ରାଜନୀତିରୁ ସନ୍ନ୍ୟାସ ନେବାକୁ ସଂକେତ ଦେଲେ ଗିିରିରାଜ ସିଂ!

ନୂଆଦିଲ୍ଲୀ ୨୫/୯: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରିରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ପାଳି ମୋ ରାଜନୈତିକ ଜୀବନର ଶେଷ ପାଳି । ମୁଁ ରାଜନୀତିକୁ ମନ୍ତ୍ରୀ କିମ୍ବା ବିଧାୟକ ହେବା ପାଇଁ ନୁହେଁ ବରଂ କିଛି ସ୍ୱପ୍ନ ନେଇ ଆସିଥିଲି । ମୋର ସେ ସ୍ୱପ୍ନ ସବୁ ପୁରଣ ହୋଇଯାଇଛି । ଧାରା ୩୭୦ ଉଚ୍ଛେଦ ହିଁ ତାଙ୍କର ରାଜନୈତିକ ଜୀବନର ସ୍ୱପ୍ନ ଥିଲା ବୋଲି ଗିରିରାଜ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଗାମୀ ୫ ବର୍ଷର କାର୍ଯ୍ୟକାଳରେ ତାଙ୍କର ସବୁ ଲକ୍ଷ୍ୟ ପୁରଣ ହୋଇଯିବ । ଏଣୁ ସେ ଆଉ ରାଜନୀତି କରିବା ଆବଶ୍ୟକ ନଥିବା ଗିରିରାଜ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌