ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର, ୨୦/୦୧ : କରୋନାର ବୁଷ୍ଟର ଡୋଜ୍ ଟିକାକରଣ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ। ସାମ୍ବାଦିକମାନେ କୋଭିଡ୍ ଯୋଦ୍ଧା ଭାବରେ ପରିଗଣିତ ହେଉଛନ୍ତି। ତେଣୁ ଯେଉଁମାନେ ଦ୍ଵିତୀୟ ଡୋଜ୍ ନେବାର ୯ ମାସ ସମୟ ହୋଇଗଲାଣି ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ। ପ୍ରିକସନ୍ ଡୋଜ୍ ନେବା ପାଇଁ ଆବଶ୍ୟକ ପଡ଼ିଲେ ସାମ୍ବାଦିକମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।
ପରିବାର କଲ୍ୟାଣ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମୋଟ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଜଣଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩ କୋଟି ୧୪ ଲକ୍ଷ ୧୧୪୧ ଜଣ ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭ ଜଣ ଉଭୟ ଡୋଜ୍ ନେଇଛନ୍ତି ଏବଂ ୧୧ ଲକ୍ଷ ୭୯ ହଜାର ୪୫୨ ଜଣ ୧୫ ରୁ ୧୮ ବୟସ୍କ ଟିକା ନେଇଛନ୍ତି।