ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ନୂଆଦିଲ୍ଲୀ – ବିହାର ବ୍ୟାଟେଲ ।ନିର୍ବାଚନର ପ୍ରଥମ ଚରଣ ସରିବା ପରେ ଦ୍ବିତୀୟ ଓ ତୃତୀୟ ଚରଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏବେ ଜାଗା, ଜାଗା, ଗଳି କନ୍ଦି- ସବୁ ସ୍ଥାନ ଉପରେ ଦୁଇ ମହାମେଣ୍ଟର ନଜର । ପ୍ରଥମ ପର୍ଯ୍ୟାୟରେ ୭୧ଟି ନିର୍ବାଚନମଣ୍ଡଳିରେ ଭୋଟ ସରିବା ପରେ ବାକି ଆସନ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ତେଜସ୍ବୀଙ୍କୁ ଜଙ୍ଗଲ ରାଜ୍ର ଯୁବରାଜ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରରେ ଆକ୍ଷେପ କରିବା ପରେ, ଏହାର ପ୍ରତିଜବାବ ରଖିଛନ୍ତି ତେଜସ୍ବୀ ଯାଦବ । ସେପଟେ ଟୋଟାଲ ସ୍ଥିତି ଉପରେ ନିଜର ରଖିଛନ୍ତି ଲାଲୁ ।ତେବେ କେତେ ବେଳେ କାହା ମଂଚ ଭଶୁଡ଼ିବ, ତାହା ଜାଣିଛନ୍ତି ଜନତା ମହାଶୟ । କାରଣ ଜନତାଙ୍କ ପାଖରେ ହିଁ ଅଛି ସରକାର ଗଢ଼ିବାର ଅଧିକାର ।

ବୁଧବାର ଭାଗଲପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଚାର ପ୍ରଚାରରେ ତେଜସ୍ବୀଙ୍କୁ ସିଧା ଟାର୍ଗେଟ୍ କରିଥିଲେ ମୋଦି। କହିଥିଲେ ଜଙ୍ଗଲ ରାଜ୍ର ଯୁବରାଜ ତେଜସ୍ବୀ । ଆଉ ଏହା ପରେ ତେଜସ୍ବୀ ଯାଦବଙ୍କ ମୁହଁରୁ ଆସିଛି କାଉଣ୍ଟର ରିଆକସନ୍ । ତେଜସ୍ବୀ କହିଛନ୍ତି ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ- ସେ କିଛି ବି କହିପାରିବେ । ମୋଦି ବିହାରକୁ ଆସିଲେ- କିନ୍ତୁ ସ୍ବତନ୍ତ୍ର ପ୍ୟାକେଜ୍, ବେକାରୀ ସମସ୍ୟା ଉପରେ କଣ କହିଲେ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ବୀ ।

ବୁଧବାର ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି କାଣ୍ଟେ କା ଟକ୍କର । ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ଜଣେ ପରେ ଜଣେ ହେଭିୱେଟ୍ । ଜାଗା ଜାଗା, ସବୁ କଳି କନ୍ଦି, ଯେମିତି କିଛି ବି କୌଣସି କୋଣ ଅନୁକୋଣ ଆଖିରୁ ଖସି ନଯିବ, ନଜର ରଖିଛନ୍ତି ସବୁ ଦଳ । ଆଏ ସବୁ ପଲିଟିକାଲ କ୍ଲାଇମାକ୍ସ ଭିତରେ ସାମଗ୍ରିକ ସ୍ଥିତି ଉପରେ ଦୂରରୁ ନଜର ରଖିଛନ୍ତି ଲାଲୁ ପ୍ରସାଦ ଯାଦବ । … ତେବେ କେତେ ବେଳେ କିଏ ଖସିବ, କେଉଁ ମଂଚ କେତେ ବେଳେ ଭୁଶଡ଼ିବ, ସେସବୁ ଜଣା ଜତନାଙ୍କୁ । କାରଣ ଲୋକତନ୍ତ୍ରରେ ଜନତାଙ୍କ ପାଖରେ ଏବେ କ୍ଷମତାର ଚାବି କାଠି । ଜନତାଙ୍କ ପାଖରେ ରହିଛି ସରକାର ଗଢିବାର ଅଧିକାର । . ଏହି ନିର୍ବାଚନରେ ଚାଲିଛି ଏନ୍ଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡ଼ା ଟକ୍କର । ସିଂହାସନ ଦଖଲ କରିବ କି’ଏ ? ନଭେମ୍ବର ୩ରେ ଦ୍ବିତୀୟ ଓ ୭ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଆଉ ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ ।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ