ଧାରଣା ବଢୁଛି ଯେ ସଂଶୋଧିତ ମୋଟର ଯାନ ଅଧିନିୟମ ପରେ ପୋଲିସ ଜବରଦସ୍ତ ପଇସା ମାଗିବା ପାଇଁ ସ୍ୱାଧୀନତା ପାଇଛି । କିନ୍ତୁ ଏହା ଭୁଲ୍ । ପୋଲିସ ସବୁବେଳେ ନାଗରିକଙ୍କୁ ସଚେତନ କରିବା ପାଇଁ ଚାହେଁ । ଏବଂ ଏହି ସଂଶୋଧିତ ଆକ୍ଟର ଉଦ୍ଦେଶ୍ୟ ମଧ୍ଯ ସେୟା ।

   ସମ୍ବନ୍ଧିତ ଖବର


ଧନୀ କ’ଣ ସତରେ ଚିନ୍ତା କରନ୍ତି ଗରିବଙ୍କ ଉନ୍ନତି? ଏକ ରୋଚକ ସ୍ଥିତି- ୮୦ କୋଟିପତି ଗରିବଙ୍କ ଅଧିକାର ନେଇ କରୁଛନ୍ତି ଚିତ୍କାର…

ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…